Thursday 25th April 2024
ପୂର୍ବତନ ରାଷ୍ଟ୍ରପତିଙ୍କ ବିଷୟରେ କିଛି ଜଣା ଅଜଣା କଥା

ପୂର୍ବତନ ରାଷ୍ଟ୍ରପତିଙ୍କ ବିଷୟରେ କିଛି ଜଣା ଅଜଣା କଥା

ଆମ ଦେଶ ସ୍ୱାଧିନ ହେବା ପରଠୁ ଦେଶକୁ ସମ୍ଭାଳି ଆସୁଛନ୍ତି ଦେଶର ପ୍ରଥମ ବ୍ୟକ୍ତି କୁହାଯାଉଥିବା ରାଷ୍ଟ୍ରପତି । ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ବିବେଚଚିତ ହୋଇଥିଲେ ଡ.ରାଜେନ୍ଦ୍ରପ୍ରସାଦ । ଯିଏକି ୨୬ ଜାନୁଆରୀ ୧୯୫୦ ରୁ ୧୩ ମେ ୧୯୬୨ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିଥିଲେ । ସେହିଭଳି ଆମ ଦେଶ ସ୍ୱାଧୀନ ହେବା ପରଠୁ ଜଣଙ୍କ ପରେ ଜଣେ ରାଷ୍ଟ୍ରପତି ପଦ ସମ୍ଭାଳି ଆସୁଛନ୍ତି ସେ ମଧ୍ୟ ଜଣେ ହେଲେ ରାମ ନାଥ କୋବିନ୍ଦ । ଆଜି ତାଙ୍କ ଜନ୍ମଦିନ, ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ।देश के 14वें राष्ट्रपति बने रामनाथ कोविंद, तस्वीरों में देखें शपथ ग्रहण  समारोह के नजारे |Ramnath Kovind become 14th president of India, see oath  ceremony pictures | Patrika News() ଭାରତର ୧୪ତମ ରାଷ୍ଟପତି ଭାବେ ୨୫ ଜୁଲାଇ ୨୦୧୭ରେ ଶପଥ ଗ୍ରହଣ କରିଥିଲେ ରାମ ନାଥ କୋବିନ୍ଦ, ଏବଂ ଅବସର ପ୍ରାପ୍ତ କରିଥିଲେ ୨୫ ଜୁଲାଇ ୨୦୨୨ । କିନ୍ତୁ ଦେଶର ପ୍ରଥମ ନାଗରିକ ହେବାର ରାସ୍ତା ତାଙ୍କ ପାଇଁ ଏତେ ସହଜ ମଧ୍ୟ ନଥିଲା । ସେ ୧ ଅକ୍ଟୋବର ୧୯୪୫ ମସିହା ଉତ୍ତରପ୍ରଦେଶର ପୌରଖ ଗାଁରେ ଜନ୍ମ ହୋଇଥିଲେ । ରାମ ନାଥ ଏକ ଦଳୀୟ ଓ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଭାଇ ଅଟନ୍ତି । ଯେତେବେଳ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ତାଙ୍କ ଗାଁରେ ନିଆଁ ଲାଗିବା କାରଣରୁ ତାଙ୍କ ଘର ମଧ୍ୟ ପୋଡ଼ି ଯାଇଥିଲା ଯେଉଁଥିରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା ।President Ram Nath Kovind's Daughter Moved To Ground Duties At Air India  For Security Reasonsତାଙ୍କ ପାଠ ପଢ଼ା ସମୟରେ ଦେ ଏଭଳି ପରିସ୍ଥିତି ଦେଇକି ଗତି କରିଛନ୍ତି ଯେ ତାଙ୍କ ସ୍କୁଲ ପାଠ ପଢ଼ା ପାଇଁ ତାଙ୍କ ପାଖରେ ମାତ୍ର ୬ ଅଣା ବି ନଥିଲା । ପରେ ସେ ଡିଏଭି କଲେଜରେ ନାମ ଲେଖାଇ ବିକମ୍ ଓ ଏଲଏଲବି ପାଠ ପଢ଼ିଥିଲେ । ୧୯୭୧ରେ ଦିଲ୍ଳୀର ଏକ ଓକିଲ ହେଲେ ଏବଂ ୧୯୭୪ରେ ସବିତା ନାମରେ ଏକ ଝିଅକୁ ସେ ବିବାହ କଲେ ।  ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ସେ ସେଣ୍ଟ୍ରାଲ ସରକାରୀ ଓକିଲା ଭାବେ କାର୍ଯ୍ୟ କଲେ ।Ram Nath Kovind sworn in as 14th President of India: Who said what |  National News – India TVସେହି ମଧ୍ୟରେ ସେ ୧୯୭୭ ରୁ ୧୯୭୮ ପର୍ଯ୍ୟନ୍ତ ଜଣେ ପ୍ରଧାନମନ୍ତ୍ରୀଙ୍କ ପର୍ସନାଲ ଆସିଷ୍ଟାଣ୍ଡ ରହିଲେ । ୧୯୯୧ରେ ବିଜେପି ରେ ଯୋଗ ଦେଲେ ଏବଂ ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚା ଏବଂ ଅଲ ଇଣ୍ଡିଆ କୋଲି ସମାଜର ପ୍ରେସିଡେଣ୍ଟ ରହିଲେ । ପରେ ୮ ଅଗଷ୍ଟ ୨୦୧୫ରେ ସେତେବେଳର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ବିହାରର ରାଜ୍ୟପାଳ ଭାବେ ଘୋଷଣା କଲେ । ପରେ ୨୦୧୭ରେ ସେ ଆମ ଦେଶର ୧୪ତମ ଓ ଦ୍ୱିତୀୟ ଦଳୀତ ରାଷ୍ଟପତି ଭାବେ ୬୫.୬୫% ଭୋଟ ଜିତି ଶପଥ ଗ୍ରହଣ କରିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )