
ଆତ୍ମଘାତୀ ସ୍ମାର୍ଟଫୋନ ଜାଣନ୍ତୁ କିପରି କରେ ଏହା ଆମର କ୍ଷତି
() ଏ ଦୁନିଆ ଏବେ ବିଜ୍ଞାନର ଦୁନିଆ ପାଲଟିଯାଇଛି । ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଖଣ୍ଡେ ନିହାତି ଆପଣ ଦେଖିବାକୁ ପାଇବେ । ଆଉ ମୋବାଇଲ କିଣିବାକୁ ହେଲେ ସେଥିରେ ଆମେ କିଛିଟା ଜିନିଷ ଉପରେ ବିଶେଷ ଧ୍ୟାନ ଦେଇଥାଉ ଯଥା ଫୋନରେ କ୍ୟାମେରା ସ୍ପେଶିଫିକେସନ୍, ପ୍ରୋସେସର୍, ରାମ୍ ଇତ୍ୟାଦି । କିନ୍ତୁ ଗୋଟିଏ ପଏଣ୍ଟ ଉପରେ ଆମେ କେବେ ବି ଧ୍ୟାନ ଦେଇନଥାଉ । କିମ୍ବା ସ୍ମାର୍ଟଫୋନ କମ୍ପାନୀମାନେ ମଧ୍ୟ ଏହା ଉପରେ ବିଶେଷ ସୂଚନା ଦେଇନଥାନ୍ତି ।ଏହି ପଏଣ୍ଟଟି ସ୍ୱାସ୍ଥ୍ୟ ସହ ଜଡ଼ିତ । ଆପଣ ବିଭିନ୍ନ ରିପୋର୍ଟ ମାଧ୍ୟମରେ ଜାଣିଥିବେ ମୋବାଇଲ ଦ୍ୱାରା କେତେ କ୍ଷତି ହେଉଛି । କ୍ୟାନ୍ସର ସମ୍ବନ୍ଧରେ ବି ଆପଣ ଶୁଣିଥିବେ । କିନ୍ତୁ ଏହାର କୌଣସି ସଠିକ ମେଡିକାଲ ରିପୋର୍ଟ ପ୍ରକାଶ ପାଇନାହିଁ । ଆମେ କହୁଛୁ ଫୋନରୁ ବାହାରୁଥିବା ରେଡିଏସନ ବା SAR ଭାଲ୍ୟୁ ସମ୍ପର୍କରେ । SAR ଅର୍ଥାତ Specific Absorption Rate ଆମ ଶରୀରଦ୍ୱାରା ଅବଜର୍ଭ ହେଉଥିବା ଅବଜର୍ଭ ହେଉଥିବା ରେଡିଓ ଫ୍ରିକେନ୍ସିକୁ ମାପିବାର ଏକ ୟୁନିଟ୍ । ସହଜ ଭାଷାରେ କହିବାକୁ ଗଲେ ଫୋନ୍ ୟୁଜ୍ କରିବା ସମୟରେ ଆମ ଶରୀରରେ କେତେ ରେଡିଓ ଫ୍ରିକ୍ୱେନ୍ସି ଅବଜର୍ଭ କରିଥାଏ । ଏହାକୁ SAR ଭାଲ୍ୟୁରେ ମପାଯାଏ । ଗ୍ରାହକ ଫୋନ୍ କିଣିବା ସମୟରେ ସ୍ପେଶିଫିକେସନ୍ ଚେକ୍ କରିବା ଭଲ କଥା କିନ୍ତୁ SAR ଭାଲ୍ୟୁକୁ ଧ୍ୟାନରେ ରଖିବା ଉଚିତ୍ । କିନ୍ତୁ ସ୍ମାର୍ଟଫୋନ କମ୍ପାନୀ ଗୁଡ଼ିକ ଏହି ପଏଣ୍ଟ ଉପରେ କମ୍ ଚର୍ଚ୍ଚା କରନ୍ତି କାରଣ ଏହା ତାଙ୍କ ସେଲ୍ସ ଉପରେ ପ୍ରଭାବ ପକାଇପାରେ ।
ତେବେ ଆମେ ଏଠି କହି ରଖିବାକୁ ଚାହୁଁଛୁ ଯେ SAR ଭାଲ୍ୟୁକୁ ଚେକ୍ କରିବା ପାଇଁ ଅନେକ ଉପାୟ ଅଛି । ତେବେ ଆପଣ ଏହାକୁ ମାନୁଆଲ୍ ଉପାୟରେ ମଧ୍ୟ ଚେକ୍ କରିପାରିବେ । ଆପଣ ନିଜ ଫୋନରେ ଡାଏଲ୍ ପ୍ୟାଡକୁ ଯାଆନ୍ତୁ । ଏଠାରେ ଆପଣ *#07# ଟାଇପ୍ କରନ୍ତୁ । ଏହି କୋଡ୍ ଦେବା ପରେ ଆପଣଙ୍କ ସ୍କ୍ରିନରେ ଏସଏଆର୍ ଭାଲ୍ୟୁର ଡିଟେଲ୍ସ ନଜର ଆସିବ । ଏଠାରେ ଆପଣଙ୍କୁ ୨ ପ୍ରକାର ଭାଲ୍ୟୁ ନଜର ଆସିବ । ଗୋଟିଏ ଶରୀର ପାଇଁ ଏବଂ ଅନ୍ୟଟି ବ୍ରେନ୍ ପାଇଁ । ଶରୀର ତୁଳନାରେ ଆପଣଙ୍କ ବ୍ରେନ୍ ପାଇଁ ଏସଏଆର୍ ଭାଲ୍ୟୁ ଅଧିକ ହେବ । ଏହି କାରଣରୁ ଏକ୍ସପର୍ଟ୍ସ ଫୋନରେ କଥା ହେଉଥିବା ସମୟରେ ଇୟରଫୋନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି ।