
ଘରେ ଲଗାନ୍ତୁ ଏହି ଗଛ , ସୁଖ-ସମୃଦ୍ଧି ଓ ଧନଧାନ୍ୟ ପାଆନ୍ତୁ
ଆଜିର ସମୟରେ ସମସ୍ତେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ହେଉ କି ଅଫିସ୍ ସବୁ ତିଆରି କରିବାକୁ ଚାହାଁନ୍ତି । ଯାହା ନିଜ ପରିବାର ପାଇଁ ଓ ନିଜ ଅଫିସ ପାଇଁ ବି ଭଲ ହୋଇଥାଏ ବୋଲି ମାନ୍ୟତା ରହିଛି । ଏଭଳି ଅନେକ ଜିନିଷ ଅଛି ଯାହା ବାସ୍ତୁ ପାଇଁ ଭଲ ବୋଲି ଜଣାଯାଏ ସେ କୌଣସି ଗଛ ହେଉ କିମ୍ବା କୌଣସି ଦ୍ରବ୍ୟ । ତେବେ ଗୋଟିଏ ଗଛ ହେଉଛି “କ୍ରାସୁଲା ଗଛ”, ବାସ୍ତୁ ବିଶେଷଜ୍ଞଙ୍କ ମତରେ କ୍ରାସୁଲା ଗଛ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରଖିବା ସହ ଧନଧାନ୍ୟରେ ଘର ପୁରି ଉଠେ । ଧନ ଲାଭ କରିବା ପାଇଁ ଏହାକୁ ଘରେ ଓ ଅଫିସରେ ରଖାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଗଛର ଉପକାରିତା ସମ୍ବନ୍ଧରେ ।କ୍ରାସୁଲା ଗଛ, ଘର ଓ ଅଫିସ୍ର ପୂର୍ବ ବା ଉତ୍ତର ଦିଗରେ ଲାଗାଯାଇଥାଏ । ଏହାକୁ ଉପଯୁକ୍ତ ଦିଗରେ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଧନମାର୍ଗ ଖୋଲିଥାଏ । ବାସ୍ତୁ ଅନୁସାରେ ଏହି ଗଛକୁ ଘରର ମୂଖ୍ୟ ଦ୍ୱାର ଠାରୁ ଦୂରେଇ ରଖିବା ଉଚିତ୍ । କାରଣ ମୂଖ୍ୟ ଦ୍ୱାର ଉର୍ଜ୍ଜା ଓ ଗତିବିଧିର ସ୍ଥାନ ଭାବେ ଗ୍ରହଣ କରାଯାଇଥାଏ । ଏହା ବ୍ୟତିତ ଶୋଇବା ଘରେ କିମ୍ବା ଖଟ ପାକରେ କ୍ରାସୁଲା ଗଛକୁ ଲଗେଇବା କଥା ନୁହେଁ କାରଣ ଶୋଇବା ଘର ଆରାମର ସ୍ଥାନ ହୋଇଥାଏ । ରୋଷେଇ ଘରେ ମଧ୍ୟ ଏହି ଗଛକୁ ଲଗେଇବା ଅନୁଚିତ ହୋଇଥାଏ ।
କ୍ରାସୁଲା ଗଛକୁ ଡାଇନିଂରେ ଆପଣ ରଖିପାରିବେ, ଯାହାଦ୍ୱାରା ଆପଣଙ୍କ ପାଇଁ ପ୍ରଫେସନାଲ ଦୁନିଆରେ ଆଗକୁ ଯିବାର ବାଟ ଖୋଲିଯାଏ । କ୍ରାସୁଲା ଗଛକୁ କେବେ ବି ଅନ୍ଧାରୁଆ ସ୍ଥାନରେ ଲଗେବା କଥା ନୁହେଁ । ନଚେତ୍ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇପାରେ । କ୍ରାସୁଲା ଗଛକୁ କେବଳ ଏପରି ଜାଗାରେ ରଖିବା ଉଚିତ ଯେଉଁ ଜାଗାରେ ସୂର୍ଯ୍ୟ କିରଣ ପଡ଼ୁଥିବା ଯେମିତି କି ଘରର ବାଲ୍କୋନି, ଛାତ ଉପରେ କିମ୍ବା ଘର ଭିତରେ ଯେଉଁଠି ଖରା ପଡ଼ୁଥିବ । ଯଦି ଆପଣ ଅଫିସରେ ଚିନ୍ତା ମୁକ୍ତ ରହିବାକୁ ଚାହାଁନ୍ତି କିମ୍ବା ପ୍ରମୋସନ ଚାହାଁନ୍ତି ତେବେ କ୍ରାସୁଲା ଗଛକୁ ଆପଣ ଆପଣଙ୍କ ଡେସ୍କର ଦକ୍ଷିଣ-ପଶ୍ଚିମ ଦିଗରେ ରଖିପାରିବେ । ଯାହାଦ୍ୱାରା ଆପଣଙ୍କ ପାଇଁ ପ୍ରଫେସନାଲ ଦୁନିଆରେ ଆଗକୁ ବଢ଼ିବାର ବାଟ ଖୋଲିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି କ୍ରାସୁଲା ଗଛ ଲଗାଉଛନ୍ତି, ତେବେ ଏହାର ପତ୍ରକୁ ସବୁବେଳେ ସଫା ରଖନ୍ତୁ । ଯାହା ଆପଣଙ୍କ ଘର ଓ ପରିବାର ପାଇଁ ଭଲ ହୋଇଥାଏ ।