
ଅନଲାଇନ ଦେୟର ବଦଳିବାକୁ ଯାଉଛି ପଦ୍ଧତି
() ସାଧାରଣତଃ ଆମକୁ କୌଣସି ବି ଜିନିଷ କିଣିବାକୁ ହେଲେ କ୍ୟାସ ଦେବା ଅପେକ୍ଷା ଆମେ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡର ବହୁ ମାତ୍ରାରେ ବ୍ୟବହାର କରିବା ପସନ୍ଦ କରନ୍ତି । ଯାହା ଦ୍ୱାରା କାର୍ଡର ସୂଚନା ଲିକ୍ ହେବାର ଆଶଙ୍କା ଅଧିକ ରହିଥାଏ । କିନ୍ତୁ ଏବେ ଏହି ସମସ୍ୟାର ସମାଧାନ କରିବା ପାଇଁ କିଛି ନିୟମ ବଦଳାଇବାକୁ ଯାଉଛି ଆରବିଆଇ । ଆରବିଆ କରିବାକୁ ଯାଉଛି ଟୋକନ ସିଷ୍ଟମ, ଯାହା ଦ୍ୱାରା ଠକେଇ ମାମଲା ହ୍ରାସ ପାଇବ ।ସେପ୍ଟେମ୍ବର ମାସ ଶେଷ ହେବାକୁ ଆଉ ୨ଦିନ ବାକି ଥିବା ବେଳେ, ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି । ଯେଉଁ ମାସରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ । ଆରବିଆଇର କାର୍ଡ ଅନ୍-ଫାଇଲ ଟୋକେନାଇଜେସନ୍ ଲାଗୁ ହେବାକୁ ଯାଉଛି। ଯାହାକି ଗୋଟିଏ ପଟେ କାର୍ଡ ବ୍ୟବହାର କରୁଥିବା ଅଭିଜ୍ଞତାକୁ ଉନ୍ନତ କରିବ । ଏହା ବ୍ୟତିତ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ସହିତ କାରବାର ଅଧିକ ଭଲ ରହିବ ।
ଟୋକେନାଇଜେସନ୍ ଲାଗୁ:
ଆରବିଆ ୧, ୨୦୨୨ରୁ ଟୋକେନାଇଜେସନ୍ ସିଷ୍ଟମ ଲାଗୁ କରିବାକୁ ଯାଉଛି। ଏହା ସହିତ, ଯେତେବେଳେ ବି କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଉପଭୋକ୍ତାମାନେ POS ମେସିନ୍, ଅନଲାଇନ୍ କିମ୍ବା ଏକ ଆପରେ ପେମେଣ୍ଟ କରନ୍ତି, ସେମାନଙ୍କ କାର୍ଡ ବିବରଣୀ ଏନକ୍ରିପ୍ଟ ଟୋକେନ୍ ଆକାରରେ ଗଚ୍ଛିତ ହୋଇଯିବ । ଏହା ସ୍ପଷ୍ଟ ଯେ କୌଣସି ପେମେଣ୍ଟ କମ୍ପାନୀ ଆପଣଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ତଥ୍ୟ ସଂରକ୍ଷଣ କରି ପାରିବ ନାହିଁ । ଏହା ପରିବର୍ତ୍ତେ, ପେମେଣ୍ଟ କମ୍ପାନୀଗୁଡ଼ିକୁ ଏକ କୋଡ୍ ଦେବାକୁ ପଡିବ, ଯାହାର ନାମ “ଟୋକେନ୍” ।ଟୋକେନାଇଜେସନ୍ ସିଷ୍ଟମ ଲାଗୁ ହେବା ପରେ ପେମେଣ୍ଟ କମ୍ପାନୀଗୁଡ଼ିକୁ ଆପଣଙ୍କ କାର୍ଡ ବଦଳରେ ଏକ କୋଡ୍ କିମ୍ବା ଟୋକନ୍ ଦେବାକୁ ପଡିବ, ଏକାଧିକ କାର୍ଡ ପାଇଁ ସମାନ ଟୋକନ୍ ବ୍ୟବହାର କରାଯାଇପାରିବ । ଏହା ପେମେଣ୍ଟ ମୋଡ୍ ବଦଳାଇବ, କାରଣ ଅନଲାଇନ୍ ପେମେଣ୍ଟ୍ କରିବା ସମୟରେ କାର୍ଡ ଦେବା ବଦଳରେ କେବଳ ଏହି ଟୋକେନ୍ ବ୍ୟବହାର କରିବାକୁ ପଡିବ । ଏହି ନୂଆ ସୁବିଧାର ଲାଭ ଉଠାଇବାକୁ ଲୋକଙ୍କୁ କୌଣସି ପ୍ରକାରର ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ । ଏଥିସହ ଲୋକଙ୍କ ପାଖରେ ଅନ୍ୟ ଏକ ସୁବିଧା ରହିବ ଯାହାକି ଲୋକ ନିଜେ ବାଛି ପାରିବେ କି ତାଙ୍କ କାର୍ଡକୁ ସେ ଟୋକେନାଇଜ୍ କରିବେ ନା ପୁରୁଣା ଉପାୟରେ ଜାରି ରଖିବାକୁ ଚାହିଁବେ ।