ଇଞ୍ଜିନିୟରିଂ କରିଥିଲେ ଜିଓରେ କରିପାରିବେ ଚାକିରୀ ! ମେଟେରିଆଲ୍ କୋଡିନେଟର ପାଇଁ ଜିଓ ବାହାର କରିଛି ବିଜ୍ଞପ୍ତି !
ଜିଓ କମ୍ପାନୀରେ ଅନେକ ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ମେଟେରିଆଲ୍ କୋଡିନେଟର ପାଇଁ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ – ମେଟେରିଆଲ୍ କୋଡିନେଟର
ସ୍ଥାନ – ଭୁବନେଶ୍ୱର
ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଇଞ୍ଜିନିୟରିଂ ରେ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।
୨) ବ୍ୟାଚଲର ଇନ୍ ଇଞ୍ଜିନିୟରିଂ
୩) ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ
୪) ମେକାନିକାଲ୍ ଇଞ୍ଜିନିୟରିଂ
୫) ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ଯୁନିକେସନ୍
ଏହି ଡିଗ୍ରୀ ଗୁଡିକ ଥିଲେ ପ୍ରିଫର ପାଇବେ ବା ଅଗ୍ରାଧିକାର ପାଇବେ ।
ଅଭିଜ୍ଞତା –
୫ ବର୍ଷ ରୁ ୮ ବର୍ଷ ଥିଲେ ଭଲ ।
ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –
୧) ଏଫଟିଟି ଏକ୍ସ ନିର୍ମାଣ / ଟାୱାର / ଇଣ୍ଟ୍ରାସିଟି / ହୋମ୍ ସଂଯୋଗ ବିଷୟରେ ଜ୍ଞାନ ର ଆବଶ୍ୟକତା ରହିଛି ।
୨) ପ୍ରକଳ୍ପ ଯୋଜନା ଦକ୍ଷତା ର ଦକ୍ଷତା ।
୩) ଯୋଗାଯୋଗ ଦକ୍ଷତା (ଲିଖିତ ବା ମୌଖିକ)
୪) ସମ୍ପର୍କ ପରିଚାଳନା
୫) ସିଷ୍ଟମ୍ ଜ୍ଞାନ
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ସାମଗ୍ରୀକ ସମନ୍ୱୟ ପାଇଁ ଭଣ୍ଡାର / ଷ୍ଟକ୍ ଉପରେ ନଜର ରଖ ଏବଂ ପରିଚାଳନା କରନ୍ତୁ |
୨) କାମର ପରିମାଣ ଯାଞ୍ଚ କରିବା ଏବଂ ବିଲ୍ ସଂଗ୍ରହ କରିବାକୁ ପଡିବ ।
୩) ସାମଗ୍ରୀ ଏବଂ ଏହାର ପ୍ରଦାନ (ସିଷ୍ଟମ୍ ଓ ସାଇଟରେ) ପରିଚାଳନା କରିବାକୁ ପଡିବ ।
୪) କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ପଡିବ ଏବଂ ଆଲାଇନମେଣ୍ଟରେ ପର୍ଚେଜ୍ ଆବଶ୍ୟକତା ପୂରଣ କରିବାକୁ ପଡିବ ।
୫) ମନିଟରିଂ ଦକ୍ଷତା ପାଇଁ ଏମଆଇଏସ୍ ଏବଂ ରିପୋର୍ଟ ପ୍ରସ୍ତୁତ ତଥା ପରିଚାଳନା କରିବାକୁ ପଡିବ ।
ଅଧିକ ଜାଣିବା ପାଇଁ ଜିଓ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.jio.com/frmRegister.aspx
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।