Thursday 25th April 2024
ଭାରତୀୟ ସେନାରେ ଚାକିରୀ ସୁଯୋଗ , ମିଳିବ ଭଲ ଦରମା ,ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରୀ ସୁଯୋଗ , ମିଳିବ ଭଲ ଦରମା ,ଆଜି ହିଁ କରନ୍ତୁ ଆବେଦନ

ଦେଶମାତୃକା ପ।ଇଁ ସହିଦ ହେଉଥିବା ବୀର ହେଉଛନ୍ତି ଆମ ମାଟିର ସନ୍ତାନ। ଯେଉଁମାନେ ସେନାରେ ଭର୍ତ୍ତୀ ହୋଇ ନିଜ ଦେଶର ସୀମାକୁ ଶତ୍ରୁ କବଳରୁ ରକ୍ଷା କରିବା ପ।ଇଁ ଶପଥ ନେଇଥାଆନ୍ତି। ଆମ ଭାରତୀୟ ସେନା ସବୁଠୁ ସଶକ୍ତ ସେନା। ଆଉ ଏହି ସେନାରେ ଭର୍ତ୍ତୀ ହେବା ପ।ଇଁ ବହୁତ ଯୁବକ ଅହରହ ଚେଷ୍ଟା କରୁଥାଆନ୍ତି। କଠିନ ପରିଶ୍ରମ ଓ ଅକ୍ଲାନ୍ତ ଚେଷ୍ଟା ଦ୍ୱାରା ହିଁ ଭାରତୀୟ ସେନାରେ ଭର୍ତ୍ତୀ ହୋଇପାରନ୍ତି। ଆମ ଦେଶରେ ଯଦି ଆମେ ଶାନ୍ତିରେ ଆଜି ଶୋଇପାରୁଛନ୍ତି ତା’ ପଛର କାରଣ ହେଉଛି ଜବାନ । ଆମ ଦେଶର ବୀର ସୈନ୍ୟ ମାନଙ୍କ ପାଇଁ ଏହା ସମ୍ଭବ ହୋଇପାରୁଛି । ଆଉ ଏଥିପାଇଁ ଅନେକ ପିଲା ଚାହାନ୍ତି ଭାରତୀୟ ସେନାରେ ଚାକିରି କରିବା ପାଇଁ । ତେବେ ସେମାନଙ୍କ ପାଇଁ ଆସିଛି ଏକ ଖୁସି ଖବର, ଭାରତୀୟ ସେନାରେ ବାହାରିଛି ନିଯୁକ୍ତି । ଆସନ୍ତୁ ପୁରା ଖବର ଉପରେ ନଜର ପକାଇବା ।Army's Tour of Duty ill-conceived. Neo-nationalism will only create political militias

() ବିଜ୍ଞପ୍ତି ପ୍ରକାଶ ପାଇଛି ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍‌ରେ ମେଟେରିଆଲ୍ ଆସିଷ୍ଟାଣ୍ଟ ଯୁକ୍ତିର । ବିଜ୍ଞପ୍ତି ଅନୁସାରେ ମୋଟ ୪୧୯ଟି ପଦବୀ ରହିଛି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍‌ରେ । ଆଶାୟୀ ପ୍ରର୍ଥୀ ଅନଲାଇନ୍‌ରେ ଆବେଦନ କରିପାରିବେ ଯାହାକି ଆରମ୍ଭ ହୋଇଯାଇଛି । ଆଶାୟୀ ପ୍ରାର୍ଥୀ ମାନେ ଏହାର ଅଫିସିଆଲ ୱେବସାଇଟ୍ www.aocrecruitment.gov.in କୁ ଯାଇ ଆବେଦନ କରିପାରିବେ । ଆଶାୟୀ ମାନେ ଆବେଦ କରିବାର ସମୟ ସୀମା ୨୩ ଅକ୍ଟୋବର ୨୦୨୨ରୁ ୧୨ ନଭେମ୍ବର ୨୦୨୨ ମଧ୍ୟରେ ରହିଛି ।

କେଉଁ ପଦବୀ ଖାଲି ରହିଛି:

  • ପୂର୍ବ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର-୧୦
  • ପଶ୍ଚିମ ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା-୧୨୦
  • ଉତ୍ତର ଜାମ୍ମୁ-କାଶ୍ମୀର, ଲଦାଖ-୨୩
  • ଦକ୍ଷିଣ ମହାରାଷ୍ଟ, ତେଲେଙ୍ଗାନା, ତାମିଲନାଡ଼ୁ-୩୨
  • ଦକ୍ଷିଣ ପଶ୍ଚିମ ରାଜସ୍ଥାନ, ଗୁଜୁରାଟ-୨୩
  • ମଧ୍ୟ ପଶ୍ଚିମ ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ- ୧୮୫
  • ମଧ୍ୟ ପୂର୍ବ ପଶ୍ଚିମବଙ୍ଗ, ଝାରଖଣ୍ଡ, ସିକ୍କିମ୍‌-୨୬

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ।
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କୌଣସି ବିଷୟରେ ସାମଗ୍ରୀ ପରିଚାଳନାରେ ଡିପ୍ଲୋମା କିମ୍ବା ଇଞ୍ଜିନିଅରିଂରେ ଡିପ୍ଲୋମା ।

ବୟସ ସୀମା:

  • ସର୍ବନିମ୍ନ ବୟସ ସୀମା-୧୮ ବର୍ଷ
  • ସର୍ବାଧିକ ବୟସ ସୀମା-୨୫ ବର୍ଷ
  • ଏସ୍‌ସି ଓ ଏସ୍‌ଟି -୫ବର୍ଷ କୋହଳ
  • ଓବିସି-୩ବର୍ଷ କୋହଳ

ଦରମା:

  • ସର୍ବନିମ୍ନ ଦରମା-୨୯,୦୦୦ଟଙ୍କା
  • ସର୍ବାଧିକ ଦରମା-୯୨, ୩୦୦ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ- ୧୦୦ଟଙ୍କା
  • ପଛୁଆ ଶ୍ରେଣୀ-୧୦୦ଟଙ୍କା
  • ଏସ୍‌ସି ଓ ଏସ୍‌ଟି-ଦେୟ ମୁକ୍ତ

CATEGORIES
TAGS
Share This

COMMENTS

Wordpress (0)
Disqus (0 )