Saturday 27th July 2024
ଆଜି ହିଁ ବ୍ୟାଙ୍କରେ ଚାକିରୀ କରି ନିଜ କ୍ୟାରିୟର ଗଢ଼ନ୍ତୁ

ଆଜି ହିଁ ବ୍ୟାଙ୍କରେ ଚାକିରୀ କରି ନିଜ କ୍ୟାରିୟର ଗଢ଼ନ୍ତୁ

ବ୍ୟାଙ୍କରେ ଚାକିରୀ କରିବାକୁ ପ୍ରାୟେ ସମସ୍ତେ ଇଚ୍ଛା କରନ୍ତି । ସେ ବ୍ୟାଙ୍କରେ ଚାକିରି କରି ଭଲ କ୍ୟାରିୟର ଗଢ଼ିବା ପାଇଁ ହେଉ କିମ୍ବା ଭଲ ସ୍ୟାଲେରୀ ଆଶାରେ ହେଉ । ସରକାରୀ ଓ ବେସରକାରୀ ବ୍ୟାଙ୍କ ସବୁଠି ଚାକିରୀ କରିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳେ । ଏହି କାରଣରୁ ଆଶାୟୀ ପ୍ରାର୍ଥୀମାନେ ଚାହାନ୍ତି କି ତାଙ୍କୁ ବ୍ୟାଙ୍କରେ ବାହାରୁଥିବା ପୋଷ୍ଟ ଗୁଡ଼ିକର ସୂଚନା ଉଚିତ୍ ସମୟରେ ମିଳିପାରୁ । ତେବେ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶୟୀଙ୍କ ପାଇଁ ଭଲ ସୁଯୋଗ ଆସିଛି । ଆସନ୍ତୁ ପୁରା ଖବର ଉପରେ ନଜର ପକାଇବା ।Bank of Baroda Recruitment 2022: Apply For 346 Posts at bankofbaroda.co.in. Read Details Here

() ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ମାନେ ବ୍ୟାଙ୍କ ଅଫ ବରୋଦାରେ ଚାକିରି କରିପାରିବେ । କାହିଁକି ନା ଆଇଟି ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ବ୍ୟାଙ୍କ ଅଫ ବରୋଦା । ଏହି ବିଜ୍ଞପ୍ତି ଅନୁସାରେ ଆଇଟି ପ୍ରଫେସନାଲ୍ସ ପୋଷ୍ଟ ପାଇଁ ପଦ ଖାଲି ରହିଛି । ଯୋଗ୍ୟ ଆଶାୟୀ ମାନେ ୯ ନଭେମ୍ବର ୨୦୨୨ କିମ୍ବା ଏହା ପୂର୍ବରୁ ଅଫିସିଆଲ ୱେବସାଇଟ   https://www.bankofbaroda.in/career/current-opportunities   କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।  ତେବେ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିଟିକୁ ଭଲ ଭାବରେ ପଢ଼ିବାକୁ ପରାମର୍ଶ ଦିଆଯାଇଛି ।

କେଉଁ ପଦବୀ ପାଇଁ ରହିଛି ନିଯୁକ୍ତି:

ସିନିୟର କ୍ୱାଲିଟି ଆସ୍ୟୁରାନ୍ସ ଲିଡ, ଜୁନିୟର କ୍ୱାଲିଟି ଆସ୍ୟୁରାନ ଇଞ୍ଜିନିୟର, କ୍ୱାଲିଟି ଆସ୍ୟୁରାନ ଇଞ୍ଜିନିୟର, ସିନିୟର ଡେଭଲପର୍ ସହ ୧୦ଟି ପଦରେ ସମୁଦାୟ ୬୦ଟି ପଦବୀ ଖାଲି ରହିଛି ।

ବୟସ ସୀମା ଓ ଯୋଗ୍ୟତା:

ବ୍ୟାଙ୍କରେ ଚାକିରିବାକୁ ଆଶୟୀ ମାନେ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ କମ୍ପୁଟର ସାଇନ୍ସ କିମ୍ବା ଇନଫରମେସନରେ ବିଇ କିମ୍ବା ବିଟେକ୍ କରିଥିବା ଦରକାର । ଏହା ବ୍ୟତୀତ ଏହି କ୍ଷେତ୍ରରେ ଅଭିଜ୍ଞତା ରହିବା ମଧ୍ୟ ଥିବା ଦରକାର । ଆଶାୟୀଙ୍କୁ ସର୍ବନିମ୍ନ ୨୫ ବର୍ଷ  ଓ ଅଧିକାଶଂ ବୟସ ୪୦ ହୋଇଥିବା ଦରକାର ।

ଆବେଦନ ପାଇଁ ଶୁଳ୍କ:

ଜେନେରାଲ, ଓବିସି ଓ ଇଡବ୍ଲ୍ୟଏସ୍ କ୍ୟାଟାଗୋରୀର ଆଶାୟୀଙ୍କୁ ୬୦୦ଟଙ୍କା ଆବେଦନ ପାଇଁ ଜମା କରିବାକୁ ପଡ଼ିବ । ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟଡି ଓ ମହିଳା ଆଶାୟୀଙ୍କୁ ୧୦୦ଟଙ୍କା ଆବେଦନ ପାଇଁ ଜମା କରିବାକୁ ପଡ଼ିବ ।

ଯଦି ଆପଣଙ୍କୁ ଏହି ସୂଚନା ଜରୁରୀ ଲାଗିଲା ତାହାଲେ ଓଡ଼ିଆ ଡେଲୀ ପେଜ୍‌କୁ ଫଲୋ କରନ୍ତୁ ଓ ଏହି ଭଳି ନୂଆ ନୂଆ ସୂଚନା ପାଆନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )