ଜାଣନ୍ତୁ ୧୭ଅକ୍ଟୋବରର ଇତିହାସ
ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୧୭ ଅକ୍ଟୋବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା।
୧୮୮୮-ଆଜିର ଦିନରେ ଏଡିସନ ଅପଟିକାଲ ଫୋନୋଗ୍ରାଫ ପାଇଁ ପେଟେଣ୍ଟ ଆବେଦନ କରିଥିଲେ, ଏହା ଦୁନିଆର ପ୍ରଥମ ଫିଲ୍ମ ଥିଲା ।
୧୯୦୪-ଆଜିର ଦିନରେ ବ୍ୟାଙ୍କ ଅଫ୍ ଇଟାଲିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଗଲା ।
୧୯୩୩- ଆଜିର ଦିନରେ ପ୍ରଖ୍ୟାତ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ ଜର୍ମାନରୁ ଆମେରିକା ଚାଲିଗଲେ ।
୧୯୪୯-ଆଜିର ଦିନରେ ସମ୍ବିଧାନ ସଭା ଧାରା ୩୭୦କୁ ଗ୍ରହଣ କଲା ।
୧୯୭୦- ଆଜିର ଦିନରେ ଭାରତ କ୍ରିକେଟ୍ର ବୋଲର ଅନିଲ କୁମ୍ବଲେ ଜନ୍ମ ଗ୍ରହଣ କରିଥିଲେ ।
୧୯୭୯- ଆଜିର ଦିନରେ ମଦର ଟେରେସାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଗଲା ।
୧୯୯୪-ଆଜିର ଦିନରେ ଭାରତ କ୍ରିକେଟର ପୂର୍ବତନ କ୍ୟାପଟେନ୍ କପିଲ ଦେବ ତାଙ୍କ ଜୀବନର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
୧୯୯୮-ଆଜିର ଦିନରେ ନାଇଜେରିଆରେ ଏକ ପାଇପ୍ ଲାଇନ୍ରେ ବିସ୍ଫୋରଣ ଯୋଗୁଁ ୧୦୮୨ ଲୋକଙ୍କ ମୃତ୍ୟୁ ହୋଇଥିଲା ।
୨୦୦୩-ଅଜିର ଦିନରେ ଚୀନ ଏସିଆର ୩ୟ ଦେଶ ହିସାବରେ ଅନ୍ତରୀକ୍ଷକୁ ମଣିଷ ପଠାଇଥିଲା ।
୨୦୦୯- ଆଜିର ଦିନରେ ମାଲଦ୍ୱୀପ ପାଣି ଭିତରେ ପ୍ରଥମ କ୍ୟାବିନେଟ୍ ବୈଠକ ଡାକି ବିଶ୍ୱର ସବୁଦେଶକୁ ଜଳବାୟୁ ପରିବର୍ତ୍ତନର ବିପଦକୁ ଜଣାଇବା ପାଇଁ ଚେଷ୍ଟା କରିଥିଲା ।