ଏୟାରଲାଇନ୍ସ ରେ ଚାକିରୀ କରିବାର ଆସିଲା ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ
ଏୟାରଲାଇନ୍ସ ରେ ଚାକିରୀ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଛି । ଆଶାୟୀ ପ୍ରାର୍ଥୀମାନେ AAIର ଅଫିସିଆଲ ୱେବସାଇଟ୍ https://www.aai.aero/ କୁ ଯାଇ ଆବେଦନ କରିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଆବେଦନ କରିବାର ଆରମ୍ଭ ତାରିଖ ୨୨ ଡିସେମ୍ବର ୨୦୨୨
• ଆବେଦନ କରିବାର ଶେଷ ତାରିଖ ୨୧ ଜାନୁୟାରୀ ୨୦୨୩
ଖାଲିଥିବା ପଦବୀ:
• ମ୍ୟାନେଜର(ରାଜଭାଷା)-୦୨ଟି ପୋଷ୍ଟ
• ଜୁନିଅର ଏକ୍ଜିକ୍ୟୁଟିଭ୍ (ରାଜଭାଷା)-୦୪ଟି ପୋଷ୍ଟ୍
• ସିନିୟର ଆସିଷ୍ଟାଣ୍ଟ (ରାଜଭାଷା)-୦୪ଟି ପୋଷ୍ଟ୍
• ଜୁନିଅର ଏକ୍ଜିକ୍ୟୁଟିଭ୍ (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍)-୩୫୬ଟି ପୋଷ୍ଟ୍
ବୟସ ସୀମା:
• ସିନିୟର ଆସିଷ୍ଟାଣ୍ଟ-ସର୍ବାଧିକ ବୟସ ୩୦ବର୍ଷ
• ଜୁନିଅର ଏକ୍ଜିକ୍ୟୁଟିଭ୍(ରାଜଭାଷା)- ସର୍ବାଧିକ ବୟସ ୨୭ବର୍ଷ
• ମ୍ୟାନେଜର(ରାଜଭାଷା)- ସର୍ବାଧିକ ବୟସ ୩୨ବର୍ଷ
ଆବେଦନ ଶୁଳ୍କ:
• ଆବେଦନକାରୀ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧,୦୦୦ଟଙ୍କା ରହିଛି
• SC/ST/PWD/AAI ପ୍ରଶିକ୍ଷାର୍ଥୀ/ମହିଳା ପ୍ରାର୍ଥୀ (ଏକ ବର୍ଷର ଶିକ୍ଷାଦାନ ତାଲିମକୁ ସଫଳତାର ସହିତ ସମାପ୍ତ କରିଥିବେ)ଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
ଦରମା (IDA):
• ସିନିୟର ଆସିଷ୍ଟାଣ୍ଟ (NE-୬)-୩୬,୦୦୦ ରୁ ୧,୧୦,୦୦୦ଟଙ୍କା
• ଜୁନିଅର ଏକ୍ଜିକ୍ୟୁଟିଭ୍ (ଇ-୧)- ୪୦,୦୦୦ ରୁ ୧,୪୦,୦୦୦ଟଙ୍କା
• ମ୍ୟାନେଜର (ଇ-୩)- ୬୦,୦୦୦ ରୁ ୧,୮୦,୦୦୦ଟଙ୍କା