ସୁନାର ଗୁମ୍ପା, ଆଜି ବି ଭାଙ୍ଗିବା ଅସମ୍ଭବ
ଭାରତ ଏମିତି ଗୋଟିଏ ଦେଶ ଯାହାକୁ ସୁନାର ଚଢେଇର ଆଖ୍ୟା ଦିଆଯାଇଥିଲା । ସୁନାର ଚଢେଇର ଅର୍ଥ ଭାରତରେ ପ୍ରଚୁର ସୁନା, ଧନ, ଖଜଣା ଆଦିର ଭଣ୍ଡାର ଥିଲା । କିନ୍ତୁ ଇଂରେଜ, ମୋଗଲ ମାନଙ୍କ ଯୋଗୁଁ ଏହି ଭଣ୍ଡାର ସବୁ ଲୁଣ୍ଠନ୍ ହେଇଗଲା । ହେଲେ ଆଜି ବି ଭାରତର ଖଜଣା, ଗଚ୍ଛିତ ସୁନା ଆଦିର ପୁରାତନ କାହାଣୀ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ । ଯଦି ଆମ ଭାରତ ଏତେ ମାତ୍ରାରେ ଧନୀ ଥିଲା ତାହାଲେ କଣ ସବୁକିଛି ଧନ ସମ୍ପତ୍ତି ଲୁଟ୍ ହେଇଗଲା ନା ଆଉ କିଛି ଏବେ ବି ଭାରତରେ ଗଚ୍ଛିତ ହୋଇରହିଛି ? ଭାରତର ପ୍ରତ୍ୟେକ କୋଣ ଅନୁକୋଣ ରହସ୍ୟ ଓ ରୋମାଂଚକର ଜିନିଷରେ ଭର୍ତ୍ତି । ଭାରତ ଏମିତି ଏକ ମାଟି ଯାହା ତଳେ ଅନେକ ବର୍ଷରୁ ସୁନା ଓ ଦାମୀ ଖଜଣା ଗଚ୍ଛିତ ହୋଇ ରହିଛି । କୁହାଯାଏ ସେ ସବୁ ଭିତରୁ ମାତ୍ର ୩୦ ପ୍ରତିଶତ ବିଦେଶୀଙ୍କ ହାତରେ ଲାଗିଛି । ଆଜି ବି ଏମିତି ଅଜଣା ଅପରିଚିତ ଜାଗା ଅଛି ଯେଉଁଠି ହଜାର ହଜାର ଟନ୍ ର ସୁନା ଓ ଖଜଣା ଲୁଚି ରହିଛି । କିନ୍ତୁ ଆଜି ଆମେ ଏମିତି ଏକ ଜାଗା ବିଷୟରେ କହୁଛୁ ଯାହା ଆମ ଭାରତର ଏକ ଜଣାଶୁଣା ସ୍ଥାନ । ଆଉ ଯେଉଁଠି ସୁନା ଓ ମୂଲ୍ୟବାନ ଖଜଣା ରହିଛି ବୋଲି ସମସ୍ତେ ଜାଣିଛନ୍ତି, କିନ୍ତୁ ତାକୁ ଲୁଟିବା ପାଇଁ ଶତ ଚେଷ୍ଟା କଲେ ବି କିଛି କରିପାରୁନାହାନ୍ତି । ଏହା ଏକ ବଡ ରହସ୍ୟ ଓ ଆଜି ବି ଅବୁଝା କାହାଣୀ ପାଲଟି ରହିଯାଇଛି ।ଭାରତର ବିହାର ରାଜ୍ୟରେ ଏମିତି ଏକ ଗୁମ୍ପା ରହିଛି ଯାହାକୁ କଳେ,ବଳେ କୌଶଳେ ବି ଖୋଲିବା ସମ୍ଭବ ହେଉନାହିଁ । ଆଜିର ସମୟରେ ଆମେ ବଡ ବଡ ପାହାଡ ଭାଙ୍ଗି ନୂଆ ବିଲଡିଙ୍ଗ ଆଦି ବନାଉଛୁ । କିନ୍ତୁ ଏହି ଗୁମ୍ପାକୁ ଭାଙ୍ଗିବାରେ ସମସ୍ତେ ଅସମର୍ଥ । ବିହାରର ରାଜଗୀର ଠାରେ ରହିଛି ସୁନା ଭଣ୍ଡାର ଗୁମ୍ପା । ଏହି ଗୁମ୍ପାକୁ ବହୁ ପୁରାତନ ଯୁଗରୁ ନିର୍ମାଣ କରାଯାଇଛି ବୋଲି କୁହାଯାଏ । କିଛି କୁହନ୍ତି ଏହା ମହାଭାରତ କାଳର ରାଜା ଜରାସନ୍ଦଙ୍କର ଗୁମ୍ପା ଥିଲା । କିନ୍ତୁ ଆଉ କିଛି କାହାଣୀ ଅନୁସାରେ ଏହା ମଗଧର ରାଜା ବିମ୍ବିସାରଙ୍କର ଗୁପ୍ତ ଗୁମ୍ଫା ଥିଲା ବୋଲି କୁହାଯାଏ । ଏଠାରେ ଅନେକ କୋଟି ଟନ୍ ସୁନା ସଂରକ୍ଷିତ କରି ରଖାଯିବାର କାହାଣୀ କୁହାଯାଏ । ଆଉ ଏହି କଥା ସତ ବୋଲି ସେହି ଗୁମ୍ପାର ବଡ ବଡ ପଥର ଦେଖିଲେ ଜଣାପଡିଯାଏ । ସୁନାର ଚିହ୍ନ ବର୍ଣ୍ଣ ସେହି ପଥର ଗୁଡିକରେ ଦେଖିବାକୁ ମିଳେ । ଗୁମ୍ପାର ସବୁଠୁ ବଡ ରହସ୍ୟ ହେଉଛି ଏହାର ଦ୍ୱାର । ଯାହାକୁ ଆଜି ଯାଏଁ କେହି ବି ଖୋଲିପାରିଲେ ନାହିଁ । ଇତିହାସ କୁହେ ଯେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ଶାସନ କାଳର ଆହୁରୀ ଶହ ଶହ ବର୍ଷ ପୂର୍ବରୁ ଏହି ସ୍ଥାନ ରହିଛି । ମଗଧର ରାଜା ବିମ୍ବିସାରଙ୍କର ରାଜଧାନୀ ଥିଲା ଏହି ଜାଗା ରାଜଗୀର୍ । ଇତିହାସକାର୍ ମାନେ କୁହନ୍ତି ମଗଧର ଏତେ ସମ୍ପତ୍ତି ଥିଲା ଯେ ପୃଥିବୀର ଅଧାରୁ ଅଧିକ ଦେଶ ବିନା ଅସୁବିଧାରେ ବି ଅନେକ ବର୍ଷ ଯାଏଁ ସୁଖସମୃଦ୍ଧିରେ ଚଳିପାରିଥାନ୍ତେ । ଏହି ସୁନା ଭଣ୍ଡାରରେ ପୃଥିବୀର ୫୦ ପ୍ରତିଶତ ସୁନା ଅଛି । କିନ୍ତୁ ରାଜା ବିମ୍ବିସାରଙ୍କର ସାମ୍ରାଜ୍ୟ ଅନୁସାରେ ଶତ୍ରୁସଂଖ୍ୟା ବି ଖୁବ୍ ଅଧିକ ଥିଲେ । ସେଥିପାଇଁ ବିମ୍ବିସାର୍ ଏହି ପାହାଡରେ ଏକ ଗୁପ୍ତ ଗୁମ୍ପା ତିଆରି କରି ନିଜର ଧନସଂମ୍ପତି ସୁନା ହିରା ସବୁକିଛି ଏଠାରେ ଲୁକ୍କାୟିତ ଅବସ୍ଥାରେ ରଖୁଥିଲେ । ଓ ତାସହ ଗୁମ୍ପା ଭିତରେ ନିଜ ବିଶ୍ୱସ୍ତ ସୈନ୍ୟ ମାନଙ୍କୁ ପହରା ଦେବା ପାଇଁ ଜଗାଉଥିଲେ । କିନ୍ତୁ ବିମ୍ବିସାରଙ୍କର ପୁଅ ଅଜାତଶତ୍ରୁ ନିଜ ରାଜଗାଦୀ ଲୋଭରେ ନିଜ ପିତାଙ୍କୁ ବନ୍ଦୀ ବନାଇ ଖଜଣାର ଗୁପ୍ତ ତଥ୍ୟ ମାଗିଥିଲେ । କିନ୍ତୁ ବିମ୍ବସାର୍ ନିଜର ମୃତ୍ୟୁ ପର୍ଯ୍ୟନ୍ତ ବି ମୁହଁ ଖୋଲିନଥିଲେ ଏବଂ ଖଜଣାର ରହସ୍ୟ ତାଙ୍କ ସହ ହିଁ ଚାଲିଗଲା । କିନ୍ତୁ ଏହି ଗୁମ୍ପାର ରହସ୍ୟ କଣ ? ଦର୍ଶକବନ୍ଧୁ ଏହି ଜାଗାର ନିର୍ମାଣ ହିଁ ନିଜ ଭିତରେ ଏକ ରହସ୍ୟ । ପୁରାତତ୍ୱ ବିଭାଗର ଯାଂଚରୁ ଜଣାପଡିଥିଲା ଯେ,-ଏହି ବିରାଟକାୟ ଗୁମ୍ପା ମାତ୍ର ଗୋଟିଏ ପଥରରୁ ହିଁ ତିଆରି ହୋଇଛି । ଯେଉଁଥିପାଇଁ ଏହି ଗୁମ୍ପାଟି ପୁରାପୁରି ସମାନ ଦେଖିବାକୁ ମିଳେ । କେଉଁଠି ବି ବାହାର ପଥର ଯୋଡା ହେବାର ସଂଙ୍କେତ ନାହିଁ । ଯେଉଁଥିପାଇଁ ଆଜିଯାଏଁ ଏହି ଗୁମ୍ଫାର କିଛି ବି କ୍ଷତି ହୋଇନାହିଁ । ଏହି ଗୁମ୍ପାର ଭିତରେ ଦୁଇଟି ଗୃହ ଅଛି,ଆଉ ସେଥିଭିତରୁ ଗୋଟିଏ ରେ ସବୁ ଖଜଣା ଭର୍ତ୍ତ କରି ରଖାଯାଇଛି । କିନ୍ତୁ ସେହି ଗୃହ ସାମ୍ନାରେ ଏକ ପଥର ଚଟାଣର ଦ୍ୱାର ଅଛି ଯାହାକୁ ଆଜିଯାଏଁ କେହି ବି ଖୋଲିପାରୁନାହାନ୍ତି ।ଏମିତିକି ଇଂରେଜମାନେ ସୁନାଭଣ୍ଡାରରୁ ଖଜଣା କାଢିବା ପାଇଁ ଏହି ଦ୍ୱାରକୁ ତୋପରେ ଉଡାଇଥିଲେ କିନ୍ତୁ ସେଥିରେ ଚିହ୍ନ ହେଲା ସତ ହେଲେ ପଥର ଭାଙ୍ଗିବାର ନାଁ ନେଲାନି । ଏମିତି କେଉଁ ଧାତୁରେ ଏହି ପଥର ତିଆରି ହେଇଥିବ ଯେ ଏହାକୁ କେହି ଆଜିଯାଏଁ ଭାଙ୍ଗିପାରୁନାହାନ୍ତି । ବହୁତ ଶିକ୍ଷାବିତ୍,ଇତିହାସକାର୍ ମାନେ ଏହି ପଥରରେ ଲେଖାଥିବା ଭାଷାକୁ ପଢିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହାର ସଠିକ୍ ତଥ୍ୟ କେହି ବି ପାଉନାହାନ୍ତି । ସ୍ଥାନୀୟ ଲୋକମାନେ କୁହନ୍ତି ଯିଏ ଏହି ସବୁ ଶଦ୍ଧକୁ ପଢି ବୁଝିପାରିବ ବୋଧହୁଏ ସେ ହି ଏହି ଖଜଣାକୁ କାଢିବାରେ ସଫଳ ହୋଇପାରିବ । ଯେଉଁ ବିହାର ଅଛି ରାଜ୍ୟ ମାନଙ୍କର ଉନ୍ନତିରେ ପଛରେ ଅଛି ତାରି ମାଟିରେ ସାରା ଦୁନିଆର ଅଧା ସୁନା ଲୁକ୍କାୟିତ ହୋଇ ରହିଛି । ସତରେ କଥାଟି ବହୁତ ଆଶ୍ଚର୍ଯ୍ୟକର ଲାଗୁଛି । ବୌଜ୍ଞାନିକଙ୍କ ଅନେକ ପରୀକ୍ଷା ସତ୍ୱେ କାହିଁକି ଏହି ପଥର ଭାଙ୍ଗୁନାହିଁ ତାହା ହିଁ ବଡ ବିଷୟ ।