ଗାନ୍ଧୀ ଜୟନ୍ତୀରେ ଜାଣନ୍ତୁ ଜାତିର ପିତାଙ୍କ ମହାନ କାହାଣୀ
() ଆମ ଦେଶ ଭାରତ ୧୫ ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧିନ ହୋଇଥିଲା । ସ୍ୱାଧିନତା ହେବାର ୭୬ ବର୍ଷ ପୁରି ସାରିଲାଣି । ଦେଶକୁ ସ୍ୱାଧିନ କରିବା ପାଇଁ କେତେ ମହାନ ଆତ୍ମା ନିଜ ଜୀବନର ଜଳାଞ୍ଜଳୀ ଦେଇଛନ୍ତି ତାହା କହିବା ଅସମ୍ଭବ । ସେମାନଙ୍କ ମଧ୍ୟରୁ ଜଣେ ମହାନ ଆତ୍ମା ହେଉଛନ୍ତି ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀ । ଆଜି ତାଙ୍କ ଜନ୍ମଜୟନ୍ତୀ ଅବସରରେ ସେ ଭାରତ ପାଇଁ କରିଯାଇଥିବା କିଛି ମହତ୍ୱ କାର୍ୟ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବା ଯାଉଛୁ ।() ମହାତ୍ମାଗାନ୍ଧୀଙ୍କ ପୁରା ନା’ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ । ୨ ଅକ୍ଟୋବର ୧୮୬୯ ମସିହାରେ ସେ ଗୁଜୁରାଟର ପୌରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କରମ ଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତୁଲି ବାଈ ଥିଲା । ପରେ ମାତ୍ର ୧୩ ବର୍ଷ ବୟସରଙ୍କ ତାଙ୍କ ଠାରୁ ଗୋଟିଏ ବର୍ଷ ବଡ଼ ଝିଅ କସ୍ତୁରବାଙ୍କ ସହ ବିବାହ ହୋଇଥିଲା । ଯେତେବେଳ ଗାନ୍ଧୀଙ୍କୁ ୧୫ ବର୍ଷ ବୟସ ହୋଇଥିଳା ତାଙ୍କ ପିତାଙ୍କ ମୃତ୍ୟୁ ହୋଇଗଲା । ଗାନ୍ଧୀଜୀ ୧୮୮୭ରେ ହାଇସ୍କୁଲର ପାଠ ଶେଷ କଲେ । ପରେ କଲେଜରୁ ପାଠ ଶେଷ କରି ୪ ସେପ୍ଟେମ୍ବର ୧୮୮୮ରେ ଲଣ୍ଡନ ଯାଇ ‘ଲ’ ପାଠ ପଢିସାରି଼ି ୧୮୯୧ରେ ଭାରତ ଫେରିଥିଲେ । ୧୮୯୩ରେ ସେ ପ୍ରଥମ ଚାକିରି କଲେ ଯେଉଁଥିପାଇଁ ତାଙ୍କୁ ସାଉଥ ଆଫ୍ରିକା ଯିବାକୁ ପଡ଼ିଲା ।ସେଠାରୁ ସେ ରଙ୍ଗ, ଜାତି ଭେଦ ଭାବର ସାମ୍ନା କରି ଲଢ଼ି ନିଜ ଦେଶର ଲୋକଙ୍କ ପକ୍ଷରୁ ଲଢ଼ିବା ପାଇଁ ୧୯୧୫ ମସିହାରେ ସେ ଭାରତ ଆସିଥିଲେ । ୧୯୧୭ ମସିଆରେ-ପ୍ରଥମ ଆନ୍ଦୋଳନ କରିଥିଲେ, ଯାହାର ନା’ ଥିଲା ଚମ୍ପାରନ ଆନ୍ଦୋଳନ ଏବଂ ଏହି ଆନ୍ଦୋଳନ ତାଙ୍କର ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ ଥିଲା । ୧୯୧୮ ମସିହାରେ-ବନ୍ୟା, ଦୁର୍ଭିକ୍ଷ ସହ ସଂଗ୍ରାମ କରିଥିବା କୃଷକଙ୍କ ପାଇଁ ଟିକସ ଛାଡ଼ ପାଇଁ ଖେଡ଼ା ସତ୍ୟାଗ୍ରହ କରିଥିଲେ । ୧୯୧୯ ମସିହାରେ ମହାତ୍ମା ଗାନ୍ଧୀ ବ୍ରିଟିଶ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ରୋଲାଟ ଆକ୍ଟ ବିରୋଧରେ ଅହିଂସା ସତ୍ୟାଗ୍ରହ ଆରମ୍ଭ କରିଥିଲେ । ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ହୋଇଥିଲା ସ୍ୱରାଜ ଅନୁସରଣ କରିଥିଲେ ।ପରେ ୧୯୨୨ରେ ଅସହୟ ଆନ୍ଦୋଳନ କଲେ ଯେଉଁଥିରେ ସେ ବିଦେଶୀ ଜିନିଷ ବ୍ୟବହାର କରିବା ଲୋକ ବନ୍ଦ କରିଦେଇଥିଲେ । ୧୯୨୬ ମସିହାରେ ଗାନ୍ଧୀଜି ହରିଜନ ଶବ୍ଦକୁ ଲୋକପ୍ରିୟ କରିଥିଲେ, ଏବଂ ସବୁ ମଣିଷ ସମାନ ଓ ତାଙ୍କର ମଧ୍ୟ ସମାନ ଅଧିକାର ଅଛି ବୋଲି ପ୍ରଚାର କରିଥିଲେ । ୧୯୩୦ ମସିହାରେ ଲୁଣ ଟିକସ ଛାଡ଼ ପାଇଁ ଗାନ୍ଧୀଜି ଙ୍କ ଦ୍ୱାରା ୨୪ଦିନିଆ ଲବଣ ସତ୍ୟାଗ୍ରହ କିମ୍ବା ଦାଣ୍ଡିଯାତ୍ରା ହୋଇଥିଲା । ୧୯୩୧-୧୯୩୨ ମସିହାରେ ଆତ୍ମଶାସନ କରିବାକୁ ଘୋଷଣା କରିଥଲେ ମହାତ୍ମାଗାନ୍ଧୀ । ୧୯୪୨ ମସିହାରେ ବମ୍ବେରେ ଚାଲିଥିବା ଅଲ ଇତ୍ପିଆ କଂଗ୍ରେସ କମିଟି ଅଧିବେଶନରେ ମହାତ୍ମା ଗାନ୍ଧୀ ‘ଭାରତ ଛାଡ଼’ ଆନ୍ଦୋଳନ କରିଥିଲେ । ପରେ ଆମ ଦେଶ ଭାରତ ୧୫ ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧିନ ହେଲା । ଏହାର ଗୋଟିଏ ବର୍ଷ ପରେ ୩୦ ଜାନୁଆରୀ ୧୯୪୮ରେ ମାତ୍ର ୭୮ବର୍ଷ ବୟସରେ ଗାନ୍ଧୀଜୀ ପ୍ରାଣ ହରାଇଥିଲେ ।