Tuesday 30th April 2024
ଆକାଶରେ ଏତେ ଲାଇଟ୍ ଏକା ଧାଡିରେ ଯାଉଛନ୍ତି କୁଆଡେ ?

ଆକାଶରେ ଏତେ ଲାଇଟ୍ ଏକା ଧାଡିରେ ଯାଉଛନ୍ତି କୁଆଡେ ?

ପୃଥିବୀପାଇଁ ବିପଦ ସାଜିବ କି ଏହି ଲାଇଟ୍ ?

ଆମର ଏହି ଦୁନିଆରେ ସବୁଦିନ କିଛି ନା କିଛି ଘଟଣା ଘଟି ରହିଥାଏ । କିନ୍ତୁ ସେଥିରେ କିଛି ଜିନିଷ ଖୁବ୍ ସାଧାରଣ ଲାଗେ ତ ଆଉ କିଛି ଜିନିଷ ଅସାଧାରଣ । ଆମେ ମଣିଷ ଏହି ପୃଥିବୀରେ ରହି ମଧ୍ୟ ଆଜି ବି ଅନେକ ଜିନିଷ ବିଷୟରେ ସଂମ୍ପୂର୍ଣ୍ଣ ଧାରଣା ରଖିନଥାଉ । ଏତେ ବଡ ଦୁନିଆରେ ଜାଣିବା ଓ ଖୋଜିବା ପାଇଁ ବହୁତ କିଛି ରହସ୍ୟଅଛି । ହେଲେ ଯେଉଁମାନଙ୍କୁ ରହସ୍ୟମୟୀ କାହାଣୀ ପଛରେ ପ୍ରକୃତ ବିଜ୍ଞାନ କଣ ରହିଥାଏ ସେ ବିଷୟରେ ଜାଣିବାକୁ ଇଚ୍ଚା ଥାଏ ତାହାଲେ ଆଜିର ଏହି ତଥ୍ୟ ଆପଣଙ୍କ ପାଇଁ । ସୋସିଆଲ ମିଡିଆ ଯୁଗରେ ଆଜି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି । ଆଉ ଏହି ଫୋନ୍ ରେ ଆମେ ଗୋଟିଏ ସ୍ଥାନରେ ବସି ଦେଶ ଦୁନିଆ ଠାରୁ ଆରମ୍ଭ କରି ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତର ତଥ୍ୟ ପାଇପାରୁଛୁ । ଇଣ୍ଟରନେଟ୍ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି । କିନ୍ତୁ ଥରେ ଚିନ୍ତା କଲେ ଆମ ଇଣ୍ଟରନେଟ୍ ସେବା ପାଇଁ ଆମ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ କେତେ କଣ ପରିବର୍ତ୍ତନ ହେଉଛି ସେ ବିଷୟରେ ଆପଣମାନେ ଜାଣିପାରୁଛନ୍ତି କି ?


ଏଇ ଯେମିତି ଗତ କିଛିଦିନ ତଳେ ସେପ୍ଟେମ୍ବର ୧୨ ତାରିଖ ୨୦୨୨ରେ ଭାରତର ଉତ୍ତରପ୍ରଦେଶ ରାଜସ୍ଥାନ ଭଳି ଜାଗା ମାନଙ୍କରେ କିଛି ଆଶ୍ଚର୍ଯ୍ୟକର ଜିନିଷ ଦେଖିବାକୁ ମିଳିଲା । ଆକାଶରେ ସଂନ୍ଧ୍ୟା ସମୟରେ କିଛି ଟ୍ରେନ ଭଳି ଦେଖାଯାଉଥିବା ଜିନିଷ ଯିବାର ନଜର ଆସିଥିଲା । ତେବେ ପ୍ରକୃତରେ ଏହା କିଛି ଆଲୋକମାଳା ଥିଲା ଯାହାକି ଦ୍ରୁତ ଗତିରେ ଯାଉଥିବାର ଦେଖାଯାଇଥିଲା । କିଛି ଲୋକ ଏହାକୁ ଉଲକାପିଣ୍ଡ ଖସିପଡୁବାର କହୁଥିବା ବେଳେ ଆଉ କିଛି ଏହାକୁ ଏଲିୟନ୍ସଙ୍କ ୟୁଏଫଓ ବୋଲି କଳ୍ପନା କରୁଥିଲେ । ଏହା ଏକ ଚାଂଚଲ୍ୟକର ଘଟଣା ବୋଲି ସୋସିଆଲ ମିଡିଆରେ ବିଭିନ୍ନ ତଥ୍ୟ ଦେଇ ଭାଇରାଲ ହେବାକୁ ଲାଗିଲା । ତାହାଲେ ଏହି ରହସ୍ୟମୟୀ ଜିନିଷ ପଛର ସତ କଣ ଜାଣନ୍ତୁ ?


ଆଲୋକମାଳା ପଛର ବିଜ୍ଞାନ କଣ ?

ଏଲେନ୍ ମସ୍କୋଙ୍କର ଟେସ୍‌ଲା କମ୍ପାନୀ ବିଷୟରେ ହୁଏତ ସମସ୍ତେ ଜାଣନ୍ତି । କିନ୍ତୁ ଏଲେନ୍ ମସ୍କୋଙ୍କର ଷ୍ଟାର ଲିଙ୍କ ପ୍ରଜେକ୍ଟ ବିଷୟରେ କଣ ଆପଣମାନେ ଜାଣନ୍ତି । ଷ୍ଟାରଲିଙ୍କ ଏକ ସାଟେଲାଇଟ୍ ନେଟ୍‌ଓାର୍କ ଯାହା ସ୍ପେସ୍ ଏକ୍ସ ଦ୍ୱାରା ଡେଭେଲୋପ୍ କରାଯାଇଛି । ୨୦୧୫ ମସିହାରେ ଏହି ପ୍ରଜେକ୍ଟକୁ ଘୋଷଣା କରାଯାଇଥିଲା । ଆଉ ବର୍ତ୍ତମାନ ସୁଦ୍ଦା ଏହି ପ୍ରଜେକ୍ଟ ଅନୁସାରେ ୧ ହଜାରୁ ଉର୍ଦ୍ଧ ସାଟେଲାଇଟ୍ ପୃଥିବୀର ଅରବିଟ୍ କୁ ଛଡାଯାଇସାରିଛି । ଆମେରିକାରେ ୧୧ ସେପ୍ଟେମ୍ବର ରାତିରେ ଫ୍ଲୋରିଡାର କେନେଡୀ ସ୍ପେସ୍ ସେଣ୍ଟରରେ ସ୍ପେସ୍ ଏକ୍ସ ତରଫରୁ ନିଜର ଫାଲକନ୍‌-୯ ରକେଟ୍ ସାହର୍ଯ୍ୟରେ ମୋଟ୍ ୩୪ଟି ସାଟେଲାଇଟ୍ ଲଂଚ କରିଥିଲେ । ଯାହା ଭାରତରେ ୧୨ ତାରିଖରେ ନଜର ଆସିଥିଲା । ତେବେ ଏତେଗୁଡିଏ ସାଟେଲାଇଟ୍ ପୃଥିବୀର ଲୋ ଅରବିଟ୍ କୁ ଛଡାଯାଇଥିଲା । ଯାହାର ଲଂଚ ପରେ ଏହା ଆମ ଆକାଶରେ ଦେଖିବାକୁ ମିଳିଥିଲା ।


କିନ୍ତୁ ଏହାର ପ୍ରକୃତରେ କାମ କଣ ରହିବ ?

ଏହି ସାଟେଲାଇଟ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇଣ୍ଟରନେଟ୍ ର ସଫଳ ରୂପେ ପ୍ରସାର । ଅର୍ଥାତ ଆମ ପୃଥିବୀରେ ଏମିତି ଅନେକ ଜାଗା ଅଛି ଯେଉଁଠାରେ ନେଟଓାର୍କ ପହଂଚିବା ମୁସକିଲ୍ ହେଇଯାଏ । କିନ୍ତୁ ଏହି ଷ୍ଟାରଲିଙ୍କ ସାଟେଲାଇଟ୍ ପାଇଁ ସେହିଭଳି ବିଛିନ୍ନାଂଚଳ ଜାଗାରେ ବି ଭଲ ନେଟଓାର୍କ ମିଳିପାରିବ ,ଭଲ ଇଣ୍ଟରନେଟ୍ ସୁବିଧା ମିଳିପାରିବ । ତେଣୁକରି ଯେଉଁଜାଗାରେ ୪ଜି,୫ଜି କାମ କରୁନଥିବ କିମ୍ବା ବ୍ରଡବ୍ୟାଣ୍ଡ କାମ କରୁନଥିବ ଆପଣ ସେହିଭଳି ସ୍ଥାନରେ ଷ୍ଟାରଲିଙ୍କ ସେଟେଲାଇଟ୍ ଇଣ୍ଟରନେଟ୍ କୁ ବ୍ୟବହାର କରିପାରିବେ ।
ତେବେ ଯଦି ରିପୋର୍ଟ ମୁତାବିକ କହିବା ତାହାଲେ ପାଖାପାଖି ୨.୫ଲକ୍ଷ ଲୋକ ଆଜିର ସମୟରେ ଏହି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଓ ବର୍ତ୍ତମାନ ସୁଦ୍ଧା୨୫ଟି ଦେଶରେ ଏହି ଇଣ୍ଟରନେଟ୍ ର ସୁବିଧା ରହିଛି । ତେବେ ଯଦି ଏଲେନ୍ ମସ୍କୋଙ୍କ ସ୍ପେସ୍ ଏକ୍ସ ଅନୁସାରେ ଆଗାମୀ ଦିନରେ ପୃଥିବୀର ଅରବିଟ୍ ରେ ଆହୁରି ୪୨ହଜାର ସାଟେଲାଇଟ୍ ଛଡାଯିବାର ଯୋଜନା ରହିଛି ।
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହିଭଳି ଏତେ ମାତ୍ରାରେ କାହିଁକି ସାଟେଲାଇଟ୍ ଛଡାଯିବ ?

ତେବେ ଏହାର କାରଣ ହେଉଛି ଆପତକାଳିନ ପରିସ୍ଥିତିରେ ଅଥବା ଯୁଦ୍ଧକାଳିନ ଭିତ୍ତିରେ ଏହାର ଆବଶ୍ୟକତା ଅଧିକ ରହିଛି । ସେହି ସମୟରେ ଇଣ୍ଟରନେଟ୍ ସେବା ଠପ୍ ହେଇଯାଏ । ଯାହାକି ସବୁଠୁ ବଡ ଅସୁବିଧାର କାରଣ ପାଲଟିଥାଏ । ଯଦି ଏବେର କଥା କହିବା- ତାହାଲେ ୟୁକ୍ରେନ ଯୁଦ୍ଧ ସମୟରେ ଏହା ୟୁକ୍ରେନ ମିଲିଟାରୀ ମାନଙ୍କୁ ଅନେକ ସହାୟକ ହେଇଥିଲା । ଯେମିତିକି ଡ୍ରୋନର ହମାଲା ଓ ରୁଷିୟାନ ଟ୍ୟାଙ୍କ ଆଦିର ପୋଜିସନ୍ ବିଷୟରେ ଜାଣିବାରେ ଏହି ଇଣ୍ଟରନେଟ୍ ସହାୟକ ହେଉଥିଲା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )