Friday 20th February 2026
BCCIର ନୂଆ ନିୟମ ! ଏଣିକି ୧୧ ନୁହେଁ ଖେଳିବେ ୧୫ ଖେଳାଳି

BCCIର ନୂଆ ନିୟମ ! ଏଣିକି ୧୧ ନୁହେଁ ଖେଳିବେ ୧୫ ଖେଳାଳି

 ଆଗରୁ କ୍ରିକେଟ ଖେଳରେ ପ୍ରତ୍ୟକ ଦଳରେ ୧୧ ଜଣ ଖେଳାଳି ଖେଳୁଥିଲେ,କିନ୍ତୁ ବର୍ତମାନ ଏଥିରେ ବ୍ୟତିକ୍ରମ ହେବାକୁ ଯାଉଛି,ଅର୍ଥାତ  ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ବର୍ତ୍ତମାନ ଏକ ନୂଆ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛି । ବିଶେଷ କରି ଏହା IPL ରେ ଲାଗୁ ହେବ ବୋଲି କୁହାଯାଉଛି । ନୂଆ ନିୟମ ଅନୁସାରେ ଆଉ ଏଗାର ନୁହେଁ ପନ୍ଦର ଜଣ ଖେଳାଳି ଏବେ ଖେଳିବେ ଆଇପିଏଲ । ହଁ ଏହି ନିୟମ ଆଧାରରେ ୧୧ ଖେଳାଳି ନୁହେଁ ୧୫ ବଦଳରେ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ହେବେ । ଏହି ନିୟମକୁ ଅଧିନରେ ଖେଳିବେ ‘ଇମ୍ପାକ୍ଟ ପ୍ଲେୟାର’ । ନିୟମର ପରୀକ୍ଷା ପାଇଁ ଏହା ପ୍ରଥମେ ଘରୋଇ କ୍ରିକେଟ୍ ରେ ଲାଗୁ ହେବ । ଏହି ପର୍ଯ୍ୟାୟରେ, ବିସିସିଆଇ ଅକ୍ଟୋବର ୧୧ରୁ ଖେଳାଯିବାକୁ ଥିବା T-20 ସୟଦ ମୁସତାକ୍ ଅଲି କ୍ରିକେଟରେ ଏହାକୁ ଲାଗୁ କରାଯିବ । ଘରୋଇ କ୍ରିକେଟରେ ଟେଷ୍ଟ କରିବା ପରେ ଏହି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଆସନ୍ତା ବର୍ଷର ଆଇପିଏଲ୍ ୨୦୨୩ ସିଜନରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ।

ସୂଚନା ଅନୁସାରେ  ଏହି ନିୟମ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ ବିଗ୍ ବାସ୍ ଲିଗ୍ (ବିବିଏଲ୍) ରେ ‘ଏକ୍ସ ଫ୍ୟାକ୍ଟର୍’ ନାମରେ ମଧ୍ୟ ପ୍ରଯୁଜ୍ୟ ଅଛି । କିନ୍ତୁ ୧୫ ବଦଳରେ ୧୩ ଖେଳାଳି ଖେଳିବାକୁ ଅନୁମତି ଅଛି । ବିସିସିଆଇ ସମସ୍ତ ରାଜ୍ୟକୁ ଏକ ସର୍କୁଲାର ପଠାଇଛି । ଏଥିରେ କୁହାଯାଇଛି, ‘ଟି-୨୦ କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ନୂଆ କରିବାକୁ ପ୍ରସ୍ତୁତି ଚାଲିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )