କେମିତି କଳନା କରାଯାଏ GDP ?
‘ଜିଡିପି’ ଏହା ବିଷୟରେ ଆମେ ସବୁବେଳେ ଶୁଣିଛୁ । କିନ୍ତୁ ଏହାର ପ୍ରକୃତ ଅର୍ଥ କଣ ଓ ଏହାକୁ କିପରି କଳନା କରାଯାଏ ସେ ବିଷୟରେ ଆଜି ବି ଆମ ଦେଶରେ ଅନେକ ଲୋକ ଜାଣିନାହାନ୍ତି । ଜିଡିପି କେବଳ ବଡ ବଡ ସରକାରୀ ବ୍ୟକ୍ତି ଜାଣିବାର ବିଷୟ ନୁହେଁ । ଆମ ଦେଶର ପ୍ରତ୍ୟେକ ନାଗରିକ ନିଜ ଦେଶର ଜିଡିପି କଣ ଏହା ଉପରେ ଗୁରୁତ୍ୱ କାହିଁକି ଦିଆଯିବା ଉଚିତ୍ । ସେ ସବୁ ବିଷୟରେ ଜାଣିବା ଦରକାର ।
ସାଧାରଣତଃ ଜିଡିପି ବିଷୟରେ ଜାଣିବା ଆରମ୍ଭ ହୁଏ ଆମ ଦେଶର ସୀମାରୁ । ଅର୍ଥାତ ଜିଡିପି ଆପଣ ନିଜ ଦେଶର ଏକ ରାଜନୈତିକ ସୀମା ଅନୁସାରେ ହିଁ ନିଦ୍ଧାରିତ କରିପାରିବେ । ଯଦି ଉଦାହରଣ ଅନୁସାରେ କହିବା-ଆମ ଦେଶରେ ଯଦି ଚାଇନାର କୌଣସି ଘଣ୍ଟା କମ୍ପାନୀ ନିଜର ଜିନିଷ ତିଆରି କରୁଛି । ତାହାଲେ ତାହା ଚାଇନାର ନୁହେଁ ଆମ ଦେଶର ଜିଡିପିରେ ଅର୍ନ୍ତଭୂକ୍ତ ହେବ । ତାଛଡା ଜିଡିପି କାହା କାହାକୁ ନେଇ କଳନା କରାଯାଏ ଏହା ବି ଏକ ବିଶେଷ କଥା । ସବୁଠାରୁ ସହଜ ଉଦାହରଣ ଦେଇ ଯଦି କହିବା ‘ଜିଡିପି ସବୁବେଳେ ଗୋଟିଏ ବସ୍ତୁ କିମ୍ବା ସେବାର ଅନ୍ତିମ ମୂଲ୍ୟରୁ କଳନା କରାଯାଏ ।’
ଅନ୍ତିମ ମୂଲ୍ୟ କଣ ?
ଆପଣ ଯେ କୌଣସୀ ଜିନିଷ କିଣୁଛନ୍ତି । ତାର ଯେତିକି ମୂଲ୍ୟ ଆପଣ ଦେଉଛନ୍ତି ତାହାକୁ ଅନ୍ତିମ ମୂଲ୍ୟ କୁହାଯାଏ । ଅର୍ଥାତ ଯଦି ଆପଣ ଗୋଟିଏ ଘର କିଣୁଛନ୍ତି ତାର ପୁରା ମୂଲ୍ୟ ଦେଇ କିଣୁଛନ୍ତି ନା କି ଘର ଯାହା ଯାହା ଦେଇ ତିଆରି ହୋଇଛି ଅର୍ଥାତ ବାଲି ସିମେଣ୍ଟ ରଡ୍ ଆଦିର ମୂଲ୍ୟ ଦେଉଛନ୍ତି । ତେଣୁକରି ଏସବୁ ଜିନିଷରୁ ମିଶି ହିଁ ଗୋଟିଏ ଘର ତିଆରି ହେଉଛି ଓ ଆପଣ ତାର ପୁରା ଖର୍ଚ୍ଛକୁ ମିଶାଇ ଅନ୍ତିମ ମୂଲ୍ୟ ଦେଉଛନ୍ତି ।
ବସ୍ତୁ ଓ ସେବାରୁ ଜିଡିପି
ପଇସା ଦେଇ ଆପଣ ନିଜର ସମସ୍ତ ଜରୁରୀ ଜିନିଷ କିଣୁଛନ୍ତି ଓ ସେଇ ପଇସା ଦେଇ ଆପଣ ସେବା ମଧ୍ୟ ନେଉଛନ୍ତି । ଯେମିତିକି କଲେଜରେ ଶିକ୍ଷା ଗ୍ରହଣ କରିବା ହେଉଛି ସେବା ଓ ଦୋକାନରୁ ଜିନିଷ କିଣିବା ହେଉଛି ବସ୍ତୁ । ଆମେ ଯାହା ବି ବ୍ୟବହାର କରୁଛୁ ସବୁଜିନିଷର ନିର୍ମାଣ ସ୍ଥଳ ରହିଛି । କୋଟି କୋଟି କଂମ୍ପାନୀ ରହିଛି । ସେସବୁରୁ ଯାହା ବି ଉତ୍ପାଦ ରହିଛି ତାକୁ ଆମେ ଜିଡିପିରେ ସାମିଲ କରୁ । ଏହାକୁ ଆମେ ବସ୍ତୁରୁ ଜିଡିପି ବାହାର କରିବା କହୁଛୁ । ଠିକ୍ ସେମିତି ସେବାରୁ ଜିଡିପି ବାହାର କରିବାର ଅର୍ଥ- ଆପଣ ବିମାନରେ ଯାତ୍ରା କରୁଥିବା ସମୟରେ ଯେଉଁଠିକୁ ଯିବାକୁ ଚାହାଁନ୍ତି ସେଠାକୁ ବିମାନରେ ଯାଇପାରିବେ ସତ କିନ୍ତୁ ବିମାନଟି ନିଜର ବୋଲି କହି କିଣିପାରିବେନି । ଆପଣ ଯାତ୍ରା କରିବା ପାଇଁ ଯେଉଁ ପଇସା ଦେଲେ ତାହା ବଦଳରେ ଆପଣ ବିମାନ ସେବା ପାଇଲେ । ଏହାକୁ ଆମେ ସେବାରୁ ଜିଡିପି ବାହାର କରିବା କହୁଛୁ । ରାଜନୈତିକ ସୀମା ଅନୁସାରେ ଆମର ଜିଡିପି ଗଣନା କରାଯାଏ । ପ୍ରଥମେତଃ ଜାଣିରଖନ୍ତୁ ରାଜନୈତିକି ସୀମା କଣ ? ଭାରତର ସୀମା ଯେତିକି ପର୍ଯ୍ୟନ୍ତ ବ୍ୟାପିଛି ତାହାକୁ ଭୌଗଳିକ ସୀମା କୁହାଯାଏ । କିନ୍ତୁ ବ୍ୟାପାର ବାଣିଜ୍ୟରେ ଆମେ ଯେଉଁ ଦେଶ ସହ ଯେମିତି ମାଧ୍ୟମରେ ବ୍ୟାପରକରୁ ତାହାକୁ ଆମେ ରାଜନୈତିକି ସୀମା ବୋଲି କହିପାରିବା ।
ଏଇ ଯେମିତି ଯଦି ଆମ ଦେଶର ବିମାନ ଏୟାର ଇଣ୍ଡିଆ ଦୁବାଇ ଯାଉଛି । ତାର ମାନେ ଆମ ସୀମାରୁ ପାରେଇ ସେ ଆମ ଦେଶର ରାଜନୈତିକ ସୀମାରେ ଯାଇପାରୁଛି ।
ତେଣୁ କରି ଯଦି ମୋଟ ଜିଡିପି କେମିତି ଗଣନା ହୁଏ ତାର ସରଳ ବାଖ୍ୟା କରିବା-ରାଜନୈତିକ ସୀମା ଭିତରେ ୧ ବର୍ଷ ଭିତରେ ବସ୍ତୁ ଓ ସେବାର ଅନ୍ତିମ ମୂଲ୍ୟରୁ ହିଁ ଗଣନା ହୁଏ ଜିଡିପି । ଆମ ଦେଶର ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଆଗାମୀ ଭବିଷ୍ୟତରେ ଆମକୁ ଆମ ଜିଡିପିକୁ ୫ଟ୍ରିଲିୟନ କରିବାରେ ଅଛି । ବର୍ତମାନ ଆମେ ପାଖାପାଖି ୩ ଟ୍ରିଲିୟନରେ ଅଛେ । ଜିଡିପି ହେଉଛି ଏକ ବର୍ଷରେ ଉତ୍ପାଦିତ ଦ୍ରବ୍ୟ ଏବଂ ସେବାଗୁଡିକର ମୋଟ ମୂଲ୍ୟ | ଏହା ଏକ ଶବ୍ଦ ଯାହା ଦେଶର ଅର୍ଥନୀତିର ଆକାର ମାପିବା ପାଇଁ ବ୍ୟବହୃତ ହୁଏ |
ଆଜି ଆମେ ଜାଣିଲେ କେମିତି ଜିଡିପି କଳନା କରାଯାଏ ଓ କାହା ଉପରେ କରାଯାଏ ।
ଆଗକୁ ଏହି ଜିଡିପିର ମୂଳ କଣ ଓ କାହା ଉପରେ କେତେ ଜିଡିପି ଆମେ ହାସିଲ କରୁଛୁ ସେ ବିଷୟରେ ଜାଣିବା । ଯଦି ଏହି ଆର୍ଟିକିଲ୍ ରୁ ଆପଣଙ୍କୁ କିଛି ଜାଣିବାକୁ ମିଳୁଛି ତାହା ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।