ସେଲ୍ସ ମ୍ୟାନେଜର ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ ବାହାରକଲା ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ ରହିଛି । ସମ୍ପତ୍ତି ବା ଆସେଟସ୍ ଦ୍ୱାରା ଏହା ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ବା ପ୍ରାଇଭେଟ୍ ବ୍ୟାଙ୍କ । ମାର୍କେଟ୍ କ୍ୟାପିଟାଲାଇଜେସନ୍ ରେ ଏପ୍ରିଲ୍ ୨୦୨୧ ଅନୁସାରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବିଶ୍ୱର ଦଶମ(୧୦) ବୃହତ୍ତମ ବ୍ୟାଙ୍କ । ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଏଚଡିଏଫସି ବ୍ୟାଙ୍କ ହେଉଛି ଏକ ୟଙ୍ଗ ଏବଂ ଡାଇନାମିକ୍ ବ୍ୟାଙ୍କ, ଯେଉଁଥିରେ ଏକ ଯୁବ ଉତ୍ସାହୀ ଦଳ ବା ୟଙ୍ଗ ଟିମ୍ କାମ କରୁଛନ୍ତି । ଏହି ବ୍ୟାଙ୍କ ବିଶ୍ୱ ସ୍ତରୀୟ ଭାରତୀୟ ବ୍ୟାଙ୍କ ହେବାର ଦୃଷ୍ଟିକୋଣ ପୂରଣ କରିବାକୁ ସ୍ଥିର କରିଛି । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଓଡିଶା ର ବିଭିନ୍ନ ଜିଲ୍ଲାରେ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଆରବିବି ପର୍ସନାଲ ବ୍ୟାଙ୍କର ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୁବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି ।
ଚାକିରୀ କରିବାର ସ୍ଥାନ – ଭୁବନେଶ୍ୱର
ପଦବୀ ର ନାମ – ସେଲ୍ସ ମ୍ୟାନେଜର
ଏହି ଲିଙ୍କ୍ ରେ କ୍ଲିକ୍ କଲେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର ।
ଅଭିଜ୍ଞତା –
୩ ରୁ ୫ ବର୍ଷ ଥିଲେ ଭଲ ।
ଯେକୌଣସି ବ୍ୟାଙ୍କରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ଶାଖା , ଓପନ୍ ମାର୍କେଟ୍ ଏବଂ ଚ୍ୟାନେଲ ମାଧ୍ୟମରେ ବ୍ୟବସାୟ ସୃଷ୍ଟି କରି ବେଞ୍ଚମାର୍କ ଟାର୍ଗେଟ୍ ସହ ଏସଏମ୍ ଉତ୍ପାଦକତା ନିୟମ ପୂରଣ କରିବାକୁ ପଡିବ ।
୨) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହାକୁ ଉଭୟ ମୂଲ୍ୟ ଏବଂ ୟୁନିଟ୍ ଭିତ୍ତିରେ ଡିଏସଏ , ଶାଖା ସହ ଏଚବିଏଲ୍ ପାଇଁ ଭାଙ୍ଗିବାକୁ ପଡିବ ।
୩) ଅନୁମୋଦନ ଅନୁପାତ ଉପରେ ଆଧାର କରି ସଂଖ୍ୟା ବଣ୍ଟନ କରିବାକୁ ବିଚାର କରିବାକୁ ପଡିବ । ଲଗଇନ୍ ଉପରେ ଯୋଜନା କରିବାକୁ ପଡିବ ।
୪) ବିଭିନ୍ନ ଉତ୍ପାଦ ପ୍ରୋଗ୍ରାମ ଏବଂ ସେଗମେଣ୍ଟ ଅଧୀନରେ ସୋର୍ସିଂ ବ୍ୟବସାୟର ରାସ୍ତା ଚିହ୍ନଟ କରିବାରେ ସାହାଯ୍ୟ କରିବାକୁ ପଡିବ ।
୫) ସଠିକ୍ ସେଗମେଣ୍ଟ୍ , ସୋର୍ସିଂ ଚ୍ୟାନେଲ୍ ଏବଂ ଉତ୍ପାଦ ମିଶ୍ରଣ ର ରକ୍ଷଣାବେକ୍ଷଣ କରିବାକୁ ନିଶ୍ଚିତ କରିବାକୁପଡିବ ।
୬) ଆଭ୍ୟନ୍ତରୀଣ ଏବଂ ବାହ୍ୟ ବିକାଶ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିବେ ଯାହା ବ୍ୟବସାୟରେ ଲାଭ ସୃଷ୍ଟି ବା ରେଭିନ୍ୟୁ ଜେନେରେସନ୍ କରିବ ।
ଏହି ଚାକିରୀରେ କେଉଁ ଦକ୍ଷତା ର ଆବଶ୍ୟକତା ରହିଛି ?
୧) ବିକ୍ରୟ ବା ସେଲ୍ସ ଏବଂ ପ୍ରଭାବ ବା ଇନଫ୍ଲୁଏନ୍ସ ଦକ୍ଷତା ।
୨) ବ୍ୟାଙ୍କିଙ୍ଗ୍ ଉତ୍ପାଦ ଏବଂ ପ୍ରକ୍ରିୟା ବା ପ୍ରୋସେସ୍ ଜ୍ଞାନ ।
୩) ଯୋଜନା ଏବଂ ସଂଗଠନର ଦକ୍ଷତା ।
୪) ପ୍ଲାନିଂ ବା ଯୋଜନା ଏବଂ ସଂଗଠନ ବା ଓରଗାନାଇଜିଂ ର ଦକ୍ଷତା ।
୫) କମୁନିକେସନ୍ ବା ଯୋଗାଯୋଗ ର ଦକ୍ଷତା ।
୬) ଆର୍ଥିକ ଶିଳ୍ପରେ ପ୍ରତିଯୋଗିତା ଏବଂ ସାମ୍ପ୍ରତିକ ଧାରା ବିଷୟରେ ଜ୍ଞାନ ଥିବା ଦରକାର ।
ଅଧିକ ଜାଣିବା ପାଇଁ ଆପଣ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://hdfcbankcareers.hirealchemy.com/#/description/ded0043c-ca78-43f6-a2aa-d24e2f605eb2
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।