Friday 20th February 2026
ଜୀ-ସାର୍ଥକରେ ନୂଆ ବର୍ଷରେ ଦର୍ଶକଙ୍କ ପାଇଁ ଆସୁଛି ମେଗା ଧାରାବାହିକ ‘ଖୁସିର ଛୁଙ୍କ’

ଜୀ-ସାର୍ଥକରେ ନୂଆ ବର୍ଷରେ ଦର୍ଶକଙ୍କ ପାଇଁ ଆସୁଛି ମେଗା ଧାରାବାହିକ ‘ଖୁସିର ଛୁଙ୍କ’

ନୂଆ ବର୍ଷର ଆରମ୍ଭ ସହ ଏକ ନୂତନ କାହାଣୀ ସହ ଆସନ୍ତା ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ମେଗା  ଧାରାବାହିକ ‘ଖୁସିର ଛୁଙ୍କ’ । ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସି, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍ କରିବା ପାଇଁ ସ୍ଵପ୍ନ ଦେଖୁଛି।  ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖା ହୋଇଛି। ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ଯ  ତା’ର ସ୍ୱପ୍ନ ପୁରା କରିବା ପାଇଁ ଲାଗିଛି। ସେମାନେ କିପରି ଭାବରେ ସେମାଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି ଏବଂ ସ୍ଵପ୍ନ ପୁରା କରିବା ବାଟରେ କ’ଣ ସବୁ ଅସୁବିଧାର ସାମ୍ନା କରୁଛନ୍ତି, ତାକୁ ନେଇ କାହାଣୀଟି ଗତିଶୀଳ ହେବ।ପ୍ରସ୍ଥାନମ, ମୁଖା , ଲଷ୍ଟ ଇନ୍ ଲଭ ପରି ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିବା ସହ ଟେଲିଭିଜନ ଦୁନିଆରେ ବି ବେଶ୍ ସୁନାମ ଅର୍ଜନକରିଥିବା ଶ୍ରଦ୍ଧା ପାଣିଗ୍ରାହୀ  ଏହି ମେଗା ଧାରାବାହିକରେ ମୁଖ୍ୟ ଚରିତ୍ର ଖୁସି ଭୂମିକାରେ ଅଭିନୟ କରୁଛନ୍ତି।  ସେହିପରି ଦି ଏଣ୍ଡ ଓ ତିତିଲି ଚଳଚ୍ଚିତ୍ର ସହ ଅନେକ ମ୍ୟୁଜିକ ଭିଡିଓ ରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା ତୁଷାର ଏହି ଧାରାବାହିକରେ କରନ ଭୂମିକାରେ ଅଭିନୟ କରୁଛନ୍ତି।ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ନୂତନ କଥାବସ୍ତୁକୁ ନେଇ ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକଟି ଆଗାମୀ ଜାନୁଆରୀ ୨ ରୁ ପ୍ରତି ସୋମବାରରୁ ଶନିବାର ରାତି ୯ ଟାରେ ଜୀ-ସାର୍ଥକରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )