
ସିଭି ଏବଂ ରିଜ୍ୟୁମ ମଧ୍ୟରୁ ଏଚଆରଙ୍କ ପାଖକୁ କେଉଁଟି ପଠେଇବେ ? ଜାଣନ୍ତୁ ରିଜ୍ୟୁମ ଏବଂ ସିଭି ମଧ୍ୟରେ କଣ ରହିଛି ପାର୍ଥକ୍ୟ ?
ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚାକିରୀ ଦରକାର । ଚାକିରୀ ରୋଜଗାର ପାଇଁ ପାଲଟିଛି ଏକ ଉତ୍ତମ ମାଧ୍ୟମ । କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ଦେଶ ହେଉ କିମ୍ୱା ଦେଶ ବାହାରେ ସବୁଆଡେ ଆଜି ଚାକିରୀ ର ଅଭାବ । ଜନସଂଖ୍ୟା ଅନୁସାରେ ଚାକିରୀ ର ସୁଯୋଗ କମ । ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । ସତେ ଯେମିତି ପରୀକ୍ଷାର ନମ୍ବର ଏବଂ ଏତେ ବର୍ଷର ପରିଶ୍ରମ ସବୁକିଛି ବୃଥା । ଯେକୌଣସି ବିଭାଗ ହେଉନା କାହିଁକି , ସବୁଠି ଚାକିରୀ କରିବା ପାଇଁ ଲାଗିରହିଛି ପ୍ରତିଯୋଗିତା । ଚାକିରୀ ପାଇବା ଏବଂ ଚାକିରୀ କରିବା ଏକ କଳା । ଚାକିରୀ ପାଇବା ପାଇଁ କେତେ କଣ କରିବାକୁ ପଡିଥାଏ ତାହା ଚାକିରୀ କରୁଥିବା ବ୍ୟକ୍ତି ଜଣକ ହିଁ କହିପାରିବ । ସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ ଚାକିରୀ , ସବୁଥିରେ ବାୟୋଡାଟା ର ଆବଶ୍ୟକତା ପଡିଥାଏ । ଚାକିରୀ ଆବେଦନ କଲାବେଳେ ବାୟୋଡାଟାର ଆବଶ୍ୟକତା ନିଶ୍ଚୟ ପଡିଥାଏ । ଅନେକ ଚାକିରୀ ଆଶାୟୀ ବାୟୋଡାଟାକୁ ବିଭିନ୍ନ ନାମରେ ଜାଣନ୍ତି । କିଛି ଚାକିରୀ ଆଶାୟୀ ତାକୁ ରିଜ୍ୟୁମ୍ କହୁଥିବା ବେଳେ ଅନ୍ୟ କିଛି ସିଭି ବୋଲି କହୁଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସିଭି ଏବଂ ରିଜ୍ୟୁମ୍ ମଧ୍ୟରେ ପାର୍ଥକ୍ୟ ଅଛି । ଏହି ବିଷୟରେ ଅନେକ ଚାକିରୀ ଆଶାୟୀ ଏବଂ ଚାକିରୀ କରୁଥିବା କର୍ମଚାରୀ ମଧ୍ୟ ଜାଣିନାହାନ୍ତି । ରିଜ୍ୟୁମ୍ ବା ସିଭି ବେସରକାରୀ ଚାକିରୀର ପ୍ରଥମ ପାହାଚ ।ରିଜ୍ୟୁମ୍ ବା ସିଭି ଭଲ ଭାବରେ ଡିଜାଇନ୍ ନକଲେ ଚାକିରୀ ପାଇବା ଅସମ୍ଭବ । ଯେଉଁମାନେ ରିଜ୍ୟୁମ୍ ବା ସିଭି କୁ ପ୍ରାଥମିକତା ଦେଇଥାନ୍ତି , ସେମାନେ ଶୀଘ୍ର ଚାକିରୀ ପାଇଥାନ୍ତି । କିଛି ବ୍ୟକ୍ତି ରିଜ୍ୟୁମ୍ ବା ସିଭିକୁ ଗୁରୁତ୍ୱ ଦେଇ ମଧ୍ୟ ଚାକିରୀ ପାଇବାରୁ ବଞ୍ଚିତ ରହିଥାନ୍ତି । କାରଣରିଜ୍ୟୁମ୍ ବା ସିଭିକୁ କିପରି ପ୍ରସ୍ତୁତି କରିବାକୁ ପଡିବ ସେବିଷୟରେ ତାଙ୍କୁ ଜଣା ନଥାଏ । ଚାକିରୀ ପାଇବା ପାଇଁ ଏକ ସ୍ୱତନ୍ତ୍ର ଧରଣ ର ପୂର୍ବପ୍ରସ୍ତୁତିି କରିବାକୁ ପଡିଥାଏ ।ରିଜ୍ୟୁମ୍ ବା ସିଭି ଆପଣଙ୍କ ପ୍ରତିଭା , ଦକ୍ଷତା ଏବଂ କାର୍ଯ୍ୟକାରୀତା ର ଏକ ସ୍ୱତନ୍ତ୍ର ଲିଖିତ ପରିଚୟ । ଭଲ ଭାବରେ ରିଜ୍ୟୁମ୍ ବା ସିଭି ଡିଜାଇନ୍ ନକଲେ ଆପଣଙ୍କ ପ୍ରତିଭା , ଦକ୍ଷତା ଏବଂ କାର୍ଯ୍ୟକାରୀତା ଠିକ୍ ଢଙ୍ଗରେ ଆପଣଙ୍କ ପରିଚୟ ସୃଷ୍ଟି କରିପାରିବ ନାହିଁ । ଯାହାଫଳରେ ଆପଣ ଚାକିରୀ ପାଇବା ତ ଦୂର ର କଥା , ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ଡକା ନଯାଇପାରେ । ଏଥିରେ ଆପଣଙ୍କ ର ହିଁ କ୍ଷତି ହେବ । ଯୋଗ୍ୟତା , ଦକ୍ଷତା ଏବଂ କାର୍ଯ୍ୟକାରୀତା ଥାଇ ମଧ୍ୟ ଆପଣ ଚାକିରୀ ପାଇବାରୁ ବଞ୍ଚିତ ହେବେ । ଚାକିରୀ ପାଇବାର ଉପଯୁକ୍ତ ମାଧ୍ୟମ ବା ସର୍ଟକଟ୍ ପାଲଟିଛି ରିଜ୍ୟୁମ୍ ଏବଂ ସିଭି । ରିଜ୍ୟୁମ୍ ଏବଂ ସିଭି ଆପଣଙ୍କ ପ୍ରତିଭା , ଦକ୍ଷତା ଏବଂ କାର୍ଯ୍ୟକାରୀତା କୁ ଏଚଆରଙ୍କ ପାଖରେ ପ୍ରଦର୍ଶିତ କରିଥାଏ । ତେଣୁ ରିଜ୍ୟୁମ୍ ବା ସିଭି ହେଉଛି ପ୍ରଥମ ମାଧ୍ୟମ , ଯାହାକି ଏଚଆରଙ୍କୁ ଆକର୍ଷିତ କରିଥାଏ ଏବଂ ଆପଣଙ୍କ ଇଣ୍ଟରଭ୍ୟୁ ଏଚଆରଙ୍କ ସହ ଫିକ୍ସ କରାଇଥାଏ ।
ଅନେକ ଙ୍କ ମନରେ ପ୍ରଶ୍ନ ଉଠେ ଯେ , ରିଜ୍ୟୁମ୍ ଏବଂ ସିଭି କଣ ସମାନ ? ଆଉ ଯଦି ସମାନ ତେବେ କାହିଁକି ଦୁଇଟି ର ଅଲଗା ଅଲଗା ନାମ ରହିଛି । ଯଦି ଦୁଇଟି ଭିନ୍ନ ଭିନ୍ନ ତେବେ ଚାକିରୀ ପାଇଁ ଆବେଦନ କଲାବେଳେ କେଉଁଟି ଏଚଆର ଙ୍କୁ ପଠାଇବେ । ଯାହାଫଳରେ ଆପଣଙ୍କ ପ୍ରତି ହାଇରିଂ ମ୍ୟାନେଜର ଙ୍କ ଇମ୍ପ୍ରେସନ ବଢିବ । ଆପଣ ଇଣ୍ଟରଭ୍ୟୁ ଆଗରୁ ହାଇରିଂ ମ୍ୟାନେଜରଙ୍କ ମନରେ ଇମ୍ପ୍ରେସନ ଜମାଇ ପାରିବେ । ଇଣ୍ଟ୍ରୋଡକସନ୍ ସହ ଇମ୍ପ୍ରେସନ୍ ଅତପ୍ରତ ଭାବରେ ଜଡିତ । ଭଲ ଇମ୍ପ୍ରେସନ୍ ପାଇଁ ଆକର୍ଷଣୀୟ ଢଙ୍ଗରେ ଇଣ୍ଟ୍ରୋଡକସନ୍ ଦେବା ନିହାତି ଜରୁରୀ । ଆପଣଙ୍କ ପ୍ରଥମ ଇଣ୍ଟ୍ରୋଡକସନ୍ ହେଉଛି ସିଭି ବା ରିଜ୍ୟୁମ୍ । ସିଭି ବା ରିଜ୍ୟୁମ୍ ଦକ୍ଷତା , ଯୋଗ୍ୟତା ଏବଂ ଅଭିଜ୍ଞତାକୁ ଏଚଆର ଙ୍କ ପାଖରେ ଦର୍ଶାଇଥାଏ । ତେବେ ରିଜ୍ୟୁମ୍ ଏବଂ ସିଭି ମଧ୍ୟରେ କଣ ରହିଛି ପ୍ରକୃତ ପାର୍ଥକ୍ୟ ? ଆପଣ ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢିଲେ ଜାଣି ପାରିବେ ।
୧) ରିଜ୍ୟୁମ୍ କଣ ?
ରିଜ୍ୟୁମ୍ ହେଉଛି ଏକ ପ୍ରକାର ର ବାୟୋଡାଟା । ଯେଉଁଥିରେ ଚାକିରୀ ଆଶାୟୀ ପ୍ରାର୍ଥିଟିର ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତା ଲିଖିତ ଆକାରରେ ଥାଏ । ଏକ ରିଜ୍ୟୁମ୍ ହେଉଛି ଏକ ସଂକ୍ଷିପ୍ତ ଡକ୍ୟୁମେଣ୍ଟ୍ । ଯାହାକୁ ଚାକିରୀ ଆଶାୟୀ ଚାକିରୀ କରିବାପାଇଁ ବା ଚାକିରୀପାଇଁ ଆବେଦନ କରିବାପାଇଁ ବ୍ୟବହୃତ କରନ୍ତି । ରିଜ୍ୟୁମ୍ ର ଉଦ୍ଦେଶ୍ୟ ହେଉଛି ନିଯୁକ୍ତିଦାତାଙ୍କୁ ପ୍ରାର୍ଥୀଙ୍କ କାର୍ଯ୍ୟ ଇତିହାସ ର ସଂକ୍ଷିପ୍ତ ସମୀକ୍ଷା ପ୍ରଦାନ କରିବା । ରିଜ୍ୟୁମ୍ ସାଧାରଣତ ଗୋଟିଏ ପୃଷ୍ଠାର ହୋଇଥାଏ । ରିଜ୍ୟୁମ୍ ହେଉଛି ଆପଣଙ୍କ ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତା ର ଏକ ସଂକ୍ଷିପ୍ତ ବର୍ଣ୍ଣନା ।
୨) ରିଜ୍ୟୁମ୍ ରେ କଣ ଥାଏ ?
୧) କଣ୍ଟାକ୍ଟ ଡିଟେଲସ୍ ବା ଯୋଗାଯୋଗ ର ବିସୃତ ବିବରଣୀ
୨) ରିଜ୍ୟୁମ୍ ସମରୀ ବା ରିଜ୍ୟୁମ୍ ର ବିସୃତ ବିବରଣୀ
୩) ଓ୍ୱାର୍କ ଏକ୍ସପେରିଏନ୍ସ ବା ଅଭିଜ୍ଞତା
୪) ଏଜୁକେସନ୍ ବା ଶିକ୍ଷାଗତ ପୃଷ୍ଠଭୂମି
୫) ଦକ୍ଷତା ବା ସ୍କିଲ୍
୬) ଆଓ୍ୱାର୍ଡ ବା ପୁରଷ୍କାର ର ସଂକ୍ଷିପ୍ତ ବିବରଣୀ
୭) ଯେକୌଣସି ପ୍ରୋଫେସନାଲ୍ କୋର୍ସ ର ଡିଗ୍ରୀ ବା ସାର୍ଟିଫିକେଟ୍
୩) ସିଭି କଣ ?
ସିଭି ର ପ୍ରକୃତ ଅର୍ଥ ହେଉଛି କରିକୁଲମ୍ ଭିଟା । ସିଭି ରେ ଥାଏ ପ୍ରତ୍ୟେକଟି ଜିନିଷ ର ବିସୃତ ବିବରଣୀ । ସିଭି ରେ ରିଜ୍ୟୁମ୍ ଠାରୁ ଅଧିକ ଥାଏ । ଏକ ସିଭି ଯେଉଁଥିରେ ରହିଥାଏ ପୂର୍ଣ୍ଣ ଶିକ୍ଷାଗତ ପୃଷ୍ଠଭୂମି । ଏହି ଫର୍ମରେ ହେଉଛି ଏକ ଗଭୀର ଡକ୍ୟୁମେଣ୍ଟ୍ ବା ଡିପ୍ ଡକ୍ୟୁମେଣ୍ଟ୍ । ଯାହା ଆପଣଙ୍କ କ୍ୟାରିୟର ର ପୁରା ଗତିବିଧି କୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଥାଏ । ଏହାକୁ ସାଧାରଣତ ଦୁଇ କିମ୍ବା ତିନି ପୃଷ୍ଠାର ଲମ୍ବା କରିହେବ । କିନ୍ତୁ ଆବଶ୍ୟକ ହେଲେ ଏହା ୧୦ ପୃଷ୍ଠାରୁ ଅଧିକ ରଖାଯାଇପାରିବ । ଏକ ସିଭି ଆପଣଙ୍କ ଶିକ୍ଷା, ବୃତ୍ତିଗତ ବୃତ୍ତି, ପ୍ରକାଶନ, ପୁରସ୍କାର, ସମ୍ମାନ ଏବଂ ଅନ୍ୟାନ୍ୟ ସଫଳତା ବିଷୟରେ ବିବରଣୀ ଧାରଣ କରିଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାରେ, ଏକ ସିଭି କେବଳ ଏକାଡେମିକ୍ ପ୍ରୟୋଗଗୁଡ଼ିକ ପାଇଁ ବ୍ୟବହୃତ ହୋଇଥାଏ । ଏକାଡେମିକ୍ ଚାକିରୀ , ଅନୁଦାନ, ଅନୁସନ୍ଧାନ ଫେଲୋସିପ୍ ବିଷୟ ଇତ୍ୟାଦିରେ ସଂମ୍ପୂର୍ଣ୍ଣ ତଥ୍ୟ ରହିଥାଏ ।
୪) ସିଭି ରେ କଣ ଥାଏ ?
୧) ଯୋଗାଯୋଗ ସୂଚନା ବା କଣ୍ଟାକ୍ଟ ଡିଟେଲସ୍
୨) ଅନୁସନ୍ଧାନ ଉଦ୍ଦେଶ୍ୟ ବା ରିସର୍ଚ ଓବଜେକ୍ଟିଭ୍
୩)ବ୍ୟକ୍ତିଗତ ପ୍ରୋଫାଇଲ୍ ବା ପର୍ସନାଲ ପ୍ରୋଫାଇଲ୍
୪)ବ୍ୟକ୍ତିଗତ ବିବୃତ୍ତି ବା ପର୍ସନାଲ୍ ଷ୍ଟେଟ୍ ମେଣ୍ଟ୍
୫) ସଂମ୍ପୂର୍ଣ୍ଣ ଏଜୁକେସନ୍ ବା ଶିକ୍ଷାଗତ ପୃଷ୍ଠଭୂମି
୬) ବୃତ୍ତିଗତ ଏକାଡେମିକ୍ ନିଯୁକ୍ତି
୭) ପୁସ୍ତକ
୮) ବୁକ୍ ଚାପ୍ଟର୍
୯) ସାଥୀ-ସମୀକ୍ଷା ହୋଇଥିବା ପ୍ରକାଶନ
୧୦) ଅନ୍ୟାନ୍ୟ ପ୍ରକାଶନ
୧୧) ପୁରସ୍କାର ଏବଂ ସମ୍ମାନ
୧୨) ଅନୁଦାନ ଏବଂ ଫେଲୋସିପ୍
୧୩) ଆଲୋଚନା ବା କନଫେରେନସେସ୍
୧୪) ଶିକ୍ଷାଦାନ ର ଅଭିଜ୍ଞତା
୧୫) ଅନୁସନ୍ଧାନ ଅଭିଜ୍ଞତା କିମ୍ବା ଲ୍ୟାବ ଅଭିଜ୍ଞତା କିମ୍ବା ସ୍ନାତକ କ୍ଷେତ୍ର କାର୍ଯ୍ୟ
୧୬) ଅଣ-ଏକାଡେମିକ୍ କାର୍ଯ୍ୟକଳାପ
୧୭) ଭାଷା ଏବଂ ଦକ୍ଷତା ବା ସ୍କିଲ୍
୧୮) ସଦସ୍ୟତା ବା ମେମ୍ବରସିପ୍
୧୯) ରେଫରେନସେସ୍
୫) ସିଭି ଏବଂ ରିଜ୍ୟୁମ୍ ମଧ୍ୟରେ ପାର୍ଥକ୍ୟ କଣ ?
ଦେଖିବା କୁ ଗଲେ ସିଭି ଏବଂ ରିଜ୍ୟୁମ୍ ରେ ବିଶେଷ କିଛି ପାର୍ଥକ୍ୟ ନାହିଁ । କିନ୍ତୁ ପ୍ରୋଫେସନାଲ୍ ସ୍ତରରେ ବା ବୃତ୍ତିଗତ ସ୍ତରରେ ଦେଖିବାକୁ ଗଲେ ଅନେକ ଗୁଡିଏ ପାର୍ଥକ୍ୟ ଅଛି । ଦୁଇଟିର ବ୍ୟବହାର ସଂମ୍ପୂର୍ଣ୍ଣ ଅଲଗା । ରିଜ୍ୟୁମ୍ କୁ ଫ୍ରେସର ମାନେ ଅଧିକ ବ୍ୟବହାର କରିଥାନ୍ତି । କାରଣ ଫ୍ରେସର ମାନଙ୍କ ପାଖରେ ଅଧିକ ଅଭିଜ୍ଞତା ବା କୌଣସି ଅଭିଜ୍ଞତା ନଥାଏ । ଫ୍ରେସର ମାନଙ୍କ ପାଖରେ କେବଳ ଇଣ୍ଟର୍ନସିପ୍ ର ଅଭିଜ୍ଞତା ଥାଇପାରେ । ତେଣୁ ରିଜ୍ୟୁମ୍ ରେ ଏହାକୁ ଆକର୍ଷଣୀୟ ଢଙ୍ଗରେ ଲେଖିହୁଏ । ସିଭି ଠାରୁ ରିଜ୍ୟୁମ୍ ଅଧିକ ଆକର୍ଷଣୀୟ ଲାଗେ । ଏଥିରେ ସଂକ୍ଷିପ୍ତରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିହୁଏ । ଛାତ୍ରଛାତ୍ରୀ ବା ନୁତନ ଚାକିରୀ ଆଶାୟୀ ମାନଙ୍କ ପାଇଁ ଏହା ପ୍ରଯୁଜ୍ୟ । ରିଜ୍ୟୁମ୍ କେବଳ ଗୋଟିଏ ପୃଷ୍ଠାରେ ହୋଇଥାଏ । ଅନ୍ୟପକ୍ଷରେ ସିଭି ଏକ ପୃଷ୍ଠା ରୁ ଆରମ୍ଭକରି ଦଶ ପୃଷ୍ଠା ପର୍ଯ୍ୟନ୍ତ ଥାଇପାରେ । ସିଭି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ହୋଇପାରେ । କିନ୍ତୁ ରିଜ୍ୟୁମ୍ କୁ ରଙ୍ଗୀନ କଲେ ହିଁ ଆକର୍ଷଣୀୟ ଲାଗେ । ଭାରତରେ ସିଭି ଏବଂ ରିଜ୍ୟୁମ୍ ବିଷୟରେ ଅନେକଙ୍କ ଧାରଣା ନାହିଁ । ତେଣୁ ଭାରତରେ ରିଜ୍ୟୁମ୍ ଏବଂ ସିଭିକୁ ମିଶ୍ରିତ ଢଙ୍ଗରେ ବ୍ୟବହାର କରନ୍ତି । ଅନେକ ଛୋଟ କମ୍ପାନୀର ନିଯୁକ୍ତିଦାତା ଏହି ବିଷୟରେ ଜାଣନ୍ତି ନାହିଁ । ଆପଣ ଏତିକି ଜାଣିରଖନ୍ତୁ ଯେ , ଯେଉଁ ସ୍ଥାନରେ ଆପ୍ଲିକେସନ୍ ବା ଫର୍ମ ରେ କେବଳ ସିଭି ମଗାଯାଇଛି ସେଥିରେ କେବଳ ସିଭି ହିଁ ସମ୍ମିଟ୍ କରନ୍ତୁ । ଯେଉଁ ସ୍ଥାନରେ ରିଜ୍ୟୁମ୍ ମଗାଯାଇଛି , ସେଠି କେବଳ ରିଜ୍ୟୁମ୍ ସମ୍ମିଟ୍ କରନ୍ତୁ । ଏହା ଆପଣଙ୍କୁ ବନାଇବ ପ୍ରୋଫେସନାଲ୍ ବ୍ୟକ୍ତି ବା ପ୍ରାର୍ଥି । ସାଧାରଣତ ସିଭିକୁ ସରକାରୀ ବା ପବ୍ଲିକ ସେକ୍ଟର ଚାକିରୀରେ ମଗାଯାଇଥାଏ । ରିଜ୍ୟୁମ୍ ଟି ବେସରକାରୀ ଚାକିରୀରେ ବହୁଳମାତ୍ରାରେ ବ୍ୟବହାର ହୋଇଥାଏ । ଏକାଡେମିକ୍ ରେ କ୍ୟାରିୟର ଗଢିବାକୁ ଯାଉଥିବା ବ୍ୟକ୍ତି ମାନେ ସିଭି ଉପରେ ଗୁରୁତ୍ୱ ଦେବା ଉଚିତ୍ । ସିଭିରେ ଆପଣଙ୍କର ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତାକୁ ଉତ୍ତମ ରୂପରେ କ୍ରମ ଅନୁସାରେ ସଜାଇ ଲେଖିବା ଉଚିତ୍ । ଯଦି କୌଣସି ଚାକିରୀରେ ଆବେଦନ ପାଇଁ ଅଧିକ ଅଭିଜ୍ଞତା ମଗାଯାଇଛି , ତେବେ ସେହି ସ୍ଥାନରେ କେବେବି ରିଜ୍ୟୁମ୍ ର ବ୍ୟବହାର କରନ୍ତୁ ନାହିଁ । ସିଭିରେ ପ୍ରଥମେ ଅଭିଜ୍ଞତା ରୁ ଆରମ୍ଭ କରନ୍ତୁ । ରିଜ୍ୟୁମ୍ କୁ କେବଳ ସେହି ସ୍ଥାନରେ ବ୍ୟବହାର କରିବା କଥା ଯେଉଁ ସ୍ଥାନରେ ତାର ଆବଶ୍ୟକତା ଅଧିକ ଥିବ । ଲେକଚର୍ ସିପ୍ , ପ୍ରୋଫେସର୍ , ପିଏଚଡି ଏବଂ ଅନ୍ୟାନ ଏକାଡେମିକ୍ କ୍ୟାରିୟର ଗୁଡିକ ପାଇଁ ସିଭି ର ବହୁଳମାତ୍ରାରେ ବ୍ୟବହାର ହୁଏ । ରିଜ୍ୟୁମ୍ ରେ ସ୍ପେସିଫିକ୍ ଲେଖାଯାଏ । ଯେପରିକି ଆପଣଙ୍କ କଣ ଦକ୍ଷତା ସବୁ ରହିଛି ? ସେହି ଦକ୍ଷତା ର ଅଭିଜ୍ଞତା ଗୁଡିକ କଣ ? ଏହି ସବୁ ରିଜ୍ୟୁମ୍ ରେ ଲେଖାଯାଏ । ଯେତେ ସଂକ୍ଷିପ୍ତରେ ଅନେକ ବିବରଣୀ ରହିବ ସେତେ ଆକର୍ଷଣୀୟ ଲାଗିବ ରିଜ୍ୟୁମ୍ । ସିଭିରେ ଦଶମ ରୁ ଆରମ୍ଭ କରି ଅନେକ ରୁଚି , ପ୍ରତିଭା , ଅନ୍ୟାନ୍ୟ ସୃଜନଶୀଳତା ଏବଂ ବିଭିନ୍ନ ପ୍ରାପ୍ତ ପୁରଷ୍କାର ବିବରଣୀ ରହିପାରିବ ।
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।