
ଭୂବନେଶ୍ୱରରେ ଏରିଆ ଲସ୍ ପ୍ରିଭେନସନ୍ ଅଫିସର ପାଇଁ ରିଲାଏନ୍ସ ବାହାର କରିଛି ବିଜ୍ଞପ୍ତି !+୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଭାରତରେ ରିଲାଏନ୍ସ ଏକ ଜଣାଶୁଣା ବଡ ବ୍ରାଣ୍ଡ । ଓଡିଶାରେ ରିଲାଏନ୍ସ ରେ ଅନେକ ବ୍ରାଞ୍ଚ ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ବ୍ୟବସାୟ ଏବଂ ସର୍ଭିସେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ତାର ବିଭିନ୍ନ ବ୍ୟବସାୟରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ର ପ୍ରଡକ୍ଟ ଏବଂ ସର୍ଭିସେସ୍ ସୁଲଭମୂଲ୍ୟରେ ଦେଖିବାକୁ ମିଳେ । ରିଲାଏନ୍ସ ସୁଲଭମୂଲ୍ୟରେ ସର୍ଭିସେସ୍ ଯୋଗାଇଦେବା ସହ ଟେଲିକମ୍ ଏବଂ ରିଟେଲ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ରିଟେଲ୍ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂୂବନେଶ୍ୱର ପାଇଁ ବାହାରିଛି ।
ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ରିଟେଲ୍ ବିଷୟରେ ଅଧିକ ଜାଣିପାରିବେ –
https://relianceretail.com/index.html
ପଦବୀ ର ନାମ – ଏରିଆ ଲସ୍ ପ୍ରିଭେନସନ୍ ଅଫିସର
ସ୍ଥାନ – ଭୂବନେଶ୍ୱର
ଯୋଗ୍ୟତା –
ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର
ଅଭିଜ୍ଞତା – ୪ ରୁ ୮ ବର୍ଷ ଥିଲେ ଭଲ
ଏହି ଚାକିରୀ କରିବା ପାଇଁ କଣ ଦରକାର ? –
୧) ସୁରକ୍ଷା ମାନସିକତା ବା ସିକ୍ୱୁରିଟି ମାଇଣ୍ଡ ସେଟ୍ ।
୨) ଗ୍ରାହକ ଆଭିମୁଖ୍ୟ ବା କଷ୍ଟମର ଓରିଏଣ୍ଟେସନ୍ ।
୩) ଫଳାଫଳ ଆଭିମୁଖ୍ୟ ବା ରେଜଲ୍ଟ ଓରିଏଣ୍ଟେଡ୍ ।
୪) ଦଳ ଆଭିମୁଖ୍ୟ ବା ଟିମ୍ ଓରିଏଣ୍ଟେସନ୍ ।
୫) ଆନାଲିଟିକାଲ୍ ଏବଂ ଲଜିକାଲ୍ ରିଜୋନିଂ ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ନିର୍ଦ୍ଦିଷ୍ଟ ଷ୍ଟୋରଗୁଡିକରେ ଷ୍ଟୋର ପ୍ରିଭେନସନ୍ ଲସ୍ ପ୍ରତି ପଦକ୍ଷେପ ନେବାକୁ ପଡିବ ।
୨) ଷ୍ଟୋର ପ୍ରିଭେନସନ୍ ଲସ୍ ର ନୀତି ଏବଂ ନୀତିଗୁଡିକ ପରିଚାଳନା ସହ କାର୍ଯ୍ୟକାରୀ କରିବାକୁ ପଡିବ ।
୩) ଷ୍ଟୋର ବା ଦୋକାନ ଚୋରି , କାରବାର ରେ ଠକେଇ, ଆଭ୍ୟନ୍ତରୀଣ ବା ବାହ୍ୟ ଦୁଷ୍ଟ କାର୍ଯ୍ୟକଳାପକୁ ରୋକିବା , ଚିହ୍ନଟ କରିବା ଏବଂ ସମାଧାନ କରିବାକୁ ପଡିବ ।
୪) ନଗଦ ଟଙ୍କା , ଭଣ୍ଡାର ଆର୍ଥିକ କାରବାର ଏବଂ ବିନିମୟ ରେ ଦୁଷ୍ଟ ଅସଙ୍ଗତିକୁ ବିଶ୍ଳେଷଣ , ନୀରିକ୍ଷଣ , ଚିହ୍ନଟ ଏବଂ ଅନୁସନ୍ଧାନ କରିବାକୁ ପଡିବ ।
୫) ଚୋରି ଏବଂ ଠକେଇର ମୁକାବିଲା ପାଇଁ ଷ୍ଟୋରରେ ସ୍ଥାପିତ ସୁରକ୍ଷା ଉପକରଣ ଯେପରିକି ସିସିଟିଭି , ଡିଭିଆରଏସ୍ , ଇଏସ୍ ଏବଂ ସୁରକ୍ଷା ଫିଚର୍ ଗୁଡିକର ପ୍ରଭାବଶାଳୀ ବ୍ୟବହାର କରିବାକୁ ପଡିବ ।
୬) ଜରୁରୀକାଳୀନ ବା ସଙ୍କଟପୂର୍ଣ ପରିସ୍ଥିତିରେ ପରସ୍ପର ସହ ଯୋଗାଯୋଗ କରି କାର୍ଯ୍ୟ କରିବାକୁ ପଡିବ ଏବଂ ବ୍ୟବସାୟର ନିରନ୍ତରତାକୁ ସମର୍ଥନ କରିବାକୁ ପଡିବ ।
୭) ଯୋଗାଯୋଗ ଦକ୍ଷତା ନିହାତି ଦରକାର । ସ୍ଥାନୀୟ ପରିବେଶରେ ବିଦ୍ୟମାନ କିମ୍ବା ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବାକୁ ପଡିବ ଏବଂ ଷ୍ଟୋର ପ୍ରିଭେନସନ୍ ଲସ୍ ହେଡ୍ ଙ୍କୁ ଏହା ବାବଦରେ ଅବଗତ କରିବାକୁ ପଡିବ ।
୮) ଲୋକ ପରିଚାଳନା ଦକ୍ଷତା ସହ ସମସ୍ୟାର ସମାଧାନ କରିପାରୁଥିବା ଦରକାର ।
୯ ) ଆଉଟସୋର୍ସିଂ ରୋଲରେ ସୁରକ୍ଷା କର୍ମଚାରୀଙ୍କ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପଡିବ । ସୁରକ୍ଷା ଏଜେନ୍ସିଗୁଡିକର କାର୍ଯ୍ୟଦକ୍ଷତାକୁ ଟ୍ରାକ୍ କରିବାକୁ ପଡିବ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।