
ପ୍ରିନ୍ସପାଲ୍ ପଦବୀ ପାଇଁ ଓଡିଶାରେ ବଡଧରଣ ର ବିଜ୍ଞପ୍ତି ! ୧୦୦ ଟି ପୋଷ୍ଟ୍ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାରକରିଛି ନିଯୁକ୍ତି !
ଓଏଭିଏସ୍ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଇଂରାଜୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ , ବିଶେଷ କରି ଅର୍ଦ୍ଧ ସହରୀ , ଗ୍ରାମାଞ୍ଚଳ ଏବଂ ସାରା ରାଜ୍ୟ ର ଛାତ୍ରଛାତ୍ରୀ ଏଠାରେ ଉପକୃତ ହେଉଛନ୍ତି । ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ତା ସହ ଛାତ୍ରଛାତ୍ରୀ ଙ୍କ ସ୍କିଲ୍ ଡେଭେଲପ କରିବା । ଓଏଭିଏସ୍ ର ପୂର୍ଣ୍ଣନାମ ହେଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ । ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରତି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ବଡ ପ୍ଲାଟଫର୍ମ । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ତିଆରି ହୋଇଥିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)। ଓଡିଶାର ଆଦର୍ଶ ବିଦ୍ୟାଳୟ ୩୧୪ ଟି ବ୍ଲକ୍ ରେ ସ୍ଥାପିତ ହୋଇଛି । ଏହା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ର ଶିକ୍ଷା ପ୍ରଦାନ କରୁଛି । ଛୋଟ ସହର ଓ ଗାଁ ର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତ ଶିକ୍ଷା ସହିତ ଯୋଡ଼ିବା ଏବଂ ରାଜ୍ୟର ସୂଦୁର ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ଆଦର୍ଶ ବିଦ୍ୟାଳୟର ମୂଳ ଲକ୍ଷ୍ୟ । ଓଡିଶାର ଆଦର୍ଶ ବିଦ୍ୟାଳୟରେ ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ପ୍ରିନ୍ସପାଲ୍ ପଦବୀ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାର କରିଛି ବିଜ୍ଞପ୍ତି ।
ଆବେଦନ କରିବାର ଶେଷ ତାରିଖ – ୦୮ – ୦୪ – ୨୦୨୩
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଚାକିରୀ କରିବାର ସ୍ଥାନ – ଆଦର୍ଶ ବିଦ୍ୟାଳୟ ( ଓଡିଶା )
ପଦବୀ ର ନାମ – ପ୍ରିନ୍ସପାଲ୍
ମୋଟ୍ ପଦବୀ ସଂଖ୍ୟା – ୧୦୦ ଟି ପଦବୀ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍) ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
ଶିକ୍ଷାଗତ ଯୋଗ୍ୟତା –
୧) ସ୍ନାତକୋତ୍ତର ବା ପୋଷ୍ଟ୍ ଗ୍ରାଜୁଏସନ୍ ଡିଗ୍ରୀ ଥିବା ଆବଶ୍ୟକ । (କେବଳ ସରକାରୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ )
୨) ବ୍ୟାଚଲର୍ ଇନ୍ ଏଜୁକେସନ୍ ( ବିଇଡି ) ନିହାତି କରିଥିବା ଆବଶ୍ୟକ ।
୩) ପୂର୍ବରୁ ପ୍ରିନ୍ସପାଲ୍ ଚାକିରୀ ର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ । ଟିଜିଟି ଟିଚର ପଦବୀରେ ୧୦ ବର୍ଷ ର ଅଭିଜ୍ଞତା କିମ୍ବା ପିଜିଟି ଟିଚର ପଦବୀରେ ଅଭିଜ୍ଞତା କିମ୍ବା ସରକାରୀ ଅଧ୍ୟାପକ ଥିଲେ , ଆପଣ ଆବେଦନ କରିପାରିବେ ।
(ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରି ପଢିପାରିବେ )
ବୟସ ସୀମା –
ସର୍ବନିମ୍ନ ୩୨ ବର୍ଷ
ସର୍ବାଧିକ ୫୦ ବର୍ଷ
କେଉଁ ସ୍ଥାନରେ ପରୀକ୍ଷା କେନ୍ଦ୍ର ହେବ –
ଦରମା – ୬୭,୭୦୦
ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?
ଜେନେରାଲ୍ କିମ୍ବା ଓବିସି ପ୍ରାର୍ଥି ପାଇଁ – ୨୦୦୦ ଟଙ୍କା
ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ୧୨୫୦ ଟଙ୍କା
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ କରିବାପାଇଁ ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ-
https://cdn.digialm.com//per/g01/pub/726/EForms/image/ImageDocUpload/11/1115368635024757967274.pdf
ଆବେଦନ କରିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://cdn.digialm.com/EForms/configuredHtml/1258/81498/Registration.html
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।