
ଆଠସଂଖ୍ୟା ସହ ଶ୍ରୀକୃଷ୍ଣଙ୍କର ସମ୍ପର୍କ କଣ…ଜାଣିଛନ୍ତି କି ?
ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀକୃଷ୍ଣ ସର୍ବତ୍ର ପୂଜିତ। ଧର୍ମ ସଂସ୍ଥାପନ ପାଇଁ ସେ ମର୍ତ୍ତ୍ୟରେ ଦେହ ଧାରଣ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ, ରାଧାଙ୍କ ସହ ରାସଲୀଳା ଏବଂ କଂସ ଓ କୌରବମାନଙ୍କ ବିନାଶରେ ତାଙ୍କର ଅବଦାନ ବିଷୟରେ ଅନେକ କାହାଣୀ ଓ ଆଖ୍ୟାୟିକା ଅନେକ ଲୋକଙ୍କୁ ଜଣାଅଛି। କିନ୍ତୁ ଏହି ଗାଥାର ସତ୍ୟତା ସମସ୍ତଙ୍କୁ ସତ ଲାଗେ ନାହିଁ ॥ ମଥୁରା,ଦ୍ଵାରିକା ଯେଉଁ ଯେଉଁ ଜାଗାରେ ଶ୍ରୀକୃଷ୍ଣଙ୍କର ଲୀଳା ରହିଥିଲା ସେ ସବୁ ଜାଗାରେ ଆଜି ବି ପୁରାତନ କାହାଣୀର ଝଲକ ମିଳେ॥ ତେବେ ଆମେ ଆଜିର ଶିକ୍ଷିତ ସମାଜରେ ତଥ୍ୟ ଓ ବିଜ୍ଞାନ ଦ୍ବାରା ପ୍ରମାଣିତ କଥା ଗୁଡିକ ଉପରେ ବିଶ୍ବାସ କରୁ ,। ହେଲେ ଏମିତି କିଛି କଥା ରହିଛି ଯାହା ଆମ ପୁରାଣ ଓ ଆମ ଭଗବାନ ଙ୍କ ଅସ୍ତିତ୍ଵ ଉପରେ ବିଶ୍ବାସ କରିବାକୁ ଅଧିକରୁ ଅଧିକ ବାଧ୍ୟ କରିଦିଏ॥ ଆପଣ ମାନେ ଅଷ୍ଟମ ଶବ୍ଦର ବ୍ୟବହାର ତ କରୁଥିବେ କିନ୍ତୁ ଆପଣମାନେ କଣ ଜାଣିଛନ୍ତି ଏହି ଅଷ୍ଟମ ଶବ୍ଦ ସହ ଭଗବାନ ଶ୍ରୀକୃଷ୍ଣ ଙ୍କର ସମ୍ପର୍କ କଣ ରହିଥିଲା ॥ ତାହାଲେ ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢନ୍ତୁ ହୁଏତ ଆପଣଙ୍କ ମନରେ ଥିବା କିଛି ଦ୍ଵନ୍ଦ ଦୂର ହେଇଯିବ।

‘୮’ ସଂଖ୍ୟା ସହ ଥିବା ଶ୍ରୀକୃଷ୍ଣଙ୍କ ସମ୍ପୃକ୍ତି ବିଷୟରେ କ୍ୱଚିତ ଜାଣନ୍ତି। ଜନ୍ମ ପୂର୍ବରୁ ମୃତ୍ୟୁ ଯାଏଁ ଶ୍ରୀକୃଷ୍ଣ ‘୮’ ସଂଖ୍ୟା ବିଷୟରେ ସାମାନ୍ୟ ସୂଚନା ଦେଉଥିଲେ।
୧. ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର।
୨. ସେ ଦେବକୀ ଓ ବାସୁଦେବଙ୍କର ଅଷ୍ଟମ ଗର୍ଭରେ ଜନ୍ମିବେ ବୋଲି ଶୂନ୍ୟବାଣୀ ହୋଇଥିଲା।
୩. ସେ କୃଷ୍ଣପକ୍ଷ ଅଷ୍ଟମୀରେ ଜନ୍ମିଥିଲେ।
୪. ଶ୍ରୀକୃଷ୍ଣଙ୍କର ଥିଲେ ୮ ଜଣ ପତ୍ନୀ: ‘ଅଷ୍ଟପାଟବଂଶୀ’।

୫. ସେ ୧୬୧୦୦ ଗୋପୀଙ୍କୁ ନରକାସୁର କବଳରୁ ଉଦ୍ଧାର କରିଥିଲେ। ପରେ ସେ ସମସ୍ତଙ୍କୁ ବିବାହ କରିଥିଲେ। ହିସାବ ଅନୁସାରେ ତାହା ହେଉଛି ୧ ୬ ୧= ୮।
ନରକାସୁରର ବଧ ପରେ ଗୋପୀ ମାନେ ନିଜକୁ ଅସତୀ ମାନୁଥିଲେ ସେମାନେ ପ୍ରଭୁଙ୍କୁ କହିଲେ -ଆମେ ଏବେ ଅଦରକାରୀ ହେଇଗଲୁ ଆମକୁ ଆଉ କେହି ବି ବିବାହ କରିବେ ନାହିଁ ॥ ସେଥିପାଇଁ ଶ୍ରୀକୃଷ୍ଣ ସମାଜ ଆଗରେ ନିଜେ ବଦନାମ ସହିବାକୁ ପ୍ରସ୍ତୁତ ହେଇ ୧୬୧୦୦ ଗୋପୀ ମାନଙ୍କର ସ୍ବାମୀ ହେଲେ॥। ଆମ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ଶ୍ରୀକୃଷ୍ଣଙ୍କ ବିଷୟରେ ସ୍ପଷ୍ଟ ଗାଥା ଜାଣିନାହାନ୍ତି ଓ ଅଧା ସୂଚନା ଜାଣି ସମାଜରେ ନିନ୍ଦା କରନ୍ତି॥
୬. ତାଙ୍କ ମୁଖ ନିସୃତ ‘ଗୀତା’ର ୪ର୍ଥ ଅଧ୍ୟାୟରେ ଥିବା ୮ମ ଶ୍ଳୋକଟି ଭଗବତ ଗୀତାର ଅଧିକାଂଶ ସ୍ଥାନରେ ପୁନରାବୃତ୍ତି ହୋଇଛି। ତାହା ହେଲା: ଦୁଷ୍ଟ ଦଳନ କରି ସନ୍ଥ ପାଳନ କରିବା ଓ ଧର୍ମ ସଂସ୍ଥାପନ ପାଇଁ ମୁଁ ଯୁଗେ ଯୁଗେ ଜନ୍ମ ନିଏ।
୭. ଶ୍ରୀକୃଷ୍ଣ ଠିକ୍ ୧୨୫ ବର୍ଷ ବଞ୍ଚି ଥିଲେ। ଅର୍ଥାତ୍ ୧ ୨ ୫ = ୮
CATEGORIES ପୂଜା ଧର୍ମ