
ସରିଲା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍:ସୃଷ୍ଟି କରିବ ସାଢ଼େ ଦଶ ଲକ୍ଷର ନିଯୁକ୍ତି
ଓଡ଼ିଶାକୁ ମୋଟ ସାଢ଼େ ଦଶ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ରାଜ୍ୟରେ ସାଢ଼େ ଦଶ ଲକ୍ଷ ଜଣଙ୍କ ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟକୁ ଆସିଥିବା ନିବେଶ ସଂପର୍କରେ ସରକାରଙ୍କ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ କୁହାଯାଇଛି ୩ ଦିନ ମଧ୍ୟରେ ମୋଟ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ୧୦ ଲକ୍ଷ ୩୭ ହଜାର ୭୦୧ ଜଣଙ୍କୁ ନିଯୁକ୍ତି ମିଳିବ। ମୋଟ ୭୪୧ଟି ସଂସ୍ଥା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ଏବଂ ଦ୍ବିତୀୟ ସଂସ୍କରଣରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେଣୁ ଚଳିତ ସଂସ୍କରଣରେ ଗତ ଦୁଇଟିଯାକ ସଂସ୍କରଣ ଅପେକ୍ଷା ପ୍ରାୟ ୭୫ ପ୍ରତିଶତ ଏବଂ ୨୦୧୮ ସଂସ୍କରଣ ତୁଳନାରେ ୨୫୦ ପ୍ରତିଶତ ଅଧିକ ନିବେଶ ପ୍ରତିଶ୍ରୁତି ମିଳିଛି। ସର୍ବାଧିକ ନିବେଶ ପ୍ରତିଶ୍ରୁତି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେଏସଡବ୍ଲୁ ରହିଛି। ଆର୍ସେଲର ମିତ୍ତଲ ୧ ଲକ୍ଷ ୬୦ ହଜାର କୋଟି ଏବଂ ଜେଏସଡବ୍ଲ୍ୟୁ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଚଳିତଥର ଅନେକ ନୂଆ ନୂଆ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ପ୍ରସ୍ତାବ ଆସିଛି ଯାହାକି ରାଜ୍ୟ ପାଇଁ ଏକ ଭଲ ଖବର।
ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମଧ୍ୟରୁ ସର୍ବାଧିକ ୫ ଲକ୍ଷ ୪୯ ହଜାର ୭୬୪ କୋଟି ଟଙ୍କା ଖଣିଜ, ଧାତବ ଏବଂ ଏସଂକ୍ରାନ୍ତ ଆନୁଷଙ୍ଗିକ ଶିଳ୍ପରେ ଆସିଛି। ଏହା ପଛକୁ ଶକ୍ତି, ଅକ୍ଷୟ ଶକ୍ତି ଏବଂ ସବୁଜ ଶକ୍ତି କ୍ଷେତ୍ରରେ – ୨ ଲକ୍ଷ ୩୮ ହଜାର ୪୫୫ କୋଟି…
ଲଜିଷ୍ଟ୍ରିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ- ୧ ଲକ୍ଷ ୧୯ ହଜାର ୧୯୭ କୋଟି
ସାର ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ -୭୬ ହଜାର ୮୦ କୋଟି
ମାନୁଫ୍ୟାକଚରିଂରେ -୨୧ ହଜାର ୬୩୪ କୋଟି
ପର୍ଯ୍ୟଟନରେ-୮୨୩୫ କୋଟି
ଆଇଟି ଏବଂ ଇଏସଡିଏମ୍ କ୍ଷେତ୍ରରେ -୭୭୪୦ କୋଟି
କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ – ୭୨୪୯ କୋଟି
କାଗଜ, କାଠ ଏବଂ ଜଙ୍ଗଲଜାତ ସାମଗ୍ରୀ କ୍ଷେତ୍ରରେ-୫୩୦୬ କୋଟି
ସିମେଣ୍ଟରେ -୫୦୧୨ କୋଟି
ସ୍ବାସ୍ଥ୍ୟସେବା ଓ ଫାର୍ମା କ୍ଷେତ୍ରରେ -୩୯୩୫ କୋଟି
ଏରୋସ୍ପେସ ଏବଂ ପ୍ରତିରକ୍ଷା କ୍ଷେତ୍ରରେ-୨୦୫୫ କୋଟି
ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ -୫୦୦ କୋଟି
ଷ୍ଟାର୍ଟଅପ୍ରେ -୨୮୦ କୋଟି
ସେରାମିକ୍ସଗ୍ଲାସ, ମାର୍ବଲ ଓ ଗ୍ରାନାଇଟରେ -୨୦୦ କୋଟି
ବର୍ଜ୍ୟବସ୍ତୁ ପରିଚାଳନାରେ -୧୬୯ କୋଟି
କୃଷି ବିପଣନରେ -୧୨୧ କୋଟି
ଶିକ୍ଷାରେ-୬୬ କୋଟି
ସିନେମା ଓ ଆମୋଦପ୍ରମୋଦରେ -୧୫ କୋଟି
ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ୬୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି।