ଭୂବନେଶ୍ୱର ରେ ଇଞ୍ଜିନିୟର ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ଜିଓ ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଜିଓ କମ୍ପାନୀରେ ଅନେକ ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂବନେଶ୍ୱର ପାଇଁ ବାହାରିଛି ।
ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –
ପଦବୀ ର ନାମ – କ୍ୟୁଏସଡି ଇଞ୍ଜିନିୟର
ସ୍ଥାନ – ଭୂବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା –
ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ କିମ୍ବା ଡିପ୍ଲୋମା ଇନ୍
୧) ସିଭିଲ୍ ଇଞ୍ଜିନିୟରିଂ
୨) ଇଲେକଟ୍ରିକାଲ୍ ଇଞ୍ଜିନିୟରିଂ
୩) ମେକାନିକାଲ୍ ଇଞ୍ଜିନିୟରିଂ
୪) ଇଲୋକଟ୍ରୋନିକସ୍ ଆଣ୍ଡ କମୁନିକେସନ୍ ଇଞ୍ଜିନିୟରିଂ
ଅଭିଜ୍ଞତା –
୩ ବର୍ଷ ରୁ ୫ ବର୍ଷ ଥିଲେ ଭଲ ।
ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –
୧) ଟେକ୍ନୋଲୋଜି ଏବଂ ଟୋଲ୍ ବିଷୟରେ ଜ୍ଞାନ ର ଆବଶ୍ୟକତା ରହିଛି ।
୨) ଯୋଜନା ଏବଂ କୌଶଳ ଦ୍ୱାରା କାମ କରିପାରୁଥିବା ଦରକାର ।
୩) ବିକ୍ରେତା ପରିଚାଳନା ଦକ୍ଷତା ବା ଭେଣ୍ଡର ସ୍କିଲ୍ ର ଆବଶ୍ୟକତା ରହିଛି ।
୪) ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ କରିପାରୁଥିବା ଦରକାର ।
୫) କମ୍ୟୁନିକେସନ୍ ବା ଯୋଗାଯୋଗ ର ଦକ୍ଷତା ଥିବା ଆବଶ୍ୟକ ।
୬) ଲୋଜିକାଲ୍ ସ୍କିଲ୍ ବା ଯୁକ୍ତିଯୁକ୍ତ ଦକ୍ଷତା ଥିବା ଆବଶ୍ୟକ ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) କଣ୍ଟ୍ରାକ୍ଟରଙ୍କ ଠାରୁ ବିଲ୍ ସଂଗ୍ରହ କରିବାକୁ ପଡିବ ।
୨) କାମର ପରିମାଣ ଯାଞ୍ଚ କରିବା ଏବଂ ବିଲ୍ ସଂଗ୍ରହ କରିବାକୁ ପଡିବ ।
୩) କମ୍ପାରିଟିଭ୍ ଆନାଲିସିସ୍ ବା ତୁଳନାତ୍ମକ ବିଶ୍ଳେଷଣ ପ୍ରସ୍ତୁତ କରିବା ପାଇଁ ପଡିବ ।
୪) କଣ୍ଟ୍ରାକ୍ଟରମାନଙ୍କ ପେମେଣ୍ଟ କୁ ଟ୍ରାକ କରିବାକୁ ପଡିବ ।
୫) ଚୁକ୍ତି ଭିତ୍ତିକ ଦାବି ଗୁଡିକ ଆଲୋଚନା କରି ବିଶ୍ଳେଷଣ କରିବା ।
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.jio.com/frmRegister.aspx
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।