ସିକ୍ୟୁରିଟି ସର୍ଭିସ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ରେ ବାହାରିଛି ବିଜ୍ଞପ୍ତି ! ଭୂବନେଶ୍ୱର ରେ ହେବ ପୋଷ୍ଟିଂ !
ବର୍ତ୍ତମାନ ସମୟରେ ଭାରତରେ ଜନସଂଖ୍ୟା ର ବିଷ୍ପୋରଣ ପରେ ଚାକିରୀର ଘୋର ଅଭାବ ଦେଖା ଦେଇଛି । ରାଜ୍ୟ ଏବଂ ଦେଶରେ ଚାକିରୀର ବହୁତ ଅଭାବ ଦେଖା ଦେଇଛି । ତେଣୁ ଅନେକ ଯୁବକ ଯୁବତୀ ମାନଙ୍କର ଭଲ କ୍ୟାରିୟର ସହ ଭଲ ଫିଟନେସ ଥାଇ ମଧ୍ୟ ଭଲ ଚାକିରୀ ପାଉନାହାନ୍ତି । ସରକାରୀ ହେଉ କିମ୍ବା ବେସରକାରୀ ଚାକିରୀ ପାଇବା ଭାରିକଷ୍ଟ ମନେ ହୁଏ । ଓଡିଶାରେ ଭଲ କମ୍ପାନୀରେ ଚାକିରୀ ପାଇବା କାଠିକର ପାଠ । ଅନେକ ଲୋକ ସିକ୍ୟୁରିଟି ସର୍ଭିସ ରେ ମଧ୍ୟ ଚାକିରୀ ପାଉନାହାନ୍ତି । ଭଲ ଫିଟନେସ୍ ଥିଲେ ମଧ୍ୟ ଭଲ କମ୍ପାନୀ ରେ ସିକ୍ୟୁରିଟି ସର୍ଭିସ ଚାକିରୀ ମିଳୁନି । ତେବେ ଅନେକ ଲୋକଙ୍କ ଇଚ୍ଛା ଥାଏ ସିକ୍ୟୁରିଟି ସର୍ଭିସ ରେ ଚାକିରୀ କରିବା ପାଇଁ । ଏୟାରଲାଇନ୍ସ ରେ ସିକ୍ୟୁରିଟି ସର୍ଭିସ ବିଭାଗରେ ଚାକିରୀ କରିବାପାଇଁ ଅନେକଲୋକ ସ୍ୱପ୍ନ ମଧ୍ୟ ଦେଖନ୍ତି । ତେବେ ଚାକିରୀ ଆଶାୟୀ ମାନଙ୍କ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ଆସିଛି ନିଯୁକ୍ତି ର ନୁଆ ସୁଯୋଗ । ଭୂବନେଶ୍ୱର ବିମାନ ବନ୍ଦର ପାଇଁ ସିକ୍ୟୁରିଟି ସର୍ଭିସ ବିଭାଗରେ ଇଣ୍ଡିଗୋ ଏୟାରଲାଇନ୍ସ ବାହାର କରିଛି ବିଜ୍ଞପ୍ତି ।
ଇଣ୍ଡିଗୋ ଏୟାରଲାଇନ୍ସ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://www.goindigo.in/about-us.html
ପଦବୀ – ସିକ୍ୟୁରିଟି ସର୍ଭିସ ଅଫିସର
ଶିକ୍ଷାଗତ ଯୋଗ୍ୟତା –
୧) ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା University as determined by IndiGo ରୁ ଗ୍ରାଜୁଏସନ୍ ବା ସ୍ନାତକ କରିଥିବା ଦରକାର ।
୨) ପାଠ ପଢିବା ସମୟରେ ଜାତୀୟ କ୍ୟାଡେଟ୍ କର୍ପସ୍ (ଏନସିସି) ରେ ଥିଲେ ଆପଣଙ୍କୁ ପ୍ରାଥମିକତା ଦିଆଯିବ ।
୩) ସ୍ନାତକ ବା ଗ୍ରାଜୁଏସନ୍ ର ପରୀକ୍ଷା ଫଳ ବାହାରିନଥିଲେ ଆବେଦନ କରିପାରିବେ ନାହିଁ ।
୪) ଆବେଦନ କରିବା ପାଇଁ ଆପଣ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର ଏବଂ ଆପଣଙ୍କ ପାଖରେ ଏହାର ସାର୍ଟିଫିକେଟ୍ ଥିବା ଆବଶ୍ୟକ ।
ବୟସ ସୀମା – ୧୮ ରୁ ୨୭ ବର୍ଷ
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର
ଅଭିଜ୍ଞତା – ୦ ରୁ ୭ ବର୍ଷ ପର୍ଯ୍ୟନ୍ତ
ଆବଶ୍ୟକ ଥିବା ଦକ୍ଷତା –
୧) ବିଭିନ୍ନ ପାଣିପାଗରେ ଯେମିତିକି ଖରା , ବର୍ଷା ଏବଂ ଶୀତରେ କାମ କରିପାରୁଥିବା ଦରକାର ।
୨) ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଥିବା ଆବଶ୍ୟକ । ଶାରୀରିକ ସ୍ତରରେ ଶକ୍ତିଶାଳୀ ହେବା ଆବଶ୍ୟକ । ଯାହାକି ସିକ୍ୟୁରିଟି ଅଫିସର ପଦବୀ ପାଇଁ ଅତ୍ୟନ୍ତ ଆବଶ୍ୟକ ।
୩) ବିମାନବନ୍ଦର ର ଟର୍ମିନାଲ୍ କିମ୍ବା ଆପ୍ରନ୍ ରେ କାମ କରିପାରିବା ପରି ଶାରୀରିକ କ୍ଷମତା ଆବଶ୍ୟକ ।
୪) କାମର ଚାପରେ ଠିକ୍ ଢଙ୍ଗରେ ନିର୍ଣ୍ଣୟ ନେଇପାରୁଥିବା ଦରକାର ।
୫) ବିମାନ ବନ୍ଦରରେ ଦୀର୍ଘସମୟ ପର୍ଯ୍ୟନ୍ତ ଠିଆ ହେଇପାରୁଥିବା ଦରକାର ।
୬) ଜରୁରୀକାଳୀନ ପରିସ୍ଥିତି ରେ ଠିକ୍ ଭାବରେ କାମ କରିପାରୁଥିବା ଦରକାର ଏବଂ ଜରୁରୀକାଳୀନ ପରିସ୍ଥିତି ର ମୁକାବିଲା କରିବା ପାଇଁ ମନବୃତ୍ତି ଥିବା ଦରକାର ।
କଣ ହେଲେ ଆବେଦନ କରିପାରିବେ ନାହିଁ ?
ଶରୀରରେ କୌଣସି ପ୍ରକାର ର ଟାଟୁ ବା ବଡି ଆର୍ଟ ଥିଲେ ଆପଣ ଆବେଦନ କରିପାରିବେ ନାହିଁ ।
ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧାସଳଖ ଆବେଦନ କରିପାରିବେ –
https://goindigo.app.param.ai/jobs/candidate/signup
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।