Saturday 10th January 2026
ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ ଅବଧି ବଢ଼ିଲା ମାସେ…

ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ ଅବଧି ବଢ଼ିଲା ମାସେ…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ ଅବଧି ମାସେ ବଢ଼ିଲା। ଆଜି ସରୁଥିବା ଡେଡ୍ ଲାଇନ୍ ଅକ୍ଟୋବର ୩୧ ଯାଏଁ ବଢ଼ିଲା। ଏନେଇ ଅବଧି ବୃଦ୍ଧି ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ବିଜ୍ଞପ୍ତି ଜାରି କରିଛନ୍ତି।


ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ବଢ଼ିଲା ସମୟ ସୀମା। ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ମହଲତ ମିଳିଛି। ସମୟ ସୀମା ବୃଦ୍ଧି ପାଇଁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର। ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଥିଲା ଡେଡଲାଇନ୍ । ଏବେ ସମୟ ସୀମା ବଢ଼ିବା ପରେ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ । ସେହିପରି ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ହେଉଛି ଡେଡଲାଇନ୍। ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର ଓ ୯ କିମ୍ବା ୦ ଥିଲେ ୩୧ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (1 )