ଆଜି ହିଁ ଆବେଦନ କରନ୍ତୁ ଏହି ପୋଷ୍ଟ ପାଇଁ
ଚାକିରୀ ଟିଏ କରିବାକୁ ସମସ୍ତେ ଚାହାଁନ୍ତି । ଆଉ ସେ ବି ପୁଣି ଯଦି ସରକାରୀ ଚାକିରୀ ଟିଏ ହେଲା ତେବେ ତା କଥା ହିଁ ନିଆରା । ତେବେ ଦଶମ କିମ୍ବା +୨ ପଢ଼ି ସାରି ଆପଣ ବି ଯଦି କୌଣସି ଭଲ ଚାକିରୀର ସନ୍ଧାନରେ ଅଛନ୍ତି ତେବେ ଏହି ଖବର ଟି ଆପଣଙ୍କ ପାଇଁ । ଡାକ ବିଭାଗରେ ଚାକିରୀ କରିପାରିବେ ଆପଣ, ଯାହାର ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ଡାକ ବିଭାଗ । ତେବେ ଆସନ୍ତୁ ଜାଣିବା କେଉଁ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଅଧିକ କିଛି ।() ଦଶମ ଓ +୨ ପାସ୍ କରିସାରିଥିବା ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗରେ ଚାକିରୀ କରିବା ପାଇଁ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀମାନେ ଡାକ ବିଭାଗର ଅଫିସିଆଲ ୱେବସାଇଟ୍ https://dopsportsrecruitment.in/ ରେ ଆବେଦନ କରିପାରିବେ । ଭାରତୀୟ ଡାକ ବିଭାଗ ଗୁଜୁରାଟ ସର୍କଲରେ ଦଶମ ଏବଂ ଦ୍ୱାଦଶ ପାସ୍ କରିସାରିଥିବା ପିଲା ପୋଷ୍ଟାଲ୍ ଆସିଷ୍ଟାଣ୍ଟ/ ସର୍ଟିଂ ଆସିଷ୍ଟାଣ୍ଟ, ପୋଷ୍ଟ ମ୍ୟାନ୍ / ମେଲ୍ ଗାର୍ଡ, ମଲ୍ଟି ଟାସ୍କିଂ ଷ୍ଟାଫ୍ ପାଇଁ ଆବେଦନ କରିପାରିବେ । ଏହା ବ୍ୟତିତ ୧୮୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ସବୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୨୨ ନଭେମ୍ବର ୨୦୨୨ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଆବେଦନର ଶେଷ ତାରିଖ-୨୨ନଭେମ୍ବର ୨୦୨୨
• ପ୍ରୋଭିଜନାଲ୍ ଲିଷ୍ଟ-୬ ଡିସେମ୍ବର ୨୦୨୨
ଖାଲି ଥିବା ପଦବୀ:
• ପୋଷ୍ଟାଲ୍ ଆସିଷ୍ଟାଣ୍ଟ/ ସର୍ଟିଂ ଆସିଷ୍ଟାଣ୍ଟ-୭୧ପୋଷ୍ଟ
• ମଲ୍ଟି ଟାସ୍କିଂ ଷ୍ଟାଫ୍-୬୧ ପୋଷ୍ଟ
• ପୋଷ୍ଟ୍ ମ୍ୟାନ୍ / ମେଲ୍ ଗାର୍ଡ-୫୬ ପୋଷ୍ଟ
ବୟସ ସୀମା:
• ସର୍ବନିମ୍ନ-୧୮ ବର୍ଷ
• ସର୍ବାଧିକ-୨୫ ବର୍ଷ
• ମଲ୍ଟି ଟାସ୍କିଂ ପଦବୀ ପାଇଁ-୨୭ ବର୍ଷ
• ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସରେ କୋହଳ ମିଳିବ
ଶିକ୍ଷାଗତ ଯୋଗ୍ୟତା:
• ପୋଷ୍ଟମ୍ୟାନ୍/ ମେଲ୍ ଗାର୍ଡ- ଦ୍ୱାଦଶ ପାସ୍ ହୋଇଥିବା ଦରକାର । ଗୁଜୁରାଟୀ ଭାଷାରେ ଜ୍ଞାନ ଥିବା ବାଧ୍ୟତା ମୂଳକ । ଏହା ବ୍ୟତୀତ ୬୦ ଦିନର ମୌଳିକ କମ୍ପୁଟର କୋର୍ସ କରିଥିବା ଦରକାର ।
• ପୋଷ୍ଟାଲ ଆସିଷ୍ଟାଣ୍ଟ/ ସର୍ଟିଂ ଆସିଷ୍ଟାଣ୍ଟ- ପ୍ରାର୍ଥୀମାନେ ଦ୍ୱାଦଶ ପାସ୍ କରିଥିବା ଦରକାର। ଏହା ବ୍ୟତୀତ ୬୦ଦିନର ମୌଳିକ କମ୍ପୁଟର କୋର୍ସ କରିଥିବା ଦରକାର ଯାହାର ପ୍ରମାଣ ପତ୍ର ମଧ୍ୟ ଥିବା ଦରକାର ।
• ମଲ୍ଟି ଟାସ୍କିଂ ଷ୍ଟାଫ୍- ପ୍ରାର୍ଥୀମାନେ ଅତିକମ୍ରେ ଦଶମ ପାସ୍ କରିଥିବା ଦରକାର । ଏହା ବ୍ୟତିତ ଦଶମ ପର୍ଯ୍ୟନ୍ତ ପ୍ରାର୍ଥୀ ଗୁଜୁରାଟୀ ଭାଷାକୁ ଏକ ବିଷୟ ରଖି ପଢ଼ିଥିବା ଜରୁରୀ ।
ଦରମା:
• ପୋଷ୍ଟମ୍ୟାନ୍/ ମେଲ୍ ଗାର୍ଡ- ପେ ଲେବଲ୍ ୩ ଅଧିନରେ ମାସିକ ୨୧,୭୦୦ ରୁ ୬୯,୧୦୦ ଟଙ୍କା
• ପୋଷ୍ଟାଲ ଆସିଷ୍ଟାଣ୍ଟ/ ସର୍ଟିଂ ଆସିଷ୍ଟାଣ୍ଟ- ପେ ଲେବଲ୍ ୪ ଅଧିନରେ ମାସିକ ୨୫,୫୦୦ ରୁ ୮୧,୧୦୦ ଟଙ୍କା
• ମଲ୍ଟି ଟାସ୍କିଂ ଷ୍ଟାଫ୍- ପେ ଲେବଲ୍ ୧ ଅଧିନରେ ମାସକୁ ୧୮,୦୦୦ ରୁ ୫୬,୯୦୦ ଟଙ୍କା
ଆବେଦନ ଶୁଳ୍କ:
• ଆବେଦନ କରିବା ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
• ମହିଳା, ଟ୍ରାନ୍ସଜେଣ୍ଡର, ଏସ୍ସି / ଏସ୍ଟି, ପିଡବ୍ଲ୍ୟବିଡି ଏବଂ ପୂର୍ବତନ ସୈନିକ ଆବେଦନ ଶୁଳ୍କରୁ ବଞ୍ଚିତ ହେବେ ।