ଏହି ୩ଟି ସେନାରେ ଭତ୍ତି ହେବା ପାଇଁ ଆଜି ହିଁ କରନ୍ତୁ ଆବେଦନ
ସେନାରେ ଭର୍ତ୍ତି ହେବା ଏକ ଗର୍ବର କଥା ହୋଇଥାଏ । ଆଉ ଏହି ଗର୍ବ ଅନୁଭବ କରିବା ପାଇଁ ଅନେକ ପିଲା ଏହି ପୋଷ୍ଟ ବାହାରିଲା ମାନେ ଆବେଦନ କରିଥାନ୍ତି । ତେବେ ଏହି ଭଳି ପିଲାଙ୍କ ପାଇଁ ଏବେ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । UPSC (Union Public Service Commission) ଭାରତୀୟ ସେନା, ବାୟୁସେନା, ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ପ୍ରାକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବାପାଇଁ UPSCର ଅଫିସିଆଲ ୱେବସାଇଟ୍ https://upsc.gov.in/ କୁ ଯାଇପାରିବେ । ଆବେଦନର ପ୍ରକ୍ରିୟା ୨୧ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ https://images.news18.com/ibnkhabar/uploads/2022/12/UPSC-CDS-I-Vacancy-2022-23-Notification-PDF.pdf ଏହି ଲିଙ୍କୁକୁ କ୍ଲିକ୍ ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ:୨୧ ଡିସେମ୍ବର
• ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ:୧୦ ଜାନୁଆରୀ ୨୦୨୩
ଖାଲି ଥିବା ପଦବୀ:
• ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ(IMA), ଦେହରାଡୁନ୍: ୧୦୦ଟି ପୋଷ୍ଟ୍
• ମୋଟ ପୋଷ୍ଟ୍ ସଂଖ୍ୟା – ୩୪୧
• ଭାରତୀୟ ବାୟୁସେନା ଏକାଡେମୀ, ହାଇଦ୍ରାବାଦ: ୩୨ଟି ପୋଷ୍ଟ୍
• ଇଣ୍ଡିଆନ୍ ନାଭାଲ୍ ଏକାଡେମୀ, ଏଝିମାଲା-ପାଠ୍ୟକ୍ରମ: ୨୨ ଟି ପୋଷ୍ଟ୍
• ଅଫିସର୍ ଟ୍ରେନିଂ ଏକାଡେମୀ, ଚେନ୍ନାଇ (ମାଡ୍ରାସ୍): ୧୭୦ଟି ପୋଷ୍ଟ୍
• ଅଫିସର୍ ଟ୍ରେନିଂ ଏକାଡେମୀ, ଚେନ୍ନାଇ (ମାଡ୍ରାସ୍): ୧୭ଟି ପୋଷ୍ଟ୍
ଯୋଗ୍ୟତା:
• IMA ଏବଂ ଅଫିସର୍ସ ଟ୍ରେନିଂ ଏକାଡେମୀ, ଚେନ୍ନାଇ – କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ବା ଏହାର ସମକକ୍ଷ ଡିଗ୍ରୀ
• ଇଣ୍ଡିଆନ୍ ନାଭାଲ୍ ଏକାଡେମୀ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ଇଞ୍ଜିନିୟରିଂରେ ଡିଗ୍ରୀ
• ଭାରତୀୟ ବାୟୁସେନା ଏକାଡେମୀ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ (୧୦ + ୨ ସ୍ତରରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ସହିତ) କିମ୍ବା ଇଞ୍ଜିନିୟରିଂରେ ସ୍ନାତକ।
ଆବେଦନ ଶୁଳ୍କ:
• ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୨୦୦ ଟଙ୍କା ଦେବାକୁ ପଡିବ
• ମହିଳା / ଏସ୍ସି / ଏସ୍ଟି ପ୍ରାର୍ଥୀ ଦେୟ ଦେୟ ମୁକ୍ତ