ଏମିତି କରିପାରିବେ ଟଙ୍କା ବିନିଯୋଗ,ମିଳିବ ଭରପୁର ଫାଈଦା…
() ଟଙ୍କା ସଞ୍ଚୟ କରି ରଖିବାକୁ ବା ବିନିଯୋଗ କରିବାକୁ ଆମେ ସବୁବେଳେ ଚାହାଁନ୍ତି । ଗୋଟିଏ ଏମିତି ଯାଗାରେ ଆମେ ସଞ୍ଚୟ କରିଥିବା ରାଶିକୁ ବିନିଯୋଗ କରିବାକୁ ଚାହାଁନ୍ତି ଯେଉଁଠାରୁ ଆମକୁ returnରେ ଅଧିକ ଟଙ୍କା ମିଳୁଥିବ । ହେଲେ ଏଠି ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଦେବାକୁ ଚାହୁଁଛୁ, ଯଦି ଆପଣ ପାରମ୍ପରିକ ଭାବେ FD ବା PPFରେ ଆପଣଙ୍କ ଟଙ୍କାକୁ ବିନିଯୋଗ କରୁଛନ୍ତି, ତେବେ ଆପଣଙ୍କୁ ସମାନ returnରେ ଟଙ୍କା ମିଳିଥାଏ । ଏହିଭଳି ପରିସ୍ଥିତିରେ ଆପଣ ଏପରି ଯାଗାରେ ବିନିଯୋଗ କରିବା ଉଚିତ ଯେଉଁଠାରୁ ଆପଣ ଅଧିକ return ପାଇପାରିବେ ।
କେଉଁଠି କରିବେ ଉପଯୁକ୍ତ ବିନିଯୋଗ:
ଆପଣ SIP ମାଧ୍ୟମରେ ମୁ୍ୟଚୁଆଲ ଫଣ୍ଡରେ ଆପଣଙ୍କ ଟଙ୍କାକୁ ବିନିଯୋଗ କରିପାରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । କିନ୍ତୁ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭଲଭାବରେ ଯାଞ୍ଚ କରିନେବା ଉଚିତ୍ । ଆପଣଙ୍କୁ ଏଭଳି schemesରେ ଆପଣଙ୍କ ଟଙ୍କାକୁ ବିନିଯୋଗ କରିବାକୁ ପଡ଼ିବ ଯେଉଁଠି ଆପଣଙ୍କ ସଞ୍ଚୟ ରାଶିକୁ ବିନିଯୋଗ କରିବା ପ୍ରତିବଦଳରେ ଭଲ ପରିମାଣର return ମିଳିପାରୁଥିବ । ଠିକ୍ ସେହିଭଳି ଯଦି ଆପଣ କୌଣସି ଷ୍ଟକ୍ ମାର୍କେଟିଙ୍ଗରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ।
ତେବେ ସେହି କମ୍ପାନୀ ବା ବ୍ରାଣ୍ଡର ବ୍ୟବସାୟ ସମ୍ବନ୍ଧରେ ପ୍ରଥମେ ଭଲ ଭାବରେ ଜାଣିବା ପରେ ହିଁ ବିନିଯୋଗ କରନ୍ତୁ ଏବଂ ସେହି କମ୍ପାନୀ return କରୁଥିବା ଡାଟା ଉପରେ ନଜର ପକାନ୍ତୁ । ଠିକ୍ ସମୟ ଓ ନିୟମିତ ଭାବେ ବିନିଯୋଗ କରନ୍ତୁ । ଯଦି ଆପଣ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପାଣ୍ଠି ସଂଗ୍ରହ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ଆପଣଙ୍କର ମନେ ରଖିବା ଉଚିତ ଯେଉଁ ହାରରେ ମୁଦ୍ରାସ୍ଫୀତି ବଢ଼ୁଛି, ତା’ଅନୁସାରେ ଆପଣ ବିନିଯୋଗ କରିଥିବା ରାଶି ସମାନ କିମ୍ବା ତା’ଠାରୁ ଅଧିକ return ଦେବା ଉଚିତ୍ । ଆପଣ ଯେତେ ଶୀଘ୍ର ବିନିଯୋଗ ଆରମ୍ଭ କରିବେ ସେତେ ଅଧିକ return ପାଇବେ । ଏହି ଉପାୟରେ ଆପଣ ପାଣ୍ଠି ସଂଗ୍ରହ କରି ଆର୍ଥିକ ଦୃଷ୍ଟିରୁ ଫିଟ୍ ରହିପାରିବେ ।
ସାଧାରଣ ଲୋକଙ୍କର ସବୁ ବେଳେ ଗୋଟିଏ ଚିନ୍ତା ରହିଥାଏ କି କେଉଁ ଉପଯୁକ୍ତ ଜାଗାରେ କେଉଁଠି ନିଜ ସଞ୍ଚୟ କରି ରଖିଥିବା ଟଙ୍କାକୁ ବିନିଯୋଗ କରପାରିିବେ । ଯାହାଫଳରେ ଭଲ return ମଧ୍ୟ ପାଇପାରିବେ । ଏହି ବିଷୟରେ ଜାଣିବା ପାଇଁ କିଛି ତଥ୍ୟ ନମିଳିପାରୁଥିବାରୁ ଅନେକ ଲୋକ ଠକାମିର ଶିକାର ହୁଅନ୍ତି, ଅଥବା ଭୁଲ ଯାଗାରେ ବିନିଯୋଗ କରିବା କାରଣରୁ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । କିନ୍ତୁ ଆପଣ ଆମ ୱେବସାଇଟ୍ ସହିତ ଯୋଡ଼ି ହୋଇ ଏଭଳି ଅନେକ ତଥ୍ୟ ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ ।

