
ଚାକିରୀରେ କ୍ୟାରିୟର ଗ୍ରୋତ୍ ର ସିକ୍ରେଟ୍ କଣ ? କରନ୍ତୁ ଏପରି ଟିମ୍ ସେଟିଂ ଯାହା ଆପଣଙ୍କୁ ଦେବ ପଦୋନ୍ନତି !
ପାଠ ପଢିବା ଠାରୁ ଆରମ୍ଭ କରି ଚାକିରୀ ପାଇବା ପର୍ଯ୍ୟନ୍ତ ଏବଂ ଚାକିରୀ ପାଇଲା ପରେ ପଦୋନ୍ନତି ପର୍ଯ୍ୟନ୍ତ ସମୟକୁ କ୍ୟାରିୟର ବୋଲି ବୁଝାଯାଏ । କ୍ୟାରିୟର ଏକ ପ୍ରୋଫେସନାଲ ଶବ୍ଦ । ବର୍ତ୍ତମାନ ସମୟରେ କ୍ୟାରିୟର ପାଇଁ ସମସ୍ତେ ଚିନ୍ତିତ । କ୍ୟାରିୟର ରେ ସମସ୍ତଙ୍କର ଗ୍ରୋତ୍ ଦରକାର । କ୍ୟାରିୟର ରେ ଗ୍ରୋତ୍ ହେଲେ ଜୀବନରେ ଉନ୍ନତି ଆସେ । ତେଣୁ ଅଧିକାଂଶ ଲୋକଙ୍କ ପାଇଁ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । କ୍ୟାରିୟର ରେ ଗ୍ରୋତ୍ ହେଲେ ରୋଜଗାର ରେ ମଧ୍ୟ ବୃଦ୍ଧି ହୋଇଥାଏ । ତେବେ କ୍ୟାରିୟର ରେ ଗ୍ରୋତ୍ ପାଇଁ ଅନେକ ଟିପ୍ସ ଏବଂ ଟ୍ରିକ୍ସ ରହିଛି । ସରକାରୀ ହେଉ କିମ୍ୱା ବେସରକାରୀ ଚାକିରୀ ପାଇବା ଭାରି କଷ୍ଟକର । ଯୋଗ୍ୟତା ଥାଇ ମଧ୍ୟ ପାଠ ପଢିସାରି ଚାକିରୀ ପାଉନାହାନ୍ତି ଯୁବପୀଢି । କମ୍ପାନୀ ଗୁଡିକରେ ପୋଷ୍ଟ ର ଅଭାବ ଏହାର ମୁଖ୍ୟ କାରଣ । ଚାକିରୀ ପାଇ ସାରିଲାପରେ ଅଧିକାଂଶ ଲୋକ ସେହି ଦରମା ରେ ବହୁତ ବର୍ଷ ଯାଏ କାମ କରିଥାନ୍ତି । ବର୍ଷ ବର୍ଷ ଧରି ଦରମା ରେ ବୃଦ୍ଧି ହୋଇ ନଥାଏ । ଦରମାରେ ବୃଦ୍ଧି ନହେବା ଦ୍ୱାରା କର୍ମଚାରୀ ର ମନରେ କାମ କରିବାର ଉତ୍ସାହ କମିଯାଏ । ନୁଆଁ କମ୍ପାନୀ ରେ ଜଏନ୍ କରିଥିଲେ ଅନ୍ୟ କମ୍ପାନୀ ସହ ମିଶି କାମ କରିବାକୁ ପଡିଥାଏ । ଯଦି ଆପଣ ଆସିଷ୍ଟାଣ୍ଡ ପୋଷ୍ଟରେ ଜଏନ୍ କରିଛନ୍ତି ତେବେ ଆପଣଙ୍କୁ କମ୍ପାନୀ ର ସିନିୟର ଏମ୍ପଲୟ , ଟିମ୍ ଲିଡର ଏବଂ ଡିପାର୍ଟମେଣ୍ଟ ହେଡ୍ ସହ ମିଶି କାମ କରିବାକୁ ପଡିବ । ସମସ୍ତଙ୍କ ର କମାଣ୍ଡ ଏବଂ ଡିମାଣ୍ଡକୁ ଫୁଲଫିଲ୍ କଲେ ହିଁ ଆପଣଙ୍କର କ୍ୟାରିୟର ରେ ଗ୍ରୋତ୍ ହେବାର ସମ୍ଭାବନା ଅଧିକ ଥାଏ । ଆଉ ଯଦି ଆପଣ ସିନିୟର ପୋଷ୍ଟ ରେ ଜଏନ୍ କରୁଛନ୍ତି ତେବେ ଆପଣଙ୍କୁ ସମସ୍ତ ଜୁନିୟର ଏମ୍ପଲୟ କୁ ନେଇ କାମ କରିବାକୁ ପଡିବ । ଟିମ୍ ସେଟିଂ ରେ କାମ କଲେ ହିଁ କମ୍ପାନୀର ଗ୍ରୋତ୍ ହେବା ସହିତ ଆପଣଙ୍କର ପଦୋନ୍ନତି ହେବ । ଆପଣଙ୍କ ନିର୍ଦ୍ଦେଶକୁ ଆପଣଙ୍କ ଅଣ୍ଡର ରେ କାମ କରୁଥିବା କର୍ମଚାରୀ ଅମାନ୍ୟ କଲେ କମ୍ପାନୀ ର ଗ୍ରୋତ୍ ସହ ଆପଣଙ୍କ କ୍ୟାରିୟର ରେ ଲାଗିଯିବ ବ୍ରେକ୍ ।
ତେବେ ନୁଆଁ କମ୍ପାନୀ ରେ ଜଏନ୍ କଲେ କିପରି ଗଢିବେ ନିଜର ଟିମ୍ ? ଜୁନିୟର କିମ୍ବା ସିନିୟର ପଦବୀ ରେ ଜଏନ୍ କଲେ ବି କାମ କରିବା ପାଇଁ ଟିମ୍ ସେଟିଂ ର ଆବଶ୍ୟକତା ରହିଛି । କମ୍ପାନୀ ର ଟାର୍ଗେଟ୍ କୁ କେବଳ ଟିମ୍ ଓ୍ୱାର୍କରେ ଫିଲଅଫ୍ ବା ସଫଳ କରିବା ସମ୍ଭବପର । ତେବେ ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢିଲେ ଆପଣ ଜାଣିପାରିବେ କ୍ୟାରିୟର ଗ୍ରୋତ୍ ର ସିକ୍ରେଟ୍ ।
“ ଦଳ ନିର୍ମାଣ ” ହେଉଛି ଏକ ଏପରି ଶବ୍ଦ ଯାହାକି ପ୍ରୋଫେସନାଲ୍ ଲାଇଫ ରେ ବହୁଳ ପରିମାଣରେ ବ୍ୟବହାର ହୁଏ । ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ରୁ ଦଳ ନିର୍ମାଣ କରିବା ପାଇଁ ଶିଖାଯାଇଥାଏ । ଦଳ ନିର୍ମାଣ କରି ଖେଳ ଖେଳିବା , ପାଠ ପଢିବା ଏବଂ ଆଲୋଚନା କରିବା ଇତ୍ୟାଦି ଶିଖାଯାଇ ଥାଏ । ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ ଗୋଟିଏ ଗୃପ୍ ରେ ପ୍ରୋଜେକ୍ଟ ଓ୍ୱାର୍କ କରିବା ପାଇଁ ଦିଆଯାଇଥାଏ । ଚାକିରୀ ରେ ” ଦଳ ନିର୍ମାଣ ” ବା ” ଟିମ୍ ବିଲଡିଂ ” ଶିଖାଯାଇଥାଏ । ପରସ୍ପରକୁ ବିଶ୍ୱାସ କରି ପରସ୍ପର ସହ କାମ କରିବା ଶିଖାଇଥାଏ ” ଟିମ୍ ସେଟିଂ ” । ଦାୟିତ୍ୱ ବୋଧ ପ୍ରତି ଶିକ୍ଷ୍ୟା ଦେଇଥାଏ ” ଦଳ ନିର୍ମାଣ ” ବା ” ଟିମ୍ ବିଲଡିଂ ” । ସେହିପରି ଭାବରେ ଯଦି ଆପଣ କମ୍ପାନୀର ଟାର୍ଗେଟ୍ ବା ଲକ୍ଷ୍ୟ କୁ ହାସଲ କରିବା ପାଇଁ ଚାହୁଁଛନ୍ତି ତେବେ ଟିମ୍ ଓ୍ୱାର୍କ କରିବାକୁ ପଡିବ । ପ୍ରୋପର ଟିମ୍ ଓ୍ୱାର୍କ ବା ଉପଯୁକ୍ତ ଦଳୀୟ କାର୍ଯ୍ୟକ୍ରମ ପାଇଁ ପ୍ରୋପର ଟିମ୍ ସେଟିଂ ର ଆବଶ୍ୟକତା ରହିଛି ।
ଦଳ ନିର୍ମାଣ ପାଇଁ ଏକ ପ୍ରଭାବଶାଳୀ ରଣନୀତି ହେଉଛି ଟିମ୍ ସେଟିଂ । ଏକ ପ୍ରଭାବଶାଳୀ କର୍ପୋରେଟ୍ ସଂସ୍କୃତି ବା କଲଚର୍ , ଯେଉଁଠାରେ କର୍ମଚାରୀ ମାନେ କାମ ପ୍ରତି ଆକର୍ଷିତ ହୁଅନ୍ତି , ପରସ୍ପରକୁ ବିଶ୍ୱାସ କରନ୍ତି ଏବଂ ସହଜରେ ସହଯୋଗ କରନ୍ତି । ପ୍ରତ୍ୟେକ କର୍ପୋରେଟ୍ ସେକ୍ଟର ରେ ଉତ୍ତମ ଟିମ୍ ବା ଦଳ ଥାଏ । ଯେଉଁଥିପାଇଁ ସେହି କମ୍ପାନୀ ର ଗ୍ରୋତ୍ ସହ କର୍ମଚାରୀ ମାନଙ୍କର କ୍ୟାରିୟର ରେ ମଧ୍ୟ ଗ୍ରୋତ୍ ହୋଇଥାଏ । ଏକ ଶକ୍ତିଶାଳୀ ଦଳ ନିର୍ମାଣ କରିବା ର ମାନେ ଦକ୍ଷତା ସଂମ୍ପର୍ଣ୍ଣ କର୍ମଚାରୀ ମାନଙ୍କୁ ଟିମ୍ ବା ଦଳରେ ସାମିଲ କରିବା ଏବଂ ସେହି କର୍ମଚାରୀଙ୍କୁ ନିଯୁକ୍ତି ଦେବା । ଥରେ କମ୍ପାନୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ , ସେମାନଙ୍କୁ କିପରି ଏକାଠି ଆଣିବା ଏବଂ ଏକ ଉତ୍ପାଦନକାରୀ ଦଳରେ ପରିବର୍ତ୍ତନ କରିବାର ପଦକ୍ଷେପ ଅନୁସନ୍ଧାନ କରିବା ହେଉଛି ଉପଯୁକ୍ତ ଟିମ୍ ସେଟିଂ ର ଲକ୍ଷଣ ।
ଟିମ୍ ସେଟିଂ ର ଲାଭ କଣ ?-
୧ ) ବିଶ୍ୱାସ ଗଠନ କରିବା –
ବିଶ୍ୱାସ ପ୍ରଭାବଶାଳୀ ଦଳର ଏକ ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଉପାଦାନ । କର୍ମଚାରୀ ମାନଙ୍କ ମଧ୍ୟରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ । ଆପଣ ଜୁନିୟର ବା ଆସିଷ୍ଟାଣ୍ଡ ପୋଷ୍ଟରେ ଥିଲେ ଆପଣଙ୍କ ପ୍ରତି ଆପଣଙ୍କ ସିନିୟର , ଟିମ୍ ଲିଡର ଏବଂ ଡିପାର୍ଟମେଣ୍ଟ ହେଡ୍ ଙ୍କ ର ବିଶ୍ୱାସ ରହିବା ଆବଶ୍ୟକ । ବିଶ୍ୱାସ ରହିଲେ ଆପଣ ବଡ ବଡ ଏବଂ କମ୍ପାନୀ ପାଇଁ ଗୁତୁତ୍ୱପୂର୍ଣ୍ଣ ଥିବା ପ୍ରୋଜେକ୍ଟ ପାଇ ପାରିବେ । ଯାହା ଫଳରେ ଆପଣଙ୍କ କ୍ୟାରିୟରେ ଗ୍ରୋତ୍ ହେବ ଏବଂ ତା ସହ ହେବ ପଦୋନ୍ନତି । ଶୀଘ୍ର ଦରମା ବଢିବା ର ସମ୍ଭାବନା ମଧ୍ୟ ଅଛି । ଦଳ ନିର୍ମାଣ ହେଉଛି କମ୍ପାନୀ ର ବିଭିନ୍ନ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା କର୍ମଚାରୀ ଙ୍କୁ ନେଇ ଟିମ୍ ସେଟିଂ କରିବା । ଯେତେବେଳେ ଏକ ସଂସ୍ଥା କର୍ମକ୍ଷେତ୍ରରେ ବିଶ୍ୱାସ ସୃଷ୍ଟି କରେ, ସେତେବେଳେ ସେହି ସଂସ୍ଥା ବା କମ୍ପାନୀ ର ଗ୍ରୋତ୍ ହୋଇଥାଏ । ଏହା ମାଧ୍ୟମରେ କର୍ମଚାରୀମାନେ ଶୀଘ୍ର ନିଜର ଶକ୍ତି ସାମର୍ଥ୍ୟ ଏବଂ ଦୁର୍ବଳତା ସ୍ଥିର କରିପାରନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ଦକ୍ଷତା ଥାଏ । ସେମାନେ ସେହି ଦକ୍ଷତା କୁ ବ୍ୟବହାର କରି କମ୍ପାନୀର କାର୍ଯ୍ୟ ବା ଟାର୍ଗେଟ୍ କୁ ଅତି ସହଜରେ ହାସଲ କରିଥାନ୍ତି । ସମଗ୍ର ଦଳ ର ଦୁର୍ବଳତା ଜାଣିବା ଦ୍ୱାରା ତାକୁ ଶକ୍ତି ସାମର୍ଥ୍ୟରେ ପରିଣତ କରାଯାଇ ପାରେ । ଯାହା ଫଳରେ କର୍ମଚାରୀ ମାନେ ଅଧିକ ଆତ୍ମବିଶ୍ୱାସୀ ହୁଅନ୍ତି ।
୨ ) ଉତ୍ତମ ଯୋଗାଯୋଗ –
ଯେତେବେଳେ କର୍ମଚାରୀମାନେ ଏକତ୍ର କାମ କରନ୍ତି, ସେମାନେ କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବା ଏବଂ ଉତ୍କୃଷ୍ଟ ଫଳାଫଳ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି । ଉପଯୁକ୍ତ ଯୋଗାଯୋଗ ସହିତ , କର୍ମଚାରୀମାନେ ସେମାନଙ୍କର ଭୂମିକା କୁ ଭଲଭାବରେ ବୁଝିପାରନ୍ତି ଏବଂ ସେମାନଙ୍କର ସହକର୍ମୀ କ’ଣ କରୁଛନ୍ତି ତାହା ମଧ୍ୟ ଜାଣିପାରନ୍ତି । ଅନ୍ୟମାନେ କିପରି ଭଲ ପ୍ରଦର୍ଶନ କରୁଛନ୍ତି, ତାହା ତାଙ୍କୁ ଉତ୍ସାହିତ କରେ ।
୩ ) କାର୍ଯ୍ୟଦକ୍ଷତାକୁ ଉନ୍ନତ କରେ ଟିମ୍ ସେଟିଂ –
ଟିମ୍ ବିଲଡିଂ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଗୁଡିକର ଗୁରୁତ୍ୱକୁ କର୍ମଚାରୀ ମାନଙ୍କ ସମ୍ମୁଖରେ ବଢେଥାଏ । ସେହି କାର୍ଯ୍ୟ ଗୁଡିକୁ ସହଜ ଉପାୟରେ କରିବା ପାଇଁ ସାହାଯ୍ୟ କରେ । ଯଦି ଜଣେ କର୍ମଚାରୀ କାମ ଟିକୁ କରିବା ପାଇଁ ଦ୍ୱନ୍ଦରେ ଥାନ୍ତି , ତେବେ ଅନ୍ୟ କର୍ମଚାରୀ ଟିମ୍ ମେମ୍ବର ବା ଦଳୀୟ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ ଟିକୁ ସମାପ୍ତ କରିବା ପାଇଁ ସାହାଯ୍ୟ କରିପାରିବେ ।
କିପରି କରିବେ ଟିମ୍ ସେଟିଂ –
ଟିମ୍ ବିଲଡିଂ ର ପୂର୍ବାବସ୍ଥା ହେଉଛି ଟିମ୍ ସେଟିଂ । ଆପଣ ଟିମ୍ ସେଟିଂ କଲେ ହିଁ ଗୋଟିଏ କାର୍ଯ୍ୟକ୍ଷମ ଟିମ ବା ଦଳ ନିର୍ମାଣ କରିପାରିବେ । ଟିମ୍ ବିଲଡିଂ ବା ଦଳ ନିର୍ମାଣ କରିସାରିଲା ପରେ ମଧ୍ୟ ଟିମ୍ କୁ ଉତ୍ତମ ରୂପରେ କାର୍ଯ୍ୟକ୍ଷମ କରେଇବା ପାଇଁ ଟିମ୍ ସେଟିଂ ର ଆବଶ୍ୟକତା ପଡିଥାଏ । ଟିମ୍ ସେଟିଂ ବାରମ୍ୱାର ବଦଳି ପାରେ ।
୧) ଯଦି ଆପଣ ଜଣେ ସିନିୟର ଏମ୍ପଲୟ କିମ୍ୱା ଟିମ୍ ଲିଡର –
ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କୁ ପ୍ରେସର ବା ଚାପ ପକାଇଲେ କେବେ ବି ଟାର୍ଗେଟ୍ ଫିଲଅପ୍ ହେବନାହିଁ । ଅଧିକ ଚାପ ପ୍ରୟୋଗ କଲେ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ କମ୍ ସମୟରେ ଅଧିକ କାମ କରିବା ପାଇଁ ଚାହିଁବେ । ଯାହା ଫଳରେ ଅନେକ ଭୁଲ୍ ହୋଇପାରେ । ଏହି ଭୁଲ ଗୁଡିକ ପାଇଁ କମ୍ପାନୀ ଅନେକ ପ୍ରକାର ର କ୍ଷତି ର ସମ୍ମୁଖୀନ ହୋଇପାରେ । ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କ ଚାକିରୀ ଯିବ ଏବଂ ତା ସହ ଆପଣଙ୍କ ଚାକିରୀ ମଧ୍ୟ ଯାଇପାରେ । ହୁଏତ ଆପଣ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କ ଉପରେ ଦୋଷ ଲଦି ଦେଇପାରନ୍ତି । କିନ୍ତୁ କମ୍ପାନୀର ମୁଖ୍ୟ ବା ମ୍ୟାନେଜିଂ ଡିରେକ୍ଟର ଏକଥା କୁ ସହଜରେ ଗ୍ରହଣ କରି ନପାରନ୍ତି । ତେଣୁ ସାବଧାନ ରୁହନ୍ତୁ । କମ୍ପାନୀରେ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କୁ ନେଇ ଗୋଟିଏ ଗୃପ ଗଠନ କରନ୍ତୁ । ନିଜର ଗୋଟିଏ ଟିମ୍ ନିର୍ମାଣ କରି ସେହି ଟିମ୍ ର ସର୍ବଦା ମାର୍ଗ ଦର୍ଶନ କରନ୍ତୁ । ଆପଣ ଯେମିତି ଟିମ୍ ସେଟିଂ କରିବେ ସେହିପରି ଆପଣଙ୍କ ଟିମ୍ ଟି ହେବ । ଟିମ୍ ରେ ଅଭିଜ୍ଞତା ଅପେକ୍ଷା ଦକ୍ଷତା କୁ ପ୍ରାଧାନ୍ୟ ଦେଇ କର୍ମଚାରୀ ମାନଙ୍କୁ ଟିମ୍ ରେ ସାମିଲ କରନ୍ତୁ । ଯେଉଁମାନେ କମ୍ପାନୀ ର କାମରେ ଅବହେଳା କରୁଛନ୍ତି କିମ୍ୱା ଠକୁ ଛନ୍ତି ତାଙ୍କୁ ନୋଟିସ୍ କରନ୍ତୁ । ଯଦି ପରବର୍ତ୍ତି ସମୟରେ ସେମାନେ ସେହିପରି ଆଚରଣ କରୁଛନ୍ତି ତେବେ ଏବିଷୟରେ କମ୍ପାନୀର ମୁଖ୍ୟ ବା ମ୍ୟାନେଜିଂ ଡିରେକ୍ଟର ଙ୍କୁ ଜଣାନ୍ତୁ । ଏପରି କଲେ ଆପଣ ନିର୍ମାଣ କରିଥିବା ଟିମ୍ ଆଗକୁ ବଢିବ ଏବଂ କମ୍ପାନୀ ର ଟାର୍ଗେଟ୍ ଅତି ସହଜରେ ଫିଲଅଫ୍ ବା ହାସଲ ହେବ । ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କ ସହ ଏକ ବନ୍ଧୁପରି ମିଶନ୍ତୁ । ଯାହା ଫଳରେ କାହାର କଣ ଦକ୍ଷତା , ଦୁର୍ବଳତା ଏବଂ କାମକୁ ନେଇ ଶକ୍ତି ସାମର୍ଥ୍ୟ ଅଛି ତାହା ସହଜରେ ଜାଣିପାରିବେ । ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ ମାନଙ୍କର ସୁବିଧା ଅସୁବିଧା ଜାଣିଲେ ଆପଣ ଜଣେ ଭଲ ଟିମ୍ ଲିଡର ହୋଇପାରିବେ । ଏହା ଆପଣଙ୍କୁ ପଦୋନ୍ନତି ଦେଇପାରେ ଏବଂ ଆପଣଙ୍କ ଦରମା ମଧ୍ୟ ବଢାଇପାରେ ।
୨) ଯଦି ଆପଣ ଜଣେ ଜୁନିୟର ଏମ୍ପଲୟ କିମ୍ୱା ଆସିଷ୍ଟାଣ୍ଡ ଏମ୍ପଲୟ –
ଅଭିଜ୍ଞତା ନଥିଲେ ଅଧିକାଂଶ ସମୟରେ ଆସିଷ୍ଟାଣ୍ଡ ଏମ୍ପଲୟ ଭାବରେ ଜଏନ୍ କରିବାକୁ ପଡିଥାଏ । ନୂଆଁ କମ୍ପାନୀ ହେଇଥିଲେ ଆପଣ ସମସ୍ତଙ୍କୁ ଜାଣିନଥିବେ । ତେବେ ଆପଣଙ୍କ ପ୍ରଥମ ପ୍ରାଥମିକତା ହେଉଛି ନିଜ ଟିମ୍ ଲିଡର ଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ । ନିଜ ଟିମ୍ ଲିଡର ଙ୍କ ଠାରୁ ସବୁବେଳେ ନିଜ କାମ ପଚାରି ବୁଝିନିୟନ୍ତୁ । ଆପଣ କେଉଁ ଟିମ୍ ରେ ଅଛନ୍ତି ଏବଂ ସେହି ଟିମ୍ ର ମେମ୍ୱର କିଏ କିଏ ଭଲ ଭାବରେ ଜାଣନ୍ତୁ । କେଉଁ ଟିମ୍ ମେମ୍ବରଙ୍କ କାମ କଣ କିମ୍ବା କେଉଁ ଟିମ୍ ମେମ୍ବରଙ୍କୁ କଣ କାମ ଆସାଇନ୍ କରାଯାଇଛି ତାହା ଭଲ ଭାବରେ ବୁଝନ୍ତୁ । ଆପଣ ନିଜ ଟିମ୍ ର ଟିମ୍ ସେଟିଂ ଯେତେ ଭଲ ଭାବରେ ବୁଛି ପାରିବେ ତାହା ସେତେ ଆପଣଙ୍କ ପାଇଁ ସେତେ ଭଲ । ଦରକାର ପଡିଲେ ପ୍ରୋଫେସନାଲ୍ ଓ୍ୱାର୍କ ପାଇଁ ଲଞ୍ଚ ବ୍ରେକ୍ ରେ ନିଜ ଟିମ୍ ର କିଛି କର୍ମଚାରୀ ମାନଙ୍କୁ ନେଇ ଟିମ୍ ସେଟିଂ କରନ୍ତୁ । ଏହା ଫଳରେ ଆପଣଙ୍କ ପ୍ରତ୍ୟେକଟି କାମରେ କିଛି ହେଲେବି ସାହାଯ୍ୟ ପାଇବେ । ଟିମ୍ ର ଟାର୍ଗେଟ୍ କୁ ଲଞ୍ଚ ବ୍ରେକ୍ ରେ ନିଜ ଟିମ୍ ସହ ଆଲୋଚନା କରନ୍ତୁ । ଏହା ଆପଣଙ୍କ ଟାର୍ଗେଟ୍ ହାସଲ କରିବା ଏବଂ ପଦୋନ୍ନତି କରିବାରେ ସହାୟକ ହେବ । ଯଦି ଆପଣଙ୍କୁ କୌଣସି କାରଣ ରୁ କାମ ପାଇଁ ଅଧିକ ଚାପ ପଡିଲା , ତେବେ ନିଜ ଟିମ୍ ର ମେମ୍ବର ମାନଙ୍କ ସହ ଆଲୋଚନା କରନ୍ତୁ । ଆବଶ୍ୟକ ଥିଲେ ନିଜ ଟିମ୍ ଲିଡର ଙ୍କ ସହ ଏକାନ୍ତରେ ଚର୍ଚ୍ଚା କରନ୍ତୁ । ଏପରି କଲେ ଟିମ୍ ଲିଡର ଏବଂ ମ୍ୟାନେଜିଂ ଡିରେକ୍ଟର ଙ୍କ ସମ୍ମୁଖରେ ଆପଣଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ । ଯାହା ଆପଣଙ୍କୁ ଦେଇପାରେ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ ।
ଅନ୍ୟ କର୍ମଚାରୀ ଙ୍କ ସହ ମିଳିମିଶି କାମ କରିବା ପାଇଁ ଚେଷ୍ଟା କରନ୍ତୁ । କର୍ମଚାରୀ ଙ୍କୁ ବ୍ୟକ୍ତିଗତ ବେପାରରେ ସାମିଲ କରନ୍ତୁ ନାହିଁ । ସମସ୍ତ କର୍ମଚାରୀ ସମାନ ନୁହଁନ୍ତି । କୌଣସି କର୍ମଚାରୀ କାମରେ ସହଯୋଗ ନକଲେ କମ୍ପାନୀ ର ଉପରିସ୍ଥ କର୍ମଚାରୀ କିମ୍ବା ମ୍ୟାନେଜିଂ ଡିରେକ୍ଟର ଙ୍କୁ ଜଣାନ୍ତୁ । ସର୍ବଦା ମନେ ରଖନ୍ତୁ ଆପଣ କେବଳ ଚାକିରୀ କରିବା ପାଇଁ ଯାଇଛନ୍ତି , ବନ୍ଧୁ ବାନ୍ଧିବା ପାଇଁ ନୁହଁ । ପ୍ରୋଫେସନାଲ୍ ହୁଅନ୍ତୁ , ପର୍ସନାଲ୍ ନୁହଁ ।
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।