ଗୁଗଲରେ କରିବାକୁ ଚାହୁଁଛନ୍ତି କି ଚାକିରୀ? ଜାଣନ୍ତୁ କେମିତି କରିବେ
ଯେତେବେଳେ ବଡ଼ ବଡ଼ କମ୍ପାନୀର ନା’ ଆସେ, ସେଠାରେ ଚାକିରୀ କରିବା ପାଇଁ ଯୁବପିଢ଼ିଙ୍କ ଭିତରେ ଉତ୍ସାହ ବି ଆସେ । କିନ୍ତୁ ବଡ଼ କମ୍ପାନୀରେ ଚାକିରୀ କରିବାକୁ କଣ କଣ ଆବଶ୍ୟକ ଥାଏ ସେ ବିଷୟରେ ପ୍ରାୟତଃ କାହାକୁ ଧାରଣା ନଥାଏ । ଯଦି ସେମିତି ଏକ କମ୍ପାନୀ ବିଷୟରେ କହିବା ତାହାଲେ ଗୁଗଲ ର ନା’ ଆସିବ । ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ କୁହାଯାଉଥିବା ଗୁଗଲରେ କଣ ଆପଣ ଓ ମୋ ଭଳି ଲୋକ ଚାକିରୀ କରିପାରିବେ? ତେବେ ହଁ ଏଥିରେ ଚାକିରୀର ସୁଯୋଗ ଅଛି ଓ ସଫଳତା ମଧ୍ୟ ଅଛି । ତେବେ ଏଠି ଆମେ କହି ରଖୁ କି ଗୁଗୁଲ ମଝିରେ ମଝିରେ ପୋଷ୍ଟ ବାହାର କରେ । ତେବେ ଆପଣ ବି ଯଦି ଗୁଗଲରେ କାମ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଟି ଆପଣଙ୍କ ପାଇଁ ।ଗୁଗଲ କଣ ?:
ଗୁଗଲ କମ୍ପାନୀକୁ Larry Page and Sergey Brin ସ୍ଥାପନ କରିଥିଲେ । ଏହି ୨ଜଣ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି ପଢ଼ୁଥିଲେ । ଗୁଗଲର ସ୍ଥାପନା ସେପ୍ଟେମ୍ବର ୪, ୧୯୯୮ରେ ହୋଇଥିଲା । ଏହା ଏକ Multinational Technology Company ଅଟେ । ଯାହାକି Internet Search, Cloud Computing and Advertising Systems ଉପରେ ଆଧାରିତ । ଗୁଗଲ ଇଣ୍ଟର୍ନେଟ୍ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସୁବିଧା ଦେଇଥାଏ । ଗୁଗଲ ଦୁନିଆରେ ନିଜର ୧୦ଲକ୍ଷ ରୁ ଅଧିକ ଡାଟା ସେଣ୍ଟର ଚଲାଏ ।ଶିକ୍ଷାଗତ ଯୋଗ୍ୟତା:
ଗୁଗଲରେ କାମ କରିବାକୁ ହେଲେ ଆପଣଙ୍କ ପୋଷ୍ଟ ଉପରେ ନିର୍ଭର କରେ କି ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା କଣ ରହିବା ଦରକାର ।
- ଗୁଗଲ ହେଉଛି ଏକ କମ୍ପାନୀ, ଏଠି କାମ କରିବାକୁ ହେଲେ ଆପଣ ଭଲ ଇଂରାଜୀ କହିବା ଦରକାର ।
- ଗୁଗଲରେ ଚାକିରୀ କରିବାକୁ ହେଲେ ଆପଣଙ୍କ ପାଖରେ ଭଲ କମ୍ପୁଟର ନଲେଜ ରହିବା ଜରୁରୀ ଅଟେ ।
- ଚାକିରୀ କରିବାକୁ ହେଲେ ଆପଣଙ୍କ Communication Skill ଭଲ ଥିବା ଦରକାର ।
ଗୁଗଲରେ ଚାକିରୀ କେମିତି ପାଇବେ?:
- ଗୁଗଲ ମଝିରେ ମଝିରେ ନିଜ କମ୍ପାନୀ ପାଇଁ Vacancies ବାହାର କରିଥାଏ । ଗୁଗଲରେ ଚାକିରୀ କରିବାକୁ ହେଲେ ଆପଣଙ୍କ ପାଖରେ ଏକ ଭଲ ରିଜ୍ୟୁମ ଥିବା ନିହାତି ଦରକାର ।
- ଗୁଗଲ ବହୁତ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ମାଧ୍ୟମରେ Vacancies ଦ୍ୱାରା ଚାକିରୀ ଦେଇଥାଏ ।
- https://careers.google.com/ ଏହି ଲିଙ୍କରେ ଚାକିରୀ ପାଇଁ ଆବେଦନ କରିପାରିବେ ।
ଗୁଗଲରେ ଚାକିରୀ କରିଲେ କେଉଁ କେଉଁ ସୁବିଧା ମିଳିବ?:
- ଗୁଗଲ ନିଜ କମ୍ପାନୀରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ଫ୍ରିରେ ଖାଇବାକୁ ଦିଏ ।
- କର୍ମଚାରୀ ମାନଙ୍କ ପାଇଁ ସବୁପ୍ରକାରର ମନୋରଞ୍ଜନର ସୁବିଧା ଥାଏ ।
- କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖି ବଗିଚା, ରିଲାକ୍ସ ହୋମ୍, ଏହା ସହ ଆରାମ କରିବା ପାଇଁ ବିଭିନ୍ନ ପ୍ରକାରର ସାଧନ ବ୍ୟବହାର ମଧ୍ୟ ରଖିଛି ।
- ନିଜ କମ୍ପାନୀକୁ ଗୁଗଲ ଏଭଳି ଡିଜାଇନ୍ କରିଛି କି କୌଣସି ବି କର୍ମଚାରୀଙ୍କୁ କିଛି ବି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ ।
- ଗୁଗଲ ନିଜ କର୍ମଚାରୀଙ୍କ ପାଇଁ ଫ୍ରି ଜିମ୍ ସହ ଫ୍ରି ମେଡିକାଲ ଷ୍ଟାଫ୍ ସୁବିଧା ମଧ୍ୟ ରଖିଛି।