Saturday 10th January 2026
ଡୋଗ୍ରା ରେଜିମେଣ୍ଟରେ ଚାକିରୀର ସୁଯୋଗ ! ଆଜି ହିଁ କରନ୍ତୁ ଆବେଦନ

ଡୋଗ୍ରା ରେଜିମେଣ୍ଟରେ ଚାକିରୀର ସୁଯୋଗ ! ଆଜି ହିଁ କରନ୍ତୁ ଆବେଦନ

ଚାକିରୀ କରିବା ପାଇଁ ସମସ୍ତେ ଚାହାନ୍ତି ସତ । କିନ୍ତୁ ଚାକିରୀ କରିବାର ଖବର ସମସ୍ତଙ୍କୁ ଜଣାପଡିନଥାଏ । ସବୁଜିନିଷରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିବାକୁ ପଡେ । ହେଲେ ଆବେଦନ କରିବା ପାଇଁ ବାହାରୁଥିବା ବିଜ୍ଞପ୍ତି ବିଷୟରେ ଅଧିକାଂଶ ଲୋକଙ୍କୁ ଜଣାନଥାଏ । ସେଥିପାଇଁ ଆମେ ଚେଷ୍ଟା କରୁଛୁ ଆପଣଙ୍କୁ ଚାକିରୀ ସମ୍ବନ୍ଧିତ ପ୍ରାୟତଃ ଅଧିକାଂଶ ଖବର ବିଷୟରେ ଜଣାଇବୁ । ଆଜିର ଚାକିରୀ ବାହାରିଛି- ଡୋଗ୍ରା ରେଜିମେଣ୍ଟରେ ପଦବୀ । ଏହି ଚାକିରୀ ପାଇଁ ଆପଣ କେବଳ ଦଶମ ପାଠ ପଢିଥିଲେ ବି ଆବେଦନ କରିପାରିବେ । ଏଥିପାଇଁ ଅଫ୍ ଲାଇନ ହିସାବରେ ଆପଣଙ୍କୁ ଅଅବେଦନ କରିବାକୁ ପଡିବ । ଏହାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଆଉ ଆପଣ ଯେଉଁ ଫର୍ମ ପକାଇବେ ତାହା ଅକ୍ଟୋବର ୧୦ ତାରିଖ ସୁୁଦ୍ଧା ଠିକଣା ଜାଗାରେ ପହଂଚିଯିବା ଆବଶ୍ୟକ ।

ତେଣୁକରି ଚାକିରୀ ଖୋଜୁଥିବା ଯୁବପିଢିଙ୍କ ପାଇଁ ଏହା ଏକ ଖୁସି ଖବର । ସବୁ ଆବେଦନ ସମୟରେ କିଛି ନିର୍ଦ୍ଧିଷ୍ଟ କଥା ଉପରେ ଧ୍ୟାନ ଦେବା ଉଚିତ୍ । ପ୍ରଥମତଃ ଫର୍ମକୁ ଭଲ ଭାବରେ ପଢିବାକୁ ଭୁଲିବେନି । ସେଥିରେ ଦିଆଯାଇଥିବା ସମସ୍ତ ବିବରଣୀକୁ ଦେଖି ଫର୍ମ ପୂରଣ କରନ୍ତୁ । ତେବେ ଏବେ ନଜର ପକାନ୍ତୁ କେଉଁ ଧରଣର ପଦବୀ ଡୋଗ୍ରା ରେଜିମେଣ୍ଟରେ ଫାଙ୍କା ରହିଛି ।


ଖାଲି ପଦବୀ ଗୁଡିକ ହେଲା-
ଏଲ୍‌.ଡି.ସି- ୧ ପୋଷ୍ଟ
ଡ୍ରାଫ୍ଟ ମ୍ୟାନ୍‌-୧ ପୋଷ୍ଟ
ଟେଲର୍‌- ୨ଟି ପୋଷ୍ଟ
ରୋଷେୟା-୯ଟି ପୋଷ୍ଟ
ବାରିକ-୨ଟି ପୋଷ୍ଟ
ମୋଟ ପୋଷ୍ଟ ସଂଖ୍ୟା- ୧୬ଟି


ଯେମିତିକି ଆମେ ଆରମ୍ଭରୁ କହିଥିଲୁ । ଏଥିରେ ଦଶମ ପାଶ୍ କରିଥିବା ବ୍ୟକ୍ତି ବି ଆବେଦନ କରିପାରିବେ । ଏହାଠୁ ଅଧିକ ପାଠ ପଢିଥିବା ବ୍ୟକ୍ତି ବି ଆବେଦନ କରିପାରିବେ । ଯଦି ସେମାନେ ଏହିସବୁ ପଦବୀରେ ଚାକିରୀ କରିବାକୁ ଚାହାନ୍ତି ତ । ତେବେ ଆଉ ଏକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିପାରେ ଯେ- ପରୀକ୍ଷାର ପ୍ରକ୍ରିୟା କେମିତି ରହିବ । ତେବେ ଆମେ କହିରଖୁଛୁ ଯେ ପରୀକ୍ଷାରେ ଥିବା ସମସ୍ତ ପ୍ରଶ୍ନ ମଲ୍‌ଟିପଲ୍ ଚଏସ୍ ଭଳି ହେବ । ଲିଖିତ ପରୀକ୍ଷା ଦୁଇ ଘଣ୍ଟା ହେବ । ୧/୪ ମାର୍କ ଅନୁସାରେ ଭୁଲ ଉତ୍ତର ପାଇଁ ମାଇନସ୍ ମାର୍କିଂ ମଧ୍ୟ ରହିବ । ଆହୁରୀ ଅଧିକ ଜାଣିବାକୁ ଚାହୁଁଥିଲେ -ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ ।

ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଏହାକୁ କମାଣ୍ଡାଣ୍ଟ୍‌, ଡୋଗ୍ରା ରେଜିମେଣ୍ଟାଲ୍ ସେଣ୍ଟର୍, ଅଯୋଧ୍ୟା କ୍ୟାଣ୍ଟ୍‌, ଅଯୋଧ୍ୟା (UP) -224001 କୁ ପଠାଇବାକୁ ପଡିବ। ପ୍ରାର୍ଥୀମାନଙ୍କୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସମ୍ପୂର୍ଣ୍ଣ ନିଯୁକ୍ତି ବିଜ୍ଞାପନ ଏବଂ ଆବେଦନ ସର୍ତ୍ତଗୁଡିକ ଭଲ ଭାବରେ ପଢିବାବାକୁ ପରାମର୍ଶ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ପ୍ରତ୍ୟକ୍ଷ ଲିଙ୍କ୍‌ ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତିକୁ ଦେଖିପାରିବେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )