ରିକୋଭରି ଏକ୍ସିକୁଟିଭ୍ ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାର କରିଛି ବିଜ୍ଞପ୍ତି ! ଭୂବନେଶ୍ୱରରେ ହେବ ପୋଷ୍ଟିଂ !
କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୂବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଭୂବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି । ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ । ଯୁକ୍ତ ତିନି ବା ସ୍ନାତକ ପଢିଥିଲେ ଆପଣ ଆବେଦନ କରିପାରିବେ । ଏଥିପାଇଁ ଯୁକ୍ତ ତିନି ପାସ୍ ସାର୍ଟଫିକେଟ୍ ର ଆବଶ୍ୟକତା ଅଛି ।
ଆପ୍ଲାଇ କରିବାର ଶେଷ ତାରିଖ – ୦୩/୧୦/୨୦୨୩
ପଦବୀ ର ନାମ – ରିକୋଭରି ଏକ୍ସିକୁଟିଭ୍
ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.kotak.com/en/home.html
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା –
ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର
ଅଭିଜ୍ଞତା –
୧ ରୁ ୩ ବର୍ଷ ଥିଲେ ଭଲ ।
ଯେକୌଣସି ବ୍ୟାଙ୍କରେ ଅଭିଜ୍ଞତା ଥିଲେ ଭଲ ।
ଯେପରିକି
୧) ଚୋଲା ଡିବିଏସ୍ – ସୁଭଲୋନ୍ସ
୨) ଶ୍ରୀରାମ ଫାଇନାନ୍ସ
୩) ଆଇସିଆଇସିଆଇ ବ୍ୟାଙ୍କ (ଗ୍ରୁପ୍ ସେଟ୍ ଅପ୍)
୪) ଇଣ୍ଡିଆ ବୁଲ୍ସ
୫) ଏଚଡିଏଫସି (ଗ୍ରୁପ୍ ସେଟ୍ ଅପ୍)
୬) ମାଗମା ସୁବିଧା
ଉପରୋକ୍ତ ବ୍ୟାଙ୍କ ଗୁଡିକରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଚାକିରୀ ର ସିପ୍ଟ – ମହିଳା
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ସଂଗ୍ରହ ପାଇଁ ଆଗ୍ରହ ବା କଲେକସନ୍ ।
୨) ଚ୍ୟାଲେଞ୍ଜ ଏବଂ ଦାୟିତ୍ୱ ନେବାକୁ ଇଚ୍ଛୁକ ହେବା ।
୩) ଗ୍ରାହକଙ୍କୁ କମ୍ପାନୀ ର ଚୁକ୍ତିନାମା ଅନୁଯାୟୀ ଦେୟ ଦେବାକୁ ମନାଇବା ର କ୍ଷମତା ରହିବା ଉଚିତ୍ ।
୪) ପ୍ରଡକ୍ଟିଭିଟି ଏବଂ ରେଭିନ୍ୟୁ ଜେନେରେସନ୍ ଉପରେ ଧ୍ୟାନ ଦେବାକୁ ପଡିବ ।
୫) ବ୍ୟକ୍ତିଗତ ଭାବରେ କିମ୍ବା ଏକ ଦଳ ଭାବରେ ନ୍ୟସ୍ତ ହୋଇଥିବା କ୍ଷେତ୍ର ବା ଆସାଇନ୍ କରାଯାଇଥିବା ସ୍ଥାନରେ ସଂଗ୍ରହକୁ ଉନ୍ନତ କରିବା ଉପରେ ଧ୍ୟାନ ଦେବା ।
୬) ବ୍ୟାଙ୍କ ର ପ୍ରକ୍ରିୟା ଏବଂ ପ୍ରଣାଳୀ ମାନିବା ।
୭) ଅଡିଟ୍ ଆବଶ୍ୟକତାକୁ ପାଳନ କରିବା ।
ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।