ପାକିସ୍ତାନୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ରଣବୀର
ବଲିଉଡ୍ ହେଉ କି ଓଲିଉଡ୍ କିମ୍ବା ଅନ୍ୟ କୌଣସି ଏଣ୍ଟଟେନମେଣ୍ଟ ଇଣ୍ଡଷ୍ଟ୍ରି, ସବୁବେଳେ ଅଭିନେତା ଅଭିନେତ୍ରୀ ମାନେ ଲାଇମ୍ ଲାଇଟ୍ରେ ରହିବାକୁ ପସନ୍ଦ କରନ୍ତି । କିଏ ନିଜ ଭଲ ଅଭିନୟ ଦେଖାଇ ପ୍ରଶଂସା ସାଉଣ୍ଟେ ତ ପୁଣି କିଏ ଖରାପ କାମ ପାଇଁ ନିନ୍ଦା ପାଏ । ସାଧାରଣତଃ ସବୁ ଦେଶର ସିନେମା ନିର୍ମାଣ ଶୈଳୀ ଭିନ୍ନ ଭିନ୍ନ ରହିଥାଏ । ଭାରତରେ ବଲିଉଡ୍ ସିନେମା ବିଭିନ୍ନ ଜୋନ୍ର କାହାଣୀକୁ ନେଇ ପ୍ରଦର୍ଶନ କରେ । ଏହି ସବୁ ମଧ୍ୟରେ ଆମେ ଦେଖିଛେ ବଲିଉଡ୍ରେ ପାକିସ୍ତାନ ଓ ଭାରତ ଦୁଇ ଦେଶର ଶତୃତାକୁ ନେଇ ଅନେକ ଫିଲ୍ମ ନିର୍ମାଣ ହେଉଛି । ଏମିତି ଅନେକ ଫିଲ୍ମରେ ଆମେ ଦେଖିଛୁ କି ପାକିସ୍ତାନରୁ ଅନେକ କଳାକାର ଆସି ବଲିଉଡରେ କାମ କରିଥାନ୍ତି । ମାତ୍ର ଭାରତୀୟ କଳାକାର ପାକିସ୍ତାନ ଯାଇ ତାଙ୍କ ସିନେମା ଇଣ୍ଡଷ୍ଟ୍ରିରେ କାମ କରିବା ବହୁତ କମ୍ ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଭାରତର ଜଣେ ଜଣାଶୁଣା ଅଭିନେତା ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ସେ କିଏ ଆସନ୍ତୁ ଜାଣିବା ।() ବଲିଉଡ ଷ୍ଟାର ରଣବୀର କପୁରଙ୍କର ଫିଲ୍ମ “ବ୍ରହ୍ମାସ୍ତ୍ର” ଏହି ବର୍ଷ ଥିଏଟର୍ସରେ ଖୁବ୍ ପ୍ରଶଂସା ସାଉଣ୍ଟି ପାରିଛି । “ବ୍ରହ୍ମାସ୍ତ୍ର” ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫ୍ଲପ୍ ଫିଲ୍ମକୁ ଟକ୍କର ଦେଇ ଏକ ବଡ଼ ଫିଲ୍ମ ଲୋକଙ୍କୁ ଭେଟି ଦେଇଛି । ରଣବୀର ଓ ଆଲିଆଙ୍କ ଅଭିନୀତ “ବ୍ରହ୍ମାସ୍ତ୍ର” ଏହି ବର୍ଷର ସବୁଠାରୁ ଅଧିକ ଇନ୍କମ୍ କରିଥିବା ବଲିଉଡ୍ ଫିଲ୍ମ ଅଟେ । ରଣବୀର କପୁର ନିକଟରେ ସାଉଦି ଆରବ ରେ ‘ରେଡ୍ ସି ଇଣ୍ଟର୍ନାସନାଲ ଫିଲ୍ମ ଫେଷ୍ଟିବଲ’ର ଅଂଶ ଥିଲେ । ଯେଉଁଥିରେ ତାଙ୍କୁ ବିଭିନ୍ନ ଆନ୍ତର୍ଜାତୀୟ ବେନଗାର୍ଡ ଅଭିନେତା ଆୱାର୍ଡ ମିଳିଥିଲା । ଯେଉଁଠି ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ କ୍ୟାରିୟର ଓ ଫିଲ୍ମ ବାଛିବାକୁ ନେଇ ଅନେକ ଗୁମର କଥା କହିଥିଲେ ।ଏହି କଥା ବାର୍ତ୍ତାରେ ଅଡିଏନ୍ସ ମାନଙ୍କ ମଧ୍ୟ ବସିଥିବା ଜଣେ ବ୍ୟକ୍ତି ଯିଏକି ପାକିସ୍ତାନୀ ଫିଲ୍ମମେକର ମଧ୍ୟ ଅଟନ୍ତି ସେ ରଣବୀରଙ୍କୁ ପଚାରିଥିଲେ କି ଯଦି କୌଣସି ପାକିସ୍ତାନୀ ପ୍ରଡକ୍ସନ ଫିଲ୍ମ ତିଆରି କରନ୍ତି ଯାହାକି ଆଉଦି ଆରବ ଭଳି କୌଣସି ଅଲଗା ଦେଶରେ ସେଟ୍ ହୋଇଥିବ ତେବେ ରଣବୀର ସେହି ଫିଲ୍ମରେ କାମ କରିବାକୁ ପସନ୍ଦ କରିବେ କି ନାହିଁ?ଏହି ପ୍ରଶ୍ନର ଉତ୍ତର ଦେଇ ରଣବୀର କହିଥିଲେ “ବିଲକୁଲ ସାର୍, ମତେ ଲାଗେ କି କଳାକାରଙ୍କ ପାଇଁ କୌଣସି ସୀମା ନଥାଏ, ଖାସକରି କଳା ପାଇଁ । ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରି କୁ “ଦ ଲେଜେଣ୍ଡ ଅଫ୍ ମୌଲା ଜଟ୍ଟ” ପାଇଁ ଅନେକ ଅଭିନନ୍ଦନ । ଏହା କିଛି ବର୍ଷ ମଧ୍ୟରେ ଆମେ ଦେଖିଥିବା ଫିଲ୍ମ ମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ହିଟ୍ ଫିଲ୍ମ ଅଟେ । ବିଲ୍କୁଲ୍ ମକୁଁ ଏହି ଫିଲ୍ମ କରିବାକୁ ଚାହିଁବି ଓ ପାକିସ୍ତାନୀ ଫିଲ୍ମ ରେ କାମ କରିବାକୁ ପସନ୍ଦ କରିବି” ।