Friday 26th April 2024
ପ୍ରକାଶ ପାଇଲା OTET ବିଜ୍ଞପ୍ତି, କେମିତି କରିବେ ଆବେଦନ?

ପ୍ରକାଶ ପାଇଲା OTET ବିଜ୍ଞପ୍ତି, କେମିତି କରିବେ ଆବେଦନ?

ଶିକ୍ଷକତା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ଼ ଖବର। ଖୁବ୍ ଶୀଘ୍ର ସେମାନେ ଓଡ଼ିଶାର ବିଭିନ୍ନ ସ୍କୁଲରେ ଶିକ୍ଷକତା କରିବାର ସୁଯୋଗ ପାଇପାରିବେ। ଯେମିତି କି ଆମେ ସମସ୍ତେ ଜାଣିଛୁ ସିଟି, ବିଇଡି ପାଠ ପଢ଼ିଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷକତା କରିପାରିବେ। ତେଣୁ କରି ବର୍ତ୍ତମାନ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ଦକ୍ଷ ଶିକ୍ଷକ ହେବା ପାଇଁ ଓଟିଇଟି ପରୀକ୍ଷା ଦେବାକୁ ପଡ଼ିବ। ଯଦି ଆପଣ ବି ଏଥିପାଇଁ ପ୍ରସ୍ତୁତି କରୁଛନ୍ତି ତାହାଲେ  ନିମ୍ନଲିଖିତ ତଥ୍ୟ ଗୁଡ଼ିକୁ ଭଲ ଭାବରେ ପଢ଼ିନିଅନ୍ତୁ।OTET Exam Date 2022 - Odisha TET Teacher Eligibility Test Date() ବିଜ୍ଞପ୍ତି ଦ୍ୱାରା ପ୍ରକାଶ ପାଇଛି OTET (odisha teacher eligibility test ) ଦ୍ୱିତୀୟ ପରୀକ୍ଷା ଆବେଦନ। ଆବେଦନ କରିବାର ସମୟ ସୀମା ଅକ୍ଟୋବର ୧୦ ତାରିଖ ସକାଳ ୧୦ଟା ରୁ ୧୯ ତାରିଖ ମଧ୍ୟରାତ୍ରୀ ମଧ୍ୟରେ ରହିଛି। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନେ www.bseodisha.ac.in ରେ ଆବେଦନ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷାର ପରିଚାଳନା କରୁଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ OTET ପାସ୍ କରିବା ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର। ନଭେମ୍ବର ଶେଷ ସପ୍ତାହରେ ପରୀକ୍ଷା ହେବାର ଆଶଙ୍କା ରହିଛି। ତେବେ ଆବେଦନ କେତେ ପିଲା କରୁଛନ୍ତି ତାହା ଦେଖି ବୋର୍ଡ କତ୍ତୃପକ୍ଷ ପରୀକ୍ଷା କେବେ ହେବ ତାର ତାରିଖ ସ୍ଥିର କରିବେ।Odisha BSE To Conduct OTET Exam On April 9, Check Details

CATEGORIES
TAGS
Share This

COMMENTS

Wordpress (0)
Disqus (0 )