Tuesday 4th February 2025
ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ: ସଜ୍ଜନ ଜିନ୍ଦଲ

ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ: ସଜ୍ଜନ ଜିନ୍ଦଲ

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗ ଦେଇ ବଡ଼ ଘୋ‌ଷଣା କରିଛନ୍ତି। ଏଥିରେ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ ଓ କରନ ଅଦାନୀ ପ୍ରମୁଖ ଯୋଗ ଦେଇଛନ୍ତି।

ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ: ସଜ୍ଜନ ଜିନ୍ଦଲ

ଓଡିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ। ରାଜଧାନୀରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ଷ୍ଟିଲ୍ ଏବଂ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ। ଏହା ପୂର୍ବରୁ ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନି। ସେଥିରୁ ୩୦ ହଜାର କୋଟିର ନିବେଶ ହୋଇ ସାରିଥିବା କହିଛନ୍ତି ସଜ୍ଜନ। ଏହି ଅବସରରେ ଜିନ୍ଦଲ ଷ୍ଟିଲ ନେସ ପାର୍କକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ ବୋଲି ଏହାର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି। ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ଏହି ପୁଞ୍ଜି ନିବେଶ ହେବ। ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କଂପାନି। ସେଥିରୁ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିସାରିଛି। ସେ ଆହୁରି କହିଛନ୍ତି, ବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର ଏମଏସଏମଇ ଗଢିଉଠିବ। ଏଠି ଏକ ସ୍ଥିର ସରକାର ଅଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି।

ସଜ୍ଜନ ଜିନ୍ଦଲ କହିଛନ୍ତି ଓଡିଶାର ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟବସ୍ଥା, ମନ୍ଦିରକୁ ନବୀକରଣ ତାଙ୍କୁ ବହୁତ ଆକର୍ଷିତ କରୁଛି।  ଓଡିଶା ସରକାର କ୍ରୀଡା କ୍ଷେତ୍ରରେ ଯେମିତି  ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି।  ଓଡ଼ିଶାରେ  ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ନେଇଥିଲା ଓଡିଶା।  ଓଡିଶା ହେଉଛି ଭାରତର ଆଧୁନିକ ମନ୍ଦିର। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶାରେ ତିଆରି କରୁଛୁ।  ଏନେଇ ସମସ୍ତଙ୍କର  ଆଶୀର୍ବାଦ ଦରକାର।ଓଡିଶା ହେଉଛି ତାଙ୍କ ପାଇଁ ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମ ଭୂମି। ୨୦ ବର୍ଷ ତଳେ ଓଡ଼ିଶାରେ ନିବେଶ କରିଥିଲୁ ବୋଲି ସଜ୍ଜନ ଜିନ୍ଦଲ କହିଛନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )