Monday 20th January 2025
ଏଚଡିଏଫସି ବ୍ୟାଙ୍କରେ କଷ୍ଟମର ଏକ୍ସପେରିଏନ୍ସ ଏକ୍ସିକ୍ୟୁଟିଭ୍ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଏଚଡିଏଫସି ବ୍ୟାଙ୍କରେ କଷ୍ଟମର ଏକ୍ସପେରିଏନ୍ସ ଏକ୍ସିକ୍ୟୁଟିଭ୍ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ ରହିଛି । ସମ୍ପତ୍ତି ବା ଆସେଟସ୍ ଦ୍ୱାରା ଏହା ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ବା ପ୍ରାଇଭେଟ୍ ବ୍ୟାଙ୍କ । ମାର୍କେଟ୍ କ୍ୟାପିଟାଲାଇଜେସନ୍ ରେ ଏପ୍ରିଲ୍ ୨୦୨୧ ଅନୁସାରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବିଶ୍ୱର ଦଶମ(୧୦) ବୃହତ୍ତମ ବ୍ୟାଙ୍କ । ଏଚଡିଏଫସି ବ୍ୟାଙ୍କ ହେଉଛି ଏକ ୟଙ୍ଗ ଏବଂ ଡାଇନାମିକ୍ ବ୍ୟାଙ୍କ, ଯେଉଁଥିରେ ଏକ ଯୁବ ଉତ୍ସାହୀ ଦଳ ବା ୟଙ୍ଗ ଟିମ୍ କାମ କରୁଛନ୍ତି । ଏହି ବ୍ୟାଙ୍କ ବିଶ୍ୱ ସ୍ତରୀୟ ଭାରତୀୟ ବ୍ୟାଙ୍କ ହେବାର ଦୃଷ୍ଟିକୋଣ ପୂରଣ କରିବାକୁ ସ୍ଥିର କରିଛି । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଓଡିଶା ର ବିଭିନ୍ନ ଜିଲ୍ଲାରେ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ କଷ୍ଟମର ଏକ୍ସପେରିଏନ୍ସ ଏକ୍ସିକ୍ୟୁଟିଭ୍ ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ବୌଦ୍ଧ ଜିଲ୍ଲା ପାଇଁ ବାହାରିଛି ଏହି ବିଜ୍ଞପ୍ତି ।

ପଦବୀ ର ନାମ – କଷ୍ଟମର  ଏକ୍ସପେରିଏନ୍ସ  ଏକ୍ସିକ୍ୟୁଟିଭ୍

 

ଚାକିରୀ କରିବାର ସ୍ଥାନ – ବୌଦ୍ଧ ଜିଲ୍ଲା 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.hdfcbank.com/

ଅଭିଜ୍ଞତା –

୧ ରୁ ୨ ବର୍ଷ ଥିଲେ ଭଲ । 

ଯେକୌଣସି ବ୍ୟାଙ୍କରେ ୧ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିଲେ ଅଗ୍ରାଧିକାର ପାଇବେ । 

 

ଏହି ଚାକିରୀରେ କେଉଁ ଦକ୍ଷତା ର ଆବଶ୍ୟକତା ରହିଛି ?

୧) ବ୍ୟାଙ୍କିଙ୍ଗ୍ ଉତ୍ପାଦ ଉପରେ ଜ୍ଞାନ ଥିବା ଆବଶ୍ୟକ ।

୨) ବ୍ୟାଙ୍କିଙ୍ଗ୍ ଉତ୍ପାଦ ଏବଂ ପ୍ରକ୍ରିୟା ବା ପ୍ରୋସେସ୍ ଜ୍ଞାନ ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ଓ୍ୱେଲକମ୍ କିଟ୍ , ଚେକବୁକ୍ , ଏଟିଏମ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ଏବଂ ତତ୍ତକାଲ୍ କିଟ୍ ଡେଲିଭରି ପରିଚାଳନା । 

୨) ଡିଏମଏସ୍ ରେ ଏସଏମଏସ୍ ବିଫଳ ରିପୋର୍ଟ ଅନୁଯାୟୀ ଗ୍ରାହକମାନଙ୍କୁ ଶାଖା ରୁ ସେମାନଙ୍କର ଡେଲିଭରି ସଂଗ୍ରହ କରିବା ପାଇଁ  ଯୋଗାଯୋଗ କରିବାକୁ ପଡିବ ।

୩) ଶାଖାରେ ଗ୍ରାହକ ମାନଙ୍କ ଡେଲିଭରି ପାଇଁ ଥିବା ଜିନିଷକୁ ପରିଚାଳନା କରିବାକୁ ପଡିବ ।

୪) ଗ୍ରାହକଙ୍କୁ ଜାରି ରଖିବାକୁ ପ୍ରବର୍ତ୍ତାଇବା ଏବଂ ଯଦି ଆବଶ୍ୟକ ହୁଏ ଏଫଡି ନବୀକରଣ କରିବା ପାଇଁ ପ୍ରବର୍ତ୍ତାଇବା କୁ ପଡିବ ।

୫) ଗ୍ରାହକଙ୍କ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ପାଇବା ଏବଂ ଟ୍ୟାଲି କାମ ସରିଲା ପରେ ରେଜିଷ୍ଟର କରିବା । ଏହାପରେ ଗ୍ରାହକଙ୍କ ସ୍ୱୀକୃତି ନେବା ଏବଂ ଡେଲିଭରି ପରିଚାଳନା କରିବା ।

୬) ସୁନିଶ୍ଚିତ କରିବେ ଯେ ଡେଲିଭରି ର କମ୍ ଷ୍ଟକ୍ ଶାଖାଗୁଡ଼ିକରେ ରଖାଯାଇଛି କି ନାହିଁ ।

୭) ଟେକ୍ସ ସେଭିଂ ଏଫଡି ରିସିପ୍ଟ ର ପ୍ରୋପର ମେଣ୍ଟେନାନ୍ସ ସହ କଷ୍ଟମର ମାନଙ୍କୁ ଡେଲିଭରି ଦେବାକୁ ପଡିବ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://hdfcbankcareers.hirealchemy.com/#/description/bd403ef3-2036-4974-ad73-41d6a96e07bd

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )