Saturday 22nd February 2025
ଡିସେମ୍ବର ପହିଲାରୁ ରିଟେଲ ଇ-ରୁପି ସେବା,ଜାଣନ୍ତୁ କଣ ମିଳିବ ଫାଇଦା?

ଡିସେମ୍ବର ପହିଲାରୁ ରିଟେଲ ଇ-ରୁପି ସେବା,ଜାଣନ୍ତୁ କଣ ମିଳିବ ଫାଇଦା?

ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସୀ ସେବା ଆରମ୍ଭ କରାଯିବ । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ତେବେ ଏହି ଇ-ଟଙ୍କା ପ୍ରଚଳନ ଆରମ୍ଭ ହେବା ପରେ ଗୁଗୁଲ-ପେ ଓ ପେଟିଏମ୍ ଭଳି ଡିଲିଟାଲ ପେମେଣ୍ଟ ସିଷ୍ଟମ୍ ଉପରେ କେଉଁ ପ୍ରଭାବ ପଡିବ? ଏବଂ ଇ-ଟଙ୍କା କାରବାର ଆରମ୍ଭ ହେବା ପରେ ଲୋକଙ୍କୁ ଏଥିରୁ କଣ ଫାଇଦା ମିଳିବ ଆସନ୍ତୁ ଜାଣିବା ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଇ-ଟଙ୍କା ମୋବାଇଲ୍ ୱାଲେଟ୍ ପେଟିଏମ୍ ଏବଂ ଗୁଗୁଲ ପେ ଭଳି ନୁହେଁ । ଡିଜିଟାଲ୍ ଟଙ୍କା ବା ଇ-ଟଙ୍କା ପେମେଣ୍ଟ ସିଷ୍ଟମର ଅକ ନୂଆ ତରିକା । ଏଥିପାଇଁ ଲୋକଙ୍କୁ ବ୍ୟାଙ୍କରୁ ଗୋଟିଏ ଥର ଡିଜିଟାଲ୍ ବା ଇ-ଟଙ୍କାକୁ କିଣିବାକୁ ପଡିବ । ବ୍ଲକଚେନ ଟେକ୍ନୋଲୋଜି ଆଧାରିତ ଇ-ରୁପି ଡିଜିଟାଲ ପେମେଣ୍ଟର ବ୍ୟବହାର ଅନ୍ୟ ଆପ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସ୍ମାର୍ଟ ଫୋନ ଏବଂ ଫିଚର ଫୋନରେ ଇ-ରୁପିକୁ ବ୍ୟବହାର କରିହେବ। ଯେଉଁ ହିତାଧିକାରୀମାନେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ପାଖକୁ କ୍ୟୁଆର କୋର୍ଡ ଭାବେ ଇ-ରୁପି ଭାଉଚର ପଠାଯିବ ଏବଂ ଯେଉଁମାନେ ଫିଚର ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ନିକଟକୁ ଏସଏମଏସ୍ ଜରିଆରେ ଏହି ଭାଉଚର ପଠାଯିବ। ଏହା ପରେ ୱାଲେଟରୁ ୱାଲେଟକୁ ନେଣ ଦେଣ କରିପାରିବେ ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ତିଆରି କରିଥିବା ଏହି ଇ-ରୁପି ସମ୍ପୂର୍ଣ୍ଣ କ୍ୟାସ୍ଲେସ ଓ କଣ୍ଟାକ୍ଟଲେସ୍‌ ବ୍ୟବସ୍ଥା। ଏହାକୁ ବ୍ୟବହାର କରିବା ପାଇଁ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ କିମ୍ବା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗର ଆବଶ୍ୟକ ପଡ଼ିନଥାଏ। ଏହା ଏମିତି ଏକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା, ଯାହାକୁ ବ୍ୟବହାର କରିବା ପାଇଁ ଇଣ୍ଟରନେଟର କୌଣସି ଆବଶ୍ୟକତା ନାହିଁ। ଏବେ ଆସନ୍ତୁ ଜାଣିବା ଏଥିରୁ କଣ ଫାଇଦା ମିଳିବ ।

ଡିଜିଟାଲ୍ ଅର୍ଥନିତିକୁ ମଜଭୁତ୍ କରିବ । ଲୋକଙ୍କୁ ଆଉ ପକେଟରେ ଟଙ୍କା ଧରି ଯାତ୍ରା କରିବାକୁ ପଡିବ ନାହିଁ । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ସୁବିଧାଜନକ ହେବ । କିଛି ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇ ପାରିବ ଏବଂ ନଗଦ ଟଙ୍କାରେ ବି ପରିଣତ କରାଯାଇ ପାରିବ । ତେବେ ଏହି ଡିଜିଟାଲ ରୂପି ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସୀ ଲଂଚ କରାଯିବ ବୋଲି ସୂଚନା ରହିଛି । ଇଲୋକ୍ଟ୍ରୋନିକ୍ସ ମାଧ୍ୟମରେ ଇ-ଟଙ୍କାର ବ୍ୟବହାର କରାଯିବ । ଇ-ଟଙ୍କା ପ୍ରଚଳନ ନେଇ ଗତ ମାସରେ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )