ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ମିଳିଲା ଅନୁମତି ବଢ଼ିବ ନିଯୁକ୍ତିର ସୁଯୋଗ
ଓଡ଼ିଶାରେ ରୋଜଗାର ପାଇଁ ସୁବିଧା ସୁଯୋଗ ନଥାଏ ବୋଲି ଅନେକ ସମୟରେ ଅଭିଯୋଗ ହୁଏ । ସାଧାରଣ ଲୋକ ନିଜ ପେଟପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି । ତେବେ ଓଡ଼ିଶାରେ କଣ ସତରେ ରୋଜଗାର କରିବାର ଉପାୟ ନାହିଁ, ନା ପ୍ରକୃତରେ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଆଜିର ସମୟରେ ଚାକିରି କରିବା ଏକ ବଡ଼ ସମସ୍ୟା କିନ୍ତୁ ତଥାପି ଆମ ରାଜ୍ୟ ଓଡ଼ିଶାରେ ସରକାର ଏହି ସମସ୍ୟା ର ଦୂରିକରଣ ପାଇଁ ବାହାର ରାଜ୍ୟ ସହିତ ବିଚାର ବିମର୍ଶ କରୁଛନ୍ତି । ଯାହାଫଳରେ ବିଦେଶୀ କମ୍ପାନୀ ଓ ଅନ୍ୟାନ୍ୟ ରାଜ୍ୟର ବଡ଼ ବଡ଼ ପ୍ରକଳ୍ପର କାମ ଆମ ରାଜ୍ୟକୁ ଆସୁଛି । ଏହା ଦ୍ୱାରା ଆମ ରାଜ୍ୟରେ ବି ଲୋକ ମାନେ ରୋଜଗାରକ୍ଷମ ହେଉଛନ୍ତି । ବର୍ତ୍ତମାନ ନୀତିଗତ ହିସାବରେ ପୁଣି ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ତାହାଲେ ଚାଲନ୍ତୁ ନଜର ପକାଇବା କେଉଁ କେଉଁ ସେକ୍ଟରରେ ଆଗକୁ ବାହାରିବ ନିଯୁକ୍ତିର ସୁଯୋଗ ।() ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୫୧୭୦ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୃଷ୍ଟି ହେବା ସହ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଲୋକସଭା ଭବନରୁ ଭିଡିଓ କନ୍ଫ୍ରେନ୍ସିଂରେ ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡ଼ିକର ବୈଷୟିକ ଓ ଆର୍ଥିକ ଦକ୍ଷତା ବିଷୟରେ କହିଥିଲେ ।
ଏହି ସେକ୍ଟର ଗୁଡ଼ିକରେ ମିଳିବ ନିଯୁକ୍ତି:
ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ଆଲୁମିନିୟମ ଓ ଷ୍ଟିଲ୍ ଡାଉନଷ୍ଟ୍ରିମ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ତୈଳ ଓ ଗ୍ୟାସ, ଅଣପାରମ୍ପରିକ ଶକ୍ତି, କୃଷି ଉତ୍ପାଦନ ଓ ଖାଦ୍ୟ ପ୍ରକ୍ରିୟାକରଣ, ବୈଦୁତିକ ପଦାର୍ଥ ଉତ୍ପାଦନ, ପର୍ଯ୍ୟଟନ, ବୈଷୟିକ ବୟନ, ଭିତିଭୂମି, ରସାୟନ ଓ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ ।ଏହି ସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ମଧ୍ୟ ସହାୟକ ହେବ । ପ୍ରକଳ୍ପ ଗୁଡ଼ିକୁ ନୀତିଗତ ଅନୁବୋଦନ ଦେଇ ସେଗୁଡ଼ିକର ସମୟାନୁବନ୍ଧିତ କ୍ଷେତ୍ରାନ୍ୱୟର ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ ।