କରନ୍ତୁ ଏହି ଚାକିରୀ ପାଆନ୍ତୁ ଭଲ ଦରମା
() ସାଧାରଣତଃ ପିଲା ମାନେ ଦଶମ ପରେ କିମ୍ବା ଦ୍ୱାଦଶ ପରେ କେଉଁ subjectରେ career ଗଢ଼ିବେ ଚିନ୍ତାରେ ପଢ଼ିଯାନ୍ତି । ଆଜି ଆମେ ଆପଣଙ୍କର ସେହି ଚିନ୍ତାକୁ ଟିକେ ହାଲକା କରିବା ପାଇଁ ଗୋଟିଏ ଏମିତି subject ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଏକ ଭଲ career ଗଢ଼ିପାରିବେ । ତାହା ହେଉଛି ହୋଟେଲ ମ୍ୟାନେଜମେଣ୍ଟ । ଆସନ୍ତୁ ଏହି କୋର୍ସ ସମ୍ବନ୍ଧରେ ବିସ୍ତୃତ ଭାବରେ ଜାଣିବା ।
ଆପଣ ୩ ପ୍ରକାରର ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିପାରିବେ:
୧-ଡିପ୍ଲମା ଇନ୍ ହୋଟେଲ ମ୍ୟାନେଜମେଣ୍ଟ
୨-ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ
୩-ପୋଷ୍ଟ ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ
ଡିପ୍ଲମା ଇନ୍ ହୋଟେଲ ମ୍ୟାନେଜମେଣ୍ଟ:
ପ୍ରଥମେ ଆପଣଙ୍କୁ ୧୦, କିମ୍ବା +୨ରେ ଆପଣଙ୍କୁ ୫୦% ରୁ ଅଧିକ ମାର୍କ ଆଣିବାର ଅଛି । ଯାହାଦ୍ୱାରା ଆପଣ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପାଇଁ ଉପଯୁକ୍ତ ହେବେ । ଏହା ବ୍ୟତିତ ଏହି କୋର୍ସ ପାଇଁ ଆପଣଙ୍କୁ ଗୋଟିଏ entrance ପାସ କରିବାକୁ ପଡ଼ିବ ଯାହା ହେଉଛି AIMA, UGAT, AIHMCT, WAT,BVP, CET.DTE HMCT ଭଳି କୌଣସି ଗୋଟିଏ entrance ରେ ପାସ ହେବାକୁ ପଡ଼ିବ । ଏହି କୋର୍ସ ୧ବର୍ଷର ହୋଇଥାଏ ।
ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ:
ଏହି କୋର୍ସ ଆପଣ +୨ ପରେ ମଧ୍ୟ କରି ପାରିବେ, କିନ୍ତୁ +୨ରେ ଆପଣଙ୍କୁ ୫୦% ରୁ ଅଧିକ ମାର୍କ ଆଣିବାର ଅଛି । ଏହା ବ୍ୟତିତ ଏହି କୋର୍ସ ପାଇଁ ଆପଣଙ୍କୁ ଗୋଟିଏ entrance ପାସ କରିବାକୁ ପଡ଼ିବ ଯାହା ହେଉଛି AIMA, UGAT, PVT, CET ଭଳି କୌଣସି ଗୋଟିଏ entrance ରେ ପାସ ହେବାକୁ ପଡ଼ିବ । ଆପଣ ଯଦି ଡିପ୍ଲମାରେ ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି ତେବେ ଆପଣଙ୍କୁ ଏହି କୋର୍ସ ଦ୍ୱାରା ପାଠ ପଢ଼ି ବଢ଼ିବାର ଅଛି । ଏହି କୋର୍ସ ୩ବର୍ଷର ହୋଇଥାଏ ।
ପୋଷ୍ଟ ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ:
ଏହି କୋର୍ସ କରିବା ପାଇଁ ଆପଣଙ୍କୁ ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ ପାସ୍ କରିବାକୁ ପଡ଼ିବ । ଏହା ବ୍ୟତିତ ଏହି କୋର୍ସ ପାଇଁ ଆପଣଙ୍କୁ ଗୋଟିଏ entrance ପାସ କରିବାକୁ ପଡ଼ିବ ଯାହା ହେଉଛି UPSE MAT, XAT, NMAT, GMAT, MAT ଭଳି କୌଣସି ଗୋଟିଏ entrance ରେ ପାସ ହେବାକୁ ପଡ଼ିବ । ଏହି କୋର୍ସ ୨ବର୍ଷର ହୋଇଥାଏ ।
ହୋଟେଲ ମ୍ୟାନେଜମେଣ୍ଟ ପାଇଁ କୋର୍ସ ଫିସ:
ଏହି କୋର୍ସ ଯଦି ଆପଣ କୌଣସି ପ୍ରାଇଭେଟ କଲେଜରେ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ୫୦ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । କିନ୍ତୁ ଆପଣ ଯଦି କୌଣସି ସରକାରୀ କଲେଜରେ ଏହି କୋର୍ସ କରୁଛନ୍ତି, ତେବେ ଆପଣଙ୍କୁ ପ୍ରାୟେ ୪୦ ରୁ ୬୦ ହଜାର ଟଙ୍କା ଏହି କୋର୍ସ ପାଇଁ ଫିସ ଦେବାକୁ ପଡ଼ିବ ।
କେତେଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ଦରମା:
ଡିପ୍ଲମା ଇନ୍ ହୋଟେଲ ମ୍ୟାନେଜମେଣ୍ଟ ପରେ ଯଦି ଚାକିରୀ କରୁଛନ୍ତି ତେବେ ଆପଣ ୧୦ ହଜାର ଟଙ୍କା ପାଖାପାଖି ଦରମା ପାଇ ପାରିବେ । ସେହିପରି ଅଣ୍ଡର ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟ ପରେ ଯଦି ଚାକିରୀ କରୁଛନ୍ତି ତେବେ ଆପଣ ୨୫ହଜାର ଟଙ୍କା ପାଖାପାଖି ଦରମା ପାଇପାରିବେ । ପୋଷ୍ଟ ଗ୍ରାଜୁଏଟ ଇନ୍ ହୋଟେଲ ମ୍ୟାନେଜମେଣ୍ଟପରେ ଯଦି ଚାକିରୀ କରୁଛନ୍ତି ତେବେ ଆପଣ ୬୦ହଜାର ପାଖାପାଖି ଦରମା ପାଇ ପାରିବେ ।