ରାଉରକେଲା ଏବଂ ଭୁବନେଶ୍ୱର ପାଇଁ ନିଯୁକ୍ତି ବାହାର କରିଛି ହୋଟେଲ୍ ମେଫେୟାର ! ସେଲସ୍ ଡିପାର୍ଟମେଣ୍ଟ୍ ରେ ବାହାରିଛି ବିଜ୍ଞପ୍ତି !
ନାମିଦାମି ହୋଟେଲ୍ ମେଫେୟାରରେ ବାହାରିଛି ଏହି ନିଯୁକ୍ତି । ମେଫେୟାର ରାଉରକେଲା ସହରର ମଧ୍ୟଭାଗରେ ଏକ ଆରାମଦାୟକ ହୋଟେଲ୍ ଏବଂ ରାଉରକେଲା ର ସର୍ବୋତ୍ତମ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରୁ ଏହା ଅନ୍ୟତମ । ରାଉରକେଲା ଏବଂ ଭୂୂବନେଶ୍ୱରରେ ଏହି ବ୍ୟବସାୟ ହୋଟେଲ ବା ବିଜନେସ୍ କ୍ଲାସ୍ ହୋଟେଲ୍ ହେଉଛି ପ୍ରଥମ ହୋଟେଲ ଯାହା ମେଫେୟାର ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେଲସ୍ ଏବଂ ମାର୍କେଟିଂରେ ଚାକିରୀ କରିବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥି ମାନଙ୍କ ପାଇଁ ଆସିଛି ଖୁସି ଖବର । ଫାଇଭ୍ ଷ୍ଟାର ହୋଟେଲ୍ ମେଫେୟାର ବାହାରକରିଛି ବିଜ୍ଞପ୍ତି । ଏହା ବ୍ୟବସାୟ ମିଟିଂ ପାଇଁ ହେଉ କିମ୍ବା ଆନନ୍ଦ ପାଇଁ, ସବୁଥିରେ ମେଫେୟାର ରାଉରକେଲା ଏବଂ ମେଫେୟାର ଭୂବନେଶ୍ୱର ହୋଟେଲ୍ ଭଲ ସ୍ଥାନ । ଉଭୟ ପାରିବାରିକ ଛୁଟି ଏବଂ କର୍ପୋରେଟ୍ ଭ୍ରମଣ ପାଇଁ ମଧ୍ୟ ଉପଯୁକ୍ତ । ଯେହେତୁ ଏହା ଗୋଟିଏ ବଡ ହୋଟେଲ୍ , ଏଥିରେ ଅନେକ ଗୁଡିଏ କର୍ମଚାରୀ କାମ କରନ୍ତି । ହୋଟେଲ୍ ମେଫେୟାର ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ମେଫେୟାର ହୋଟେଲ୍ ଗ୍ରୁପ ର ଅନେକ ଗୁଡିଏ ବ୍ରାଞ୍ଚ୍ ରହିଛି । ତେଣୁ ହୋଟେଲ୍ ମେଫେୟାର ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରେ ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ – ସେଲସ୍ କୋର୍ଡିନେଟର
ଏହି ଲିଙ୍କ୍ ରେ କ୍ଲିକ୍ କଲେ ମେଫେୟାର ଗ୍ରୁପ୍ ଅଫ୍ ହୋଟେଲ୍ ବିଷୟରେ ଅଧିକ ଜାଣିପାରିବେ –
https://www.mayfairhotels.com/
ଚାକିରୀ କରିବାର ସ୍ଥାନ –
୧) ହୋଟେଲ୍ ମେଫେୟାର ରାଉରକେଲା
୨) ହୋଟେଲ୍ ମେଫେୟାର ଭୁବନେଶ୍ୱର
ଅଭିଜ୍ଞତା –
୪ ବର୍ଷର ଅଭିଜ୍ଞତା ଥିଲେ ଭଲ ।
ଅଧିକ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଶିକ୍ଷାଗତ ଯୋଗ୍ୟତା –
୧) ଏମବିଏ ବା ମାଷ୍ଟର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ୍ ।
୨) ଡିଜିଟାଲ୍ ମାର୍କେଟିଂ କୋର୍ସ କରିଥିଲେ ଅଗ୍ରାଧିକାର ପାଇବେ ।
୩) ଏମବିଏ ସହ ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଅଗ୍ରାଧିକାର ପାଇବେ ।
ଆବଶ୍ୟକ ଥିବା ଦକ୍ଷତା –
୧) ସେଲସ୍ ଟିମ୍ , ପ୍ରଶାସନିକ ଗ୍ରାହକ ସେବା ଏବଂ ସେଲସ୍ ଲିଡ୍ ଡେଭେଲପମେଣ୍ଟ୍ ଦୃଷ୍ଟିକୋଣରୁ ସେଲସ୍ ଟିମ୍ କୁ ସଂପୂର୍ଣ୍ଣ ସମର୍ଥନ କରିବେ । ଭବିଷ୍ୟତର ବିକାଶ ଏବଂ ପୁନରାବୃତ୍ତି ବ୍ୟବସାୟ ପାଇଁ ଚେଷ୍ଟା କରିବେ ।
୨) ନୂତନ ସମ୍ପର୍କ ବା ନିୟୁ କଣ୍ଟାକ୍ଟ ଗୁଡିକ ଚିହ୍ନଟ କରିବାକୁ ପଡିବ । ସେଲସ୍ ଲିଡ୍ ର ଡେଭେଲପମେଣ୍ଟ୍ ଏବଂ ସେଲସ୍ କୁ ପ୍ରତିକ୍ରିୟା ବା ରେସପନସ୍ ଦେବାକୁ ପଡିବ । ରେଭିନ୍ୟୁ ବୃଦ୍ଧି କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡିବ ।
୩) କମ୍ପାନୀ ର ଟେଲିଫୋନ୍, ଫ୍ୟାକ୍ସ ଏବଂ ଇମେଲ୍ ପରିଚାଳନା କରିବା କୁ ପଡିବ ।
୪) ଡାଟା , ମେଲ ଏବଂ ସବୁ ମେଲ୍ ର ଉତ୍ତର ଦେବାକୁ ପଡିବ । ସେଗୁଡିକୁ ଫାଇଲ୍ କରିବାରେ ସେଲସ୍ ହେଡକୁ ସାହାଯ୍ୟ କରିବାକୁ ପଡିବ । ରିଲିଭେଣ୍ଟ ସେଲସ୍ ଫାଇଲଗୁଡ଼ିକୁ ଅପଡେଟ୍ କରାଯାଇଛି ବୋଲି ନିଶ୍ଚିତ କରିବାକୁ ପଡିବ ।
୫) ହୋଟେଲର ସୁବିଧା, ପ୍ୟାକେଜ୍ ଏବଂ ପ୍ରୋମୋସନ୍ କୁ ସମ୍ପୂର୍ଣ୍ଣ ରୂପେ ବୁଝିବାକୁ ପଡିବ ।
୬) ଟେଲିସେଲ୍ ପରିଚାଳନା , ଯେପରିକି ଫୋନ୍ କିମ୍ବା ଇମେଲ ମାଧ୍ୟମରେ ଏକ ହୋଟେଲର ଇଭେଣ୍ଟ ଏବଂ ସେବା ବିକଳ୍ପ ବିଷୟରେ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
୭) ସମସ୍ତ ଗ୍ରାହକଙ୍କୁ କୋଟେସନ୍ ଏବଂ ଲିଖିତ ନିଶ୍ଚିତକରଣ ପ୍ରଦାନ କରିବାକୁ ପଡିବ । ସେଲସ୍ ଟିମ୍ କୁ ଦୈନିକ ଅନୁସରଣ କରିବାକୁ ପଡିବ ।
୮) ସିଆରଏସ ଗୁଡିକ ଦ୍ୱାରା ସମ୍ପୃକ୍ତ ୟୁନିଟ୍ ଗୁଡିକର ସଂରକ୍ଷଣ କରିବାକୁ ପଡିବ ।
୯) ହୋଟେଲ ସୋ ରାଉଣ୍ଡର ବ୍ୟବସ୍ଥା ଏବଂ ପରିଚାଳନା କରିବାକୁ ପଡିବ ।
ଅଧିକ ଜାଣିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://www.mayfairhotels.com/job-details/JD-Sales-Coordinator.pdf
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.mayfairhotels.com/career.php
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।