Friday 19th April 2024
କେନ୍ଦ୍ରୀୟ ରେଳବାଇରେ ବାହାରିଲା ୪୦୦୦ରୁ ଅଧିକ ପଦବୀ, ଆଜି ହିଁ କରନ୍ତୁ ଆବେଦନ

କେନ୍ଦ୍ରୀୟ ରେଳବାଇରେ ବାହାରିଲା ୪୦୦୦ରୁ ଅଧିକ ପଦବୀ, ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରୀ ଟିଏ କରିବାକୁ ପ୍ରାୟେ ସମସ୍ତେ ଚାହାଁନ୍ତି । ସେ ବି ପୁଣି କେନ୍ଦ୍ରୀୟ ସରକାରୀ ଚାକିରୀ କଥା ହୋଇଥିଲେ, କିଛି ପିଲାଙ୍କ ପାଇଁ ସ୍ୱପ୍ନ ହୋଇଥାଏ । ହେଲେ ଏବେ ଆପଣ ଆପଣଙ୍କ ସ୍ୱପ୍ନକୁ ସତ କରିପାରିବେ । ଦଶମ ପାସ୍ କରି ITI କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଏବେ କେନ୍ଦ୍ରୀୟ ରେଳବାଇରେ ଚାକିରୀ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ଏହି ନିଯୁକ୍ତି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (South Central Railway) ରେ ବାହାରିଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆଶାୟୀପ୍ରାର୍ଥୀ ମାନେ ଆବେଦନ କରିବା ପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ https://scr.indianrailways.gov.in/ କୁ ଯାଇ ଫର୍ମ ପୂରଣ କରିପାରିବେ।Hyderabad: SCR bags 5 All India Performance Efficiency Shields

ଖାଲି ଥିବା ପୋଷ୍ଟ ସଂଖ୍ୟା:

୪୧୦୩ ପୋଷ୍ଟ

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ତାରିଖ ୩୦ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇଛି ।
• ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଶେଷ ତାରିଖ ୨୯ ଜାନୁୟାରୀ ୨୦୨୩ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିଛି ।

ଖାଲି ଥିବା ପଦବୀ:

• ଫିଟର୍‌-୧୪୬୦ଟି ପୋଷ୍ଟ
• ଇଲେକ୍ଟ୍ରିସିଆନ୍‌-୧୦୧୯ଟି ପୋଷ୍ଟ
• ୱେଲ୍ଡର-୫୫୩ଟି ପୋଷ୍ଟ
• ଡିଜେଲ୍ ମେକାନିକ୍‌-୫୩୧ଟି ପୋଷ୍ଟ
• ଏସି ମେକାନିକ୍‌-୨୫୦ଟି ପୋଷ୍ଟ
• ଇଲେକ୍ଟ୍ରୋନିକ୍ ମେକାନିକ୍‌-୯୨ଟି ପୋଷ୍ଟ
• ପେଣ୍ଟର୍‌-୮୦ଟି ପୋଷ୍ଟ
• ମେସିନିଷ୍ଟ-୭୧ଟି ପୋଷ୍ଟ
• ମିଲ୍ ରାଇଟ୍ ମେଣ୍ଟେନାନ୍ସ (MMW)-୨୪ଟି ପୋଷ୍ଟ
• କାରପେଣ୍ଟର୍‌-୧୮ଟି ପୋଷ୍ଟ
• ମେକାନିକ୍ ମେସିନ୍ ଟୁଲ୍ ମେଣ୍ଟେନାନ୍ସ (MMTW)-୫ଟି ପ୍ଧେ୍ମୃ

ବୟସ:

• ସର୍ବନିମ୍ନ ବୟସ ସୀମା-୧୫ ବର୍ଷ
• ସର୍ବାଧିକ ବୟସ ସୀମା-୨୪ବର୍ଷ
• ନିୟମ ଅନୁସାରେ ବୟସ କୋହଳ କରାଯାଇପାରେ

ଯୋଗ୍ୟତା:

ସର୍ବନିମ୍ନ ୫୦ % ମାର୍କ ସହିତ ଦଶମ ପାସ୍ ଏବଂ ସମ୍ବନ୍ଧିତ ଟ୍ରେଡ୍‌ରେ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ:

• ନିଯୁକ୍ତି ପାଇଁ ଫର୍ମ ପୂରଣ କରିବାକୁ ୧୦୦ଟଙ୍କା ଶୁଳ୍କ ଜମା କରିବାକୁ ପଡ଼ିବ
• SC/ST ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା

CATEGORIES
TAGS
Share This

COMMENTS

Wordpress (0)
Disqus (0 )