Tuesday 4th February 2025
ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା..

ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା..

ବେଙ୍ଗାଲୁରୁରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍‌ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ତେଣୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ୩ କ୍ୟାବ୍‌ର ତିନି ଚକିଆ ଯାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବେଙ୍ଗାଲୁରୁର ପରିବହନ ବିଭାଗର ଅତିରିକ୍ତ କମିଶନର ହେମନ୍ତ କୁମାରା କହିଛନ୍ତି ଯେ, ସହର ଭିତରେ ଅଟୋ ଚଲାଇବା ପାଇଁ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇ ନାହିଁ। କାରଣ ସେମାନେ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ କରୁଛନ୍ତି। ଯାହାକି ଏକ ଏକ ସାଂଘାତିକ ଅଭିଯୋଗ। ଗ୍ରାହକଙ୍କୁ ଏଭଳି ପ୍ରକାର ହଇରାଣକୁ ଆମେ ବରଦାସ୍ତ କରିପାରିବୁ ନାହିଁ। ତେଣୁ ଉଚିତ୍‌ ଭଡ଼ା ସେମାନଙ୍କ ଠାରୁ ନିଆଯାଉ। ପରିବହନ ବିଭାଗର ଅତିରିକ୍ତ କମିଶନର ଆହୁରି କହିଛନ୍ତି ଯେ, ସେବା ବନ୍ଦ ନେଇ କମ୍ପାନୀ ଗୁଡ଼ିକୁ ନୋଟିସ୍‌ ଜାରି କରାଯାଇଛି।

ଅନ୍ୟପକ୍ଷେ, ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବାକୁ Uber, Ola ମନା କରିଦେଇଛନ୍ତି। ସେପଟେ Rapido କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସ୍ଥିର କରିଥିବା ଭଡ଼ା ଅନୁଯାୟୀ ଆମେ ଭଡ଼ା ଧାର୍ଯ୍ୟ କରିଥାଉ। ତେଣୁ ରାପିଡୋ ସେହି ଭଡ଼ା ଉପରେ କୌଣସି ଅତିରିକ୍ତ ଭଡ଼ା ଆଦାୟ କରେ ନାହିଁ।’

ସୂଚନାଥାଉ କି, କିଛି ମାସ ପୂର୍ବେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ola,uber, ଗାଡିରେ ଏସି ଲଗେଇବା ପାଇଁ ଗ୍ରାହକଙ୍କୁ ମନା କରାଯାଉଛି। ବେଙ୍ଗାଲୁରୁରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଓଲା, ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି । ଏପରିକି ଏକ୍ସଟ୍ରା ଚାର୍ଜ ଦେଲେ ଏସି ଲାଗିପାରିବ ବୋଲି କହୁଛନ୍ତି। ତେବେ ଏହାର ସବୁଠୁ ବଡ଼ କାରଣ ହେଲା, ତୈଳ ଦର ବୃଦ୍ଧି ଏବଂ ସ୍ୱଳ୍ପ କମିଶନ। ଏହାକୁ ମ୍ୟାନେଜ କରିବା ପାଇଁ Uber, Ola ଡ୍ରାଇଭର ଏହି ପନ୍ଥା ଆପଣାଇଥିବା ଜଣାପଡ଼ିଥିଲା

CATEGORIES
TAGS
Share This

COMMENTS

Wordpress (0)
Disqus (0 )