Friday 29th March 2024
ଚାକିରୀରେ ମାନସିକ ଚାପ ବଢୁଛି କି ? ଜାଣନ୍ତୁ ଏମିତି ଚାକିରୀ ବିଷୟରେ, ଯେଉଁଥିରେ କାମ କମ୍ ଏବଂ ଭଲ ଦରମା ଅଛି !

ଚାକିରୀରେ ମାନସିକ ଚାପ ବଢୁଛି କି ? ଜାଣନ୍ତୁ ଏମିତି ଚାକିରୀ ବିଷୟରେ, ଯେଉଁଥିରେ କାମ କମ୍ ଏବଂ ଭଲ ଦରମା ଅଛି !

ବର୍ତ୍ତମାନ ସମୟରେ ଚାକିରୀ ପାଇଁ ପ୍ରାୟ ସମସ୍ତେ ଚିନ୍ତିତ । ପ୍ରତ୍ୟେକଟି ପରିବାର ର କିଏ ନା କିଏ ଚାକିରୀ କରୁଛନ୍ତି । କାରଣ ବିନା ଟଙ୍କା ବା ଅର୍ଥରେ ଚଳିବା ଭାରି କଷ୍ଟକର । ପରିବାର ର ଭରଣ ପୋଷଣ ଏବଂ ନିଜର ହାତ ଖର୍ଚ୍ଚ ପାଇଁ ଚାକିରୀ କରିବା ଅତ୍ୟନ୍ତ ଆବଶ୍ୟକ । ବର୍ତ୍ତମାନ ସମୟରେ ଚାକିରୀ ବିନା ଚଳିବା ଅସମ୍ଭବ । ଅନେକ ବ୍ୟକ୍ତି ଅଛନ୍ତି ବିଜନେସ୍ କରନ୍ତି । ଯେଉଁମାନଙ୍କ ବିଜନେସ୍ ପ୍ରତି ଆଗ୍ରହ ଅଛି, ସେମାନେ ଛୋଟ ଷ୍ଟାର୍ଟଅଫ୍ ଟେ କରି ମଧ୍ୟ ବିଜନେସ୍ କରିଥାନ୍ତି । ବେପାର ବାଣିଜ୍ୟ କରି ଅନେକ ଲୋକ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଗୋଟିଏ ବିଜନେସ୍ ବଡ କିମ୍ବା ସାନ ହୋଇଥାଇପାରେ କିନ୍ତୁ ସେହି ବିଜନେସ୍ ରେ ବିଜନେସ୍ କରୁଥିବା ମାଲିକ ମାନଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ କର୍ମଚାରୀ । ଗୋଟିଏ ବିଜନେସ୍ ର ଷ୍ଟାଟସ୍ ବା କମ୍ପାନୀ ର ଷ୍ଟ୍ରକଚର୍ ଅନୁସାରେ ଅନେକ କର୍ମଚାରୀ କାମ କରିଥାନ୍ତି । କମ୍ପାନୀ ଚାକିରୀ ସବୁ ହେଲା ପ୍ରାଇଭେଟ୍ ଚାକିରୀ ବା ବେସରକାରୀ ଚାକିରୀ । ବେସରକାରୀ ସ୍ତର ର ଚାକିରୀ ସବୁଝାଡିଦେଲେ ଅନ୍ୟ ଚାକିରୀ ସବୁ ସରକାରୀ ଚାକିରୀ । ଅନେକ ଲୋକ ଭବିଷ୍ୟତ କଥା ଭାବି ସରକାରୀ ଚାକିରୀ ପାଇଁ ଲାଳାଇତ ହୋଇଥାନ୍ତି । ସରକାରୀ ଚାକିରୀରେ ଥାଏ ଭଲ ଦରମା ଏବଂ ଦରମା କଟିବାର ଭୟ ମଧ୍ୟ କମ୍ ଥାଏ । ତେଣୁ ସରକାରୀ ଚାକିରୀ କରିବା ପାଇଁ ଅନେକ ଲୋକ ଚାହିଁଥାନ୍ତି । ସରକାରୀ ଚାକିରୀରେ ପ୍ରତିଯୋଗୀ ଅନୁସାରେ ପଦବୀ ବା ପୋଷ୍ଟ୍ ସଂଖ୍ୟା କମ୍ । ତେଣୁ ସରକାରୀ ଚାକିରୀରେ ଅନେକ ଯୋଗ୍ୟ ବ୍ୟକ୍ତି ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ପାଇ ନଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସରକାରୀ ଚାକିରୀରେ ଥିବା କର୍ମଚାରୀ ଅପେକ୍ଷା ବେସରକାରୀ ଚାକିରୀରେ ଥିବା କର୍ମଚାରୀ ଙ୍କ ସଂଖ୍ୟା ଅଧିକ । କାରଣ ବେସରକାରୀ ସ୍ତରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ପ୍ରତ୍ୟେକ ଦିନ ଅନେକ ଚାକିରୀ ଆଶାୟୀ ବେସରକାରୀ ଚାକିରୀ ସଂନ୍ଧାନ କରନ୍ତି ଏବଂ ସେହି ଚାକିରୀରେ ଜଏନ୍ ମଧ୍ୟ କରନ୍ତି । ଠିକ୍ ସେହିପରି ଅନେକ କର୍ମଚାରୀ ପ୍ରତ୍ୟେକ ଦିନ ବେସରକାରୀ ସ୍ତରରେ ଅନେକ କମ୍ପାନୀ ଛାଡି ଅନ୍ୟ କମ୍ପାନୀକୁ ସିପ୍ଟ ହୋଇଥାନ୍ତି । କାହାକୁ ଚାକିରୀ ପସନ୍ଦ ଆସିନଥାଏ ତ ପୁଣି କାହାର ଅନ୍ୟ କିଛି କାରଣ ଥାଏ ।

Low-Stress Jobs That Pay Really Well

ବେସରକାରୀ ସ୍ତରରେ ମୁଖ୍ୟତ ୩ ଗୋଟି କାରଣ ପାଇଁ କର୍ମଚାରୀମାନେ ଚାକିରୀ ଛାଡିଥାନ୍ତି କିମ୍ବା କମ୍ପାନୀ ସ୍ୱିଚ୍ କରିଥାନ୍ତି । 

୧) ଦରମା

୨) ମାନସିକ ଚାପ

୩) ଖରାପ କମ୍ପାନୀ

ସେହିପରି ସରକାରୀ ସ୍ତରରେ  ମୁଖ୍ୟତ ୨ ଗୋଟି କାରଣ ପାଇଁ କର୍ମଚାରୀମାନେ ଚାକିରୀ ଛାଡିଥାନ୍ତି କିମ୍ବା ଅନ୍ୟ ପଦବୀରେ ଜଏନ୍ କରିଥାନ୍ତି । 

୧) ଦରମା

୨) ପଦୋନ୍ନତି

ତେବେ ସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ ଚାକିରୀ , ସବୁଥିରେ ଦରମା ର ଗୁୁରୁତ୍ୱଥାଏ । ଦରମା ଅଧିକ ଥିବା ଚାକିରୀରେ ଅଧିକ କାମ ପାଇଁ ମାନସିକ ଚାପ ମଧ୍ୟ ବଢିଥାଏ । କିଛି ଚାକିରୀରେ କାମ ର ଚାପ କମ୍ ଥାଏ । କିନ୍ତୁ ସେହି ଚାକିରୀରେ ଥିବା ଦରମା ଅନେକ ଚାକିରୀ ଆଶାୟୀ ମାନଙ୍କୁ ପସନ୍ଦ ଆସି ନଥାଏ ।

 

ଆପଣ ଜାଣିଛନ୍ତି କି ? ଏମିତି ଚାକିରୀ ମଧ୍ୟ ଅଛି ଯେଉଁଥିରେ ମାନସିକ ଚାପ କମ୍ ଅଛି ଏବଂ ତା ସହ ଅଛି ଭଲ ଦରମା ର ପ୍ୟାକେଜ୍ । ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ମାନସିକ ଚାପ କମ୍ ରହିବା ସହ ଭଲ ଦରମା ଥିବା ଚାକିରୀ ବିଷୟରେ । 

 

କମ୍ ମାନସିକ ଚାପ ଏବଂ ଭଲ ଦରମା ଥିବା ଚାକିରୀ –

 

୧) ଶିକ୍ଷକ କିମ୍ବା ଅଧ୍ୟାପକ –

Low-Stress Jobs That Pay Really Well

ଶିକ୍ଷକ କିମ୍ବା ଅଧ୍ୟାପକ ଚାକିରୀରେ ଶାନ୍ତି ଥାଏ ବୋଲି ଅନେକ କହିଥାନ୍ତି । କାରଣ ଶିକ୍ଷକ ଚାକିରୀରେ ପିଲାଙ୍କୁ ପାଠ ପଢାଇବା କାମ ଥାଏ । ଏହି କାମରେ କେବଳ ପିଲା ଏବଂ ଅଭିଭାବକ ସହ ଭଲ ସଂମ୍ପର୍କ ସ୍ଥାପନ କରିବାକୁ ପଡିଥାଏ । ସେହି ପରି କଲେଜ୍ ଏବଂ ୟୁନିଭରସିଟି ଗୁଡିକରେ ଅଧ୍ୟାପକ ମାନେ ଅଧ୍ୟାପନା କରିଥାନ୍ତି । ସରକାରୀ କଲେଜ୍ ହେଉ କିମ୍ୱା ବେସରକାରୀ କଲେଜ କିମ୍ବା ସ୍କୁଲ୍ ସବୁଥିରେ ଚଳିବା ମୁତାବକ ଦରମା ପ୍ୟାକେଜ୍ ଥାଏ । ଏହି ଚାକିରୀରେ ଭଲ ପ୍ରେଷ୍ଟିଜ୍ ଥାଏ । ବେସରକାରୀ ସ୍ତରରେ ମାସକୁ ଦରମା ୧୫,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ  ଥାଏ । ଶିକ୍ଷକ କିମ୍ବା ଅଧ୍ୟାପକ ଚାକିରୀରେ ନାଇଟ୍ ସିପ୍ଟ ନଥାଏ । ଏହି ଚାକିରୀରେ ଉପଯୁକ୍ତ ଛୁଟି ମଧ୍ୟ ଥାଏ । ଏହି ଚାକିରୀ କଲେ ଆପଣ ପରିବାରକୁ ସମୟ ଦେବା ସହ ନିଜକୁ ମଧ୍ୟ ସମୟ ଦେଇପାରିବେ । ଏଥିରେ କେବଳ ସିଲାବସ୍ ସାରିବାର ଚିନ୍ତା ଥାଏ । ଅନ୍ୟ ଚାକିରୀ ପରି ଏଥିରେ ଟାର୍ଗେଟ୍ ନଥାଏ ।

 

୨) ସପ୍ଟଓ୍ୱେୟାର ଡେଭଲପର – 

ବର୍ତ୍ତମାନ ସମୟରେ ସପ୍ଟଓ୍ୱେୟାର ଡେଭଲପର ର ଅନେକ ଚାହିଦା ରହିଛି । ଡିଜିଟାଲ ଯୁଗରେ ଅନେକ ଲୋକ ଇନଫରମେସନ୍ ଟେକ୍ନୋଲୋଜିରେ ନିଜର କ୍ୟାରିୟର ଆରମ୍ଭ କରି ଭଲ ରୋଜଗାର କରୁଛନ୍ତି । ସପ୍ଟଓ୍ୱେୟାର ଡେଭଲପର କାମ ହେଲା ସପ୍ଟଓ୍ୱେୟାର ଡେଭଲପ କରିବା ବା ଉନ୍ନତି କରିବା । କମ୍ପ୍ଯୁଟର , ଟ୍ଯାବଲେଟ୍ ଏବଂ ମୋବାଇଲ୍ ଡିଭାଇସ୍ ଗୁଡିକରେ ଚାଲୁଥିବା ଆପ୍ଲିକେସନ୍ ଡେଭଲପ କରିବା ସପ୍ଟଓ୍ୱେୟାର ଡେଭଲପର ର କାମ । ଅନେକ କର୍ମଚାରୀ ଘରେ ରହି ଓ୍ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି । ଏଥିରେ କେବଳ ପ୍ରୋଜେକ୍ଟ ଓ୍ୱାର୍କ ଥାଏ । ଭଲ କମ୍ପାନୀରେ ଭଲ ଭଲ ପ୍ୟାକେଜ୍ ମଧ୍ୟ ରହିଥାଏ ।

 

୩) ସାଉଣ୍ଡ ଡିଜାଇନର –

ସାଉଣ୍ଡ ଡିଜାଇନର ର କାମ ହେଲା ସାଉଣ୍ଡ ଡିଜାଇନ୍ କରିବା । ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ଭିନ୍ନ ଭିନ୍ନ ପ୍ରୋଜେକ୍ଟରେ କାମ କରିଥାନ୍ତି ସାଉଣ୍ଡ ଡିଜାଇନର । ଅନେକ ସାଉଣ୍ଡ ଡିଜାଇନର ବିଭିନ୍ନ ଷ୍ଟୁଡିଓରେ ଚାକିରୀ କରିଥାନ୍ତି । କୌଣସି ମିଡିଆ ହାଉସ୍ ହେଉ କିମ୍ବା ପ୍ରଡକସନ୍ ହାଉସ୍ ରେ ସାଉଣ୍ଡ ଇଞ୍ଜିନିୟର ମାନେ କାମ କରି ଭଲ ରୋଜଗାର କରୁଛନ୍ତି । 

 

୪) ଆନିମେସନ୍ ଆନିମେଟର –

ଆନିମେସନ୍ ଆନିମେଟର ମାନେ ବର୍ତ୍ତମାନ ଅନେକ ବ୍ରାଣ୍ଡ୍ ସହ କାମ କରି ଭଲ ରୋଜଗାର କରୁଛନ୍ତି । କିଛି କମ୍ପାନୀରେ ଏହି ପଦବୀରେ ପ୍ରୋଜେକ୍ଟର ଟାଇମ୍ ଲାଇନ୍ ଅନୁସାରେ କାମ ର ଚାପ ଥାଇପାରେ । କିନ୍ତୁ ଏହି କ୍ଷେତ୍ରରେ ଫ୍ରିଲାନ୍ସିଂ କରି ଅନେକ ଆନିମେସନ୍ ଆନିମେଟର ଘରେ ବସି ଭଲ ରୋଜଗାର କରୁଛନ୍ତି । ଅନ୍ୟ କିଛି ଆନିମେସନ୍ ଆନିମେଟର ପ୍ରଡକସନ୍ ହାଉସ୍ ରେ କାମ କରି ଭଲ ରୋଜଗାର କରୁଛନ୍ତି । ଏହି ଚାକିରୀରେ ପ୍ରୋଜେକ୍ଟ ସହ ସଂମ୍ପର୍କ ଥାଏ । କିଛି କମ୍ପାନୀରେ ଆନିମେସନ୍ ଆନିମେଟର ଚାକିରୀରେ କାମ ପାଇଁ ଚାପ ପକାଇପାରନ୍ତି । କିନ୍ତୁ ଆପଣ ଯଦି ଭଲ କମ୍ପାନୀରେ ଚାକିରୀ କରିବେ ତେବେ ମାନସିକ ଚାପ କମ୍ ରହିବ ।

 

୫) ଫିଜିଓ ଥେରାପିଷ୍ଟ୍ –

ସାଧାରଣତ ଫିଜିଓ ଥେରାପିଷ୍ଟ୍ ମାନଙ୍କର କୌଣସି ପ୍ରକାର ର ଚାକିରୀରେ ଟାର୍ଗେଟ୍ ନଥାଏ । ତେଣୁ ଏହି ଚାକିରୀରେ ମାନସିକ ଚାପର ପ୍ରଭାବ ନଥାଏ । ଫିଜିଓ ଥେରାପିଷ୍ଟର କାମ ହେଉଛି ଫିଜିଓ ଥେରାପି ଦେବା । ଅନେକ ହସ୍ପିଟାଲ୍ , ନର୍ସିଂ ହୋମ୍ ଏବଂ ଫିଜିଓ ଥେରାପି ସେଣ୍ଟରରେ ଫିଜିଓ ଥେରାପିଷ୍ଟ୍ ମାନଙ୍କର ଆବଶ୍ୟକତା ପଡିଥାଏ । ତେବେ ଅନେକ ଫିଜିଓ ଥେରାପିଷ୍ଟ୍ ହୋମ୍ ସର୍ଭିସ୍ ଦେଇ ଭଲ ରୋଜଗାର କରୁଛନ୍ତି । ବୃଦ୍ଧ ବ୍ୟକ୍ତି ଏବଂ ଘରେ ଥିବା ରୋଗୀ ମାନଙ୍କୁ ଫିଜିଓ ଥେରାପି ଦେଇ ଭଲ ରୋଜଗାର କରୁଛନ୍ତି ଫିଜିଓ ଥେରାପିଷ୍ଟ୍ । ଯଦି ଆପଣ ଚାକିରୀ ନକରି କେବଳ ହୋମ୍ ସର୍ଭିସ୍ ଦେବେ , ତାହେଲେ ବି ଆପଣ ନିଜ ସମୟ ଅନୁସାରେ ରୋଗୀ ମାନଙ୍କୁ ଫିଜିଓ ଥେରାପି ଦେଇପାରିବେ । ଦେଖିବାକୁ ଗଲେ ଗୋଟିଏ ପ୍ରକାର ଫ୍ରିଲାନ୍ସିଂ କାମ । କିନ୍ତୁ ଏଥିରେ ଭଲ ରୋଜଗାର ର ସମ୍ଭାବନା ଅଛି । ଆପଣ ଯଦି ଘରକୁ ଯାଇ ହୋମ୍ ସର୍ଭିସ୍ ଦେବାକୁ ଚାହାନ୍ତି ନାହିଁ ତେବେ ଆପଣ ଯେକୌଣସି ଫିଜିଓ ଥେରାପି ସେଣ୍ଟର କିମ୍ବା ହସ୍ପିଟାଲ୍ କିମ୍ବା ନର୍ସିଂ ହୋମ୍ ରେ ଫିଜିଓ ଥେରାପିଷ୍ଟ୍ ଭାବରେ କାମ କରିପାରିବେ । ଏଥିରେ ରୋଜଗାରକ୍ଷମ ହେବାର ଅଧିକ ସୁଯୋଗ ଅଛି ।

 

୬) ଲାଇବ୍ରେରୀଆନ୍ –

ଯଦି ଆପଣ କ୍ୟାରିୟର ପରିବର୍ତ୍ତନ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏହା ଏକ ଉତ୍ତମ ମାଧ୍ୟମ । ଅନେକ ଲାଇବ୍ରେରୀଆନ୍  ସର୍ବସାଧାରଣ ଲାଇବ୍ରେରୀରେ ଚାକିରୀ କରି ଭଲ ରୋଜଗାର କରୁଛନ୍ତି । ଏଥିରେ ମାନସିକ ଚାପ ଅତ୍ୟଧିକ ପରିମାଣରେ ନଥାଏ । କାରଣ ଏଥିରେ ବହି ଏବଂ କମ୍ପ୍ଯୁଟର ସହ ଆପଣଙ୍କ ଅନେକ ସମୟ ବିତିଥାଏ । ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଆଇନ ସଂସ୍ଥା ଏବଂ ସଂଗ୍ରହାଳୟଗୁଡ଼ିକ ବିଭିନ୍ନ କାର୍ଯ୍ୟ ପାଇଁ ଲାଇବ୍ରେରୀ କିମ୍ବା ଅନୁସନ୍ଧାନ ଲାଇବ୍ରେରୀଆନ୍ ମାନଙ୍କୁ ନିଯୁକ୍ତ କରାଯାଇଥାଏ । 

 

୭) ଡାଏଟିସିଆନ୍ – 

Low-Stress Jobs That Pay Really Well

ଡାଏଟିସିଆନ୍ ଚାକିରୀରେ ଡାକ୍ତର ମାନଙ୍କ ପରି କାମର ଚାପ ନଥାଏ । ଏହି ଚାକିରୀରେ ଖାଦ୍ୟ ସଂମ୍ପର୍କିତ ତଥ୍ୟ ବା ଡାଏଟ୍ ପ୍ଲାନ୍ ବିଷୟରେ ରୋଗୀକୁ ଅବଗତ କରାଇବାକୁ ପଡିଥାଏ । କିଛି ହସ୍ପିଟାଲ୍ ରେ ଏହି ଚାକିରୀରେ ଭଲ ଦରମା ଥାଏ । ନର୍ସିଂ ହୋମ୍ , ପ୍ରାଇଭେଟ୍ ହସ୍ପିଟାଲ୍ ଏବଂ ପ୍ରାଇଭେଟ୍ କ୍ଲିନିକ୍ ରେ ଅନେକ ଡାଏଟିସିଆନ୍ ଚାକିରୀ କରି ଭଲ ରୋଜଗାର କରୁଛି । ଡାଏଟିସିଆନ୍ ମାନଙ୍କ ପାଖରେ ରୋଗୀ ମାନଙ୍କ ସଂଖ୍ୟା ଅପେକ୍ଷା କୃତ କମ୍ ଥାଏ । ଏହା କେବଳ ଡାଏଟ୍ ସଂମ୍ପର୍କିତ ଉପଦେଶ ଦେଇ ଭଲ ରୋଜଗାର କରିବାର ଉତ୍ତମ ମାଧ୍ୟମ ।

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )