ଜିଓରେ ଆସିଷ୍ଟାଣ୍ଡ୍ ଟ୍ରେନର ପଦବୀ ପାଇଁ ବଡଧରଣର ବିଜ୍ଞପ୍ତି ! ଆଇ.ଟି.ଆଇ କିମ୍ବା ଡିପ୍ଲୋମା କିମ୍ବା +୩ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଜିଓ କମ୍ପାନୀରେ ଅନେକ ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି ।
ପଦବୀ ର ନାମ – ଆସିଷ୍ଟାଣ୍ଡ୍ ଟ୍ରେନର
ସ୍ଥାନ – ଭୁବନେଶ୍ୱର
ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଆଇ.ଟି.ଆଇ
୨) ଡିପ୍ଲୋମା
୩) ଗ୍ରାଜୁଏସନ୍ ବା +୩
ଅଭିଜ୍ଞତା –
୩ ବର୍ଷ ରୁ ୧୦ ବର୍ଷ ର ଅଭିଜ୍ଞତା ଥିଲେ ଭଲ ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ଷ୍ଟେଟ୍ ଟ୍ରେନିଂ ଇନଚାର୍ଜ ଏବଂ ସ୍କିଲ୍ ଅପଗ୍ରେଡେସନ୍ ପ୍ରୋଗ୍ରାମ୍ ।
୨)ସମସ୍ତ କ୍ଷେତ୍ରର ମାନବ ଶକ୍ତିକୁ ଉତ୍ପାଦ ମରାମତି, ପ୍ରକ୍ରିୟା ଏବଂ ସି.ଆର.ଏମ୍ ପ୍ଲାଟଫର୍ମ ତାଲିମ ପ୍ରଦାନ କରନ୍ତୁ ।
୩) ସର୍ବନିମ୍ନ ମରାମତି ବାଉନ୍ସ ନିଶ୍ଚିତ କରନ୍ତୁ ଏବଂ ମରାମତିର ଗୁଣବତ୍ତା ବଜାୟ ରଖନ୍ତୁ ।
୪) ନ୍ୟସ୍ତ ହୋଇଥିବା ସେବା ପଏଣ୍ଟଗୁଡିକୁ ବୈଷୟିକ ସହାୟତା ପ୍ରଦାନ କରନ୍ତୁ ।
୫) ମରାମତି ମୂଲ୍ୟ ହ୍ରାସ କରିବା ପାଇଁ ଅଭିନବ ଉପାୟ ବ୍ୟବହାର କରନ୍ତୁ ।
୬) ସମସ୍ତ ଫ୍ରଣ୍ଟ-ଏଣ୍ଡ ଫିଲ୍ଡ କର୍ମଚାରୀଙ୍କୁ ସଫ୍ଟ ସ୍କିଲ୍ ଟ୍ରେନିଂ ପ୍ରଦାନ କରନ୍ତୁ ।
ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –
୧) ମୋବାଇଲ୍ ଫୋନ୍ ଏବଂ ଟେଲିକମ୍ ଉପରେ ଟେକ୍ନିକାଲ୍ ଜ୍ଞାନ ନିହାତି ଥିବା ଆବଶ୍ୟକ ।
୨) ଟେକ୍ନିକାଲ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ।
୩) ଟ୍ରେନିଂ ସ୍କିଲ୍ ।
୪) କମ୍ୟୁନିକେସନ୍ ସ୍କିଲ୍ ।
ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.jio.com/frmRegister.aspx`
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
At-jadamunda po-kanakbira ps-bhatli dist-bargarh