Thursday 28th March 2024
କ୍ୟାରିୟର ଏବଂ ଜୀବନରେ ବାରମ୍ବାର ଅସଫଳ ହେଉଛନ୍ତି କି ? ଜାଣନ୍ତୁ ସଫଳ ହେବା ର ସିକ୍ରେଟ୍ !

କ୍ୟାରିୟର ଏବଂ ଜୀବନରେ ବାରମ୍ବାର ଅସଫଳ ହେଉଛନ୍ତି କି ? ଜାଣନ୍ତୁ ସଫଳ ହେବା ର ସିକ୍ରେଟ୍ !

ସଫଳତା ର ଅନେକ ବ୍ୟାଖ୍ୟା ରହିଛି । ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ସଫଳତାର ବିଭିନ୍ନ ପ୍ରକାର ର ଅର୍ଥ ରହିଛି । ତେବେ ସଫଳତା ଏବଂ ବିଫଳତା ହେଉଛି ମନୁଷ୍ୟ ଜୀବନ ଏକ ଅଂଶ । ଜୀବନ ରୂପକ ବହିରେ କିଛି ଫର୍ଦ୍ଦ ସଫଳତାର ଏବଂ କିଛି ଫର୍ଦ୍ଦ ବିଫଳତାର ଥାଏ । ସଫଳତାର ସ୍ୱାଦ ଚାଖିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଏହି ସ୍ୱାଦ ସମସ୍ତଙ୍କର ଭାଗ୍ୟରେ ନଥାଏ । ଅନେକ ଲୋକ ଭାବନ୍ତି ତାଙ୍କ ଜୀବନରେ ସଫଳତା ହିଁ ନାହିଁ । ନିଜର ବିଫଳତା ପଛରେ ଭାଗ୍ୟକୁ ଦୋଷ ଦେଇଥାନ୍ତି । ସଫଳତା ଏବଂ ବିଫଳତା ଉପରେ ଭାଗ୍ୟର ସଂମ୍ପୁର୍ଣ୍ଣ ନିୟନ୍ତ୍ରଣ ନାହିଁ । ଏହି କଥାଟିକୁ ଅନେକ ଲୋକ ଜାଣିନଥାନ୍ତି । ତେଣୁ ପ୍ରତ୍ୟେକଟି କଥାରେ ଭାଗ୍ୟକୁ ଦୋଷ ଦେଇଥାନ୍ତି । କିଛି ଲୋକଙ୍କ ଜୀବନରେ କେବଳ ବିଫଳତା ର ସ୍ୱାଦ ହିଁ ଲେଖାଥାଏ । ସେହି ଲୋକ ମାନେ ବାରମ୍ବାର ବିଫଳତାର ସମ୍ମୁଖୀନ ହୋଇ ପୁଣିଥରେ ଚେଷ୍ଟା କରିବା ପାଇଁ ଭୟ ପ୍ରକାଶ କରନ୍ତି । ସଫଳ କିମ୍ବା ବିଫଳ ହେବା ପଛରେ କେବଳ ନିଜର କର୍ମ ହିଁ ଥାଏ । କେଉଁ କାମଟିକୁ କିଭଳି ଢଙ୍ଗରେ କରିବାକୁ ପଡିବ ତାହା ଯଦି ଜଣେ ଜାଣିଯାଏ , ତେବେ ସେହି ବ୍ୟକ୍ତି  ବିଫଳତା ସମ୍ମୁଖୀନ ହୋଇ ନପାରନ୍ତି ।

ଟିକେ ଧ୍ୟାନ ଦେଲେ ବିଫଳତା ବି ଆପଣଙ୍କ ସଫଳତାରେ ପରିବର୍ତ୍ତନ ହୋଇପାରେ । ସବୁକିଛି ଠିକ୍ ଢଙ୍ଗରେ କରୁଛନ୍ତି , ତଥାପି କାହିଁକି ଆପଣ ବାରମ୍ୱାର ବିଫଳତା ର ସମ୍ମୁଖୀନ ହେଉଛନ୍ତି ? ଜୀବନରେ ସଫଳ କିପରି ହେବେ ? କ୍ୟାରିୟର ରେ ସଫଳତା ପାଇବାପାଇଁ କଣ ରହିଛି ସିକ୍ରେଟ୍ ବା ଗୁପ୍ତ ଜ୍ଞାନ ? 

ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢିଲେ ଆପଣ ଜାଣିପାରିବେ ଜୀବନ ଏବଂ କ୍ୟାରିୟର ରେ ସଫଳ ହେବାର କଳା । 

success

୧) କିଛି କହିବା ପୂର୍ବରୁ ଚିନ୍ତା କରନ୍ତୁ –

କହିବା ପୂର୍ବରୁ ଚିନ୍ତା କରନ୍ତୁ କହିବାର ଅର୍ଥ ହେଉଛି ଯେ କହିବା ପୂର୍ବରୁ ଥରେ ଭାବିକି ଦେଖନ୍ତୁ କଣ ଆପଣ କହୁଛନ୍ତି ଏବଂ କାହିଁକି କହୁଛନ୍ତି । ପ୍ରତ୍ୟେକଟି ଶବ୍ଦଗୁଡ଼ିକ ଅନେକ ପ୍ରକାର ର ଅର୍ଥ ଏବଂ ଇମୋସନ୍ ବହନ କରନ୍ତି । ଆପଣଙ୍କ କଥା ଆପଣଙ୍କୁ କାହାର ମିତ୍ର କରିପାରେ କିମ୍ବା ଶତ୍ରୁ ମଧ୍ୟ କରିପାରେ । ତେଣୁ ସାବଧାନ ରୁହନ୍ତୁ । କଣ କହୁଛନ୍ତି ଏବଂ କାହାକୁ କହୁଛନ୍ତି  ସେବିଷୟରେ ସଦା ସର୍ବଦା ଧ୍ୟାନ ଦିଅନ୍ତୁ । ସମସ୍ତେ ସମାନ ନୁହଁନ୍ତି ଏବଂ ସମସ୍ତେ ଏକ ପ୍ରକାରର ବ୍ୟବହାର ପସନ୍ଦ କରନ୍ତି ନାହିଁ । ଏହି କଥାଟିକୁ ଧ୍ୟାନ ନଦେଲେ ଭବିଷ୍ୟତରେ ଅସୁବିଧାରେ ପଡିପାରନ୍ତି । କାହିଁକିନା ସମସ୍ତେ ଆପଣଙ୍କ ଘର ଲୋକ ନୁହଁନ୍ତି । ଉଚ୍ଚ ସ୍ୱରରେ କହିବା ପୂର୍ବରୁ ଥରେ ଭାବି ନିୟନ୍ତୁ । ପ୍ରୋଫେସନାଲ୍ ଲାଇଫ୍ ରେ  ଉଚ୍ଚ ସ୍ୱରରେ କହନ୍ତୁ ନାହିଁ । ଏହା ଆପଣଙ୍କ ଇମ୍ପ୍ରେସନ୍ କୁ କମାଇଥାଏ । ଘରେ ମଧ୍ୟ ଏହି ଅଭ୍ୟାସଟିକୁ କମାନ୍ତୁ । ଇଣ୍ଟରଭ୍ୟୁରେ ଏହି କଥାଟିକୁ ମନେ ରଖନ୍ତୁ । ପ୍ରତ୍ୟେକଟି ପ୍ରଶ୍ନ ର ସଠିକ୍ ଉତ୍ତର ଦେବା ପାଇଁ ଚେଷ୍ଟା କରନ୍ତୁ । ଅଯଥା ତର୍କ ବିତର୍କ କଲେ ଆପଣଙ୍କ ପ୍ରତି ଥିବା ଭଲ ମନୋଭାବ ଆଉ ରହିବ ନାହିଁ । ଘରେ ମଧ୍ୟ ଏହି କଥାଟିକୁ ଧ୍ୟାନରେ ରଖି କଥାବାର୍ତ୍ତା କରନ୍ତୁ । ଦେଖିବେ ସମସ୍ତେ ଆପଣଙ୍କୁ ଭଲ ପାଇବେ ଏବଂ ଆପଣଙ୍କ ର ସମ୍ମାନ କରିବେ । ଆପଣଙ୍କର ଜୀବନ ଏବଂ କ୍ୟାରିୟର ରେ ଉନ୍ନତି ହେବ ।   

୨) ପରିବର୍ତ୍ତନ ଗୁଡିକୁ ଗ୍ରହଣ କରନ୍ତୁ –

ସମୟ ହେଉଛି ପରିବର୍ତ୍ତନ ଶୀଳ । ତେଣୁ ସମୟ ଅନୁସାରେ ପରିସ୍ଥିତି ର ବାରମ୍ଭାର ପରିବର୍ତ୍ତନ ହୋଇଥାଏ । ପରିସ୍ଥିତି ର ପରିବର୍ତ୍ତନ ଯଦି ମନୁଷ୍ୟର ସପକ୍ଷରେ ଯାଏ ତେବେ ତାହା ସଫଳତା ବୋଲି ବିବେଚନା କରାଯାଏ । ପରିସ୍ଥିତି ର ପରିବର୍ତ୍ତନ ଯଦି ମନୁଷ୍ୟର ବିପକ୍ଷରେ ଯାଏ, ତେବେ ତାକୁ ମନୁଷ୍ୟର ବିଫଳତା ବୋଲି କୁହାଯାଇଥାଏ । ତେଣୁ ପ୍ରତ୍ୟେକଟି ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି ସହ ସଜାଗ ରହିବା ଦରକାର । 

ଅନ୍ୟ ପକ୍ଷରେ ପରିବର୍ତ୍ତନ ଆମକୁ ବ୍ୟକ୍ତିଗତ ଭାବରେ ଅଭିବୃଦ୍ଧି ରେ ସାହାଯ୍ୟ କରେ । ପରିବର୍ତ୍ତନକୁ ପ୍ରତିରୋଧ କରିବା ପରିବର୍ତ୍ତେ, ଆପଣ ନୂତନ ଜିନିଷ ଶିକ୍ଷିବାକୁ ଚେଷ୍ଟା କରିବେ । ସମୟ ର ପରିବର୍ତ୍ତନ ନୂତନ ଜିନିଷ ଶିକ୍ଷିବାକୁ ପ୍ରେରଣା ଦିଏ । ତେଣୁ ଏହାକୁ ସକାରାତ୍ମକ ଭାବରେ ନେବା ଉଚିତ୍ ।  ଭୟଭୀତ ହେବାର କୌଣସି କାରଣ ନାହିଁ । ସମୟ ସହ ତାଳ ଦେଇ ନୂତନ ଜିନିଷ ଶିଖିଲେ ଯାଇ ଆପଣଙ୍କ କ୍ୟାରିୟର ରେ ଗ୍ରୋତ୍ ହେବ । କ୍ୟାରିୟର ରେ ଗ୍ରୋତ୍ ହେଲେ ଆପଙ୍କ ଜୀବନରେ ମଧ୍ୟ ଗ୍ରୋତ୍ ହେବ । ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି , ତେବେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ସେହିଥିରୁ ଆପଣଙ୍କୁ ଅନେକ କିଛି ଶିଖିବାକୁ ପଡିବ । ନିଜ ଭୁଲ୍ କୁ ସୁଧାରିଲେ ଆପଣ ପାଇବେ ସଫଳତା । ପରିବର୍ତ୍ତନକୁ ଗ୍ରହଣ କରିବା ବ୍ୟତୀତ, ଆପଣ ମଧ୍ୟ ସକରାତ୍ମକ ପରିବର୍ତ୍ତନ ପାଇଁ ଚେଷ୍ଟା କରିବା ଉଚିତ୍ | ସମୟ ର ଆବଶ୍ୟକତା ଅନୁସାରେ ନିଜର ଦକ୍ଷତା ଏବଂ କାର୍ଯ୍ୟକାରୀତା କୁ ବୃଦ୍ଧି କରିବାକୁ ପଡିବସମୟ ର ପରିବର୍ତ୍ତନ ଆଗରୁ କରନ୍ତୁ ପୂର୍ବପ୍ରସ୍ତୁତି । ହେଲେ ଯାଇ ଆପଣ ହେବେ ସଫଳତା ର ରାଜା । ସଫଳତା ଆପଣଙ୍କ ହାତରେ ରହିବ । 

୩) କୃତଜ୍ଞ ହୁଅନ୍ତୁ – 

ଯେଉଁମାନେ ପ୍ରତ୍ୟେକ କଥାରେ କୃତଜ୍ଞ ରହନ୍ତି , ସେମାନଙ୍କ ଜୀବନରେ ସକାରାତ୍ମକତା ଭରିଯାଏ । କୃତଜ୍ଞ ରହିଲେ ଆପଣଙ୍କ ଜୀବନରେ ମଧୁରତା ଭରିଯାଏ । କୃତଜ୍ଞ ଆପଣଙ୍କ ମନରୁ ଅହଂକାର ଭାବ କୁ ଶେଷ ବା ନାଶ କରିଥାଏ । ଅଧିକ ଆଶାବାଦୀ ଏବଂ ନିଜ ଜୀବନ ବିଷୟରେ ଭଲ ଅନୁଭବ କରୁଥିବା ବ୍ୟକ୍ତି ମାନେ ସର୍ବଦା କୃତଜ୍ଞ ରହନ୍ତି । କୃତଘ୍ନ ଲୋକ ଟି ସାରା ଜୀବନରେ କେବେବି ଉନ୍ନତି କରିପାରେ ନାହିଁ ଏବଂ ଉନ୍ନତି କରିଥିଲେ ମଧ୍ୟ ତାର ଅବନ୍ନତି ଘଟେ । କୃତଜ୍ଞତା ଆପଣଙ୍କ ର ଲୋକ ସଂମ୍ପର୍କ ବଢାଇଥାଏ । ଯାହାଫଳରେ ଆପଣ ଖୁବ୍ ଶୀଘ୍ର ଚାକିରୀ କରିବା ପାଇଁ ସୁଯୋଗ ପାଇପାରନ୍ତି । ଅନ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କଲେ ପ୍ରୋଫେସନାଲ୍ ଏବଂ ପର୍ସନାଲ୍ ଜୀବନ ରେ କେବେବି ବିଫଳତା ର ସ୍ୱାଦ ଚାଖିବେ ନାହିଁ । କେବେବି କୌଣସି ପ୍ରକାର ର ଅସୁବିଧା ଆସିଲେ ଆପଣଙ୍କ ପାଖରେ ସାହାଯ୍ୟ କରିବା ପାଇଁ ଅନେକ ଭଲ ଲୋକ ଥିବେ । ଏହିପରି ଭାବରେ ପ୍ରଫେସନାଲ୍ ଲାଇଫ୍ ରେ ଆଗରେ ରହିବା ସହ ପର୍ସନାଲ୍ ଲାଇପ ମଧ୍ୟ ଆପଣଙ୍କର ଶାନ୍ତି ମୟ ହେବ । 

୪) ସଠିକ୍ କାର୍ଯ୍ୟ କରନ୍ତୁ –

କଥାରେ ଅଛି – ” ଠିକ୍ କାମ କଲେ ସବୁକିଛି ଠିକ୍ ” । ସଠିକ୍ କାମ କେବଳ ସଠିକ୍ ନିର୍ଣ୍ଣୟ ଦ୍ୱାରା ସମ୍ଭବ ହୋଇଥାଏ । ବୟସ ଅନୁସାରେ ଆପଣ ନିଶ୍ଚିତ ଭାବରେ ଠିକ୍ ଏବଂ ଭୁଲର ପାର୍ଥକ୍ୟ ଜାଣିବା ଉଚିତ୍ । ଧରାଯାଉ ଆପଣ ଭୁଲ୍ କାମ କରୁଛନ୍ତି କିମ୍ବା ଠିକ୍ କାମକୁ ଭୁଲ ଢଙ୍ଗରେ କରୁଛନ୍ତି , ତେବେ ଆପଣ କେବେବି ସଫଳତା ପାଇପାରିବେ ନାହିଁ । ପାଇଥିବା ସଫଳତା ମଧ୍ୟ ହାତରୁ ଯିବ । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ବିଶୃଙ୍ଖଳା ମଧ୍ୟ ଏକ ପ୍ରକାର ର ଭୁଲ୍ । ଶୃଙ୍ଖଳା ମଧ୍ୟରେ ରହି ଟିକେ ବିଶୃଙ୍ଖଳା କଲେ ସବୁ କିଛି ବିଗିଡି ଯିବାର ସମ୍ଭାବନା ରହିଥାଏ । ପୂର୍ବ ପ୍ରସ୍ତୁତି ଅନୁସାରେ ସଠିକ୍ ନିର୍ଣ୍ଣୟ ନ ନେଇପାରିଲେ ମଧ୍ୟ ସମୟ ର ପରିବର୍ତ୍ତନ ଅନୁସାରେ ସଠିକ୍ ନିର୍ଣ୍ଣୟ ନେବା ପାଇଁ ଚେଷ୍ଟା କରନ୍ତୁ । ସଠିକ ନିର୍ଣ୍ଣୟ ନେବାର ସଠିକ୍ ନିୟମ ହେଉଛି ସମୟ ର ପରିବର୍ତ୍ତନ କୁ ସମ୍ମାନ ଦେବା । ସମୟ ର ପରିବର୍ତ୍ତନ ଅନୁସାରେ କିମ୍ବା ସମୟର ଡିମାଣ୍ଡ ଅନୁସାରେ ନିର୍ଣ୍ଣୟଟି ନିୟନ୍ତୁ । ନିର୍ଣ୍ଣୟଟି ଆପଣଙ୍କୁ ନିହାତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଆପଣଙ୍କୁ ସଫଳ ବ୍ୟକ୍ତିର ପରିଚୟ ଦେବ ।

୫) ନିଜର ଶକ୍ତି ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତୁ –

ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ପ୍ରତ୍ୟେକଟି ପ୍ରାର୍ଥି ପାଇଁ ନିଜ ଦକ୍ଷତା ଏବଂ ଯୋଗ୍ୟତା ହିଁ ଶକ୍ତି ଏବଂ ସାମର୍ଥ୍ୟ । ସଠିକ ଢଙ୍ଗରେ ଉପସ୍ଥାପନ ନକଲେ ଦକ୍ଷତା ବା ସ୍କିଲ୍ ବିଷୟରେ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ବୁଝିପାରିବେ ନାହିଁ । ଇଣ୍ଟରଭ୍ୟୁରେ ଏପରି ଉତ୍ତର ଦିଅନ୍ତୁ ଯେପରି ଗୋଟିଏ ଉତ୍ତର ରେ ଆପଣଙ୍କ ଦକ୍ଷତା ସହ ପ୍ରଶ୍ନର ଉତ୍ତର ଥିବ  । ଅଳ୍ପ ସମୟରେ ବେଶି କଥା କେହିବି ଆପଣଙ୍କ ଠାରୁ ଆଶା କରିବେ ନାହିଁ । କାରଣ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କୁ ସମସ୍ତ ପ୍ରାର୍ଥିଙ୍କ ଇଣ୍ଟରଭ୍ୟୁ ନେବାକୁ ପଡିଥାଏ । ଏପରି କଲେ ଆପଣଙ୍କୁ ନିଜ ଦକ୍ଷତା ବିଷୟରେ ବାରମ୍ବାର କହିବାକୁ ପଡିବ ନାହିଁ ଏବଂ ଅଧିକ ସମୟ ର ଆବଶ୍ୟକତା ମଧ୍ୟ ପଡିବ ନାହିଁ । ନିଜ ଜୀବନର ଦୁର୍ବଳତା ଉପରେ ନୁହଁ ବରଂ ନିଜ ଜୀବନର ଶକ୍ତି ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତୁ । ଏହା ଆପଣଙ୍କୁ ଆତ୍ମବିଶ୍ୱାସୀ କରିବ । ଦୁର୍ବଳତା କାହାର ବା ନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଅଛି । ସେ ନିଯୁକ୍ତିଦାତା ହୁଅନ୍ତୁ କିମ୍ବା ପ୍ରାର୍ଥି , ସମସ୍ତଙ୍କର କିଛି ନା କିଛି ଦୁର୍ବଳତା ରହିଥାଏ । ତେଣୁ ଏଥିରେ ଅଧିକ ଚିନ୍ତା ପ୍ରକଟ କରିବାର କୌଣସି ଆବଶ୍ୟକତା ନାହିଁ । ନିଜ ଜୀବନର ଦୁର୍ବଳତା କୁ କେବଳ ନିଜ ଷ୍ଟ୍ରେନ୍ଥ ବା ସାମର୍ଥ୍ୟ ଦ୍ୱାରା ହିଁ ଲୁଚାଯାଇ ପାରେ । ଦୁର୍ବଳତା କୁ ଦୂର କରନ୍ତୁ । ଶକ୍ତି ସାମର୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇ ନିଜ ଜୀବନରେ ମାନସିକ ସ୍ତରରେ ଶକ୍ତି ଶାଳୀ ହୁଅନ୍ତୁ । ଦେଖିବେ ବିଫଳତା ଆପଣଙ୍କ ଜୀବନ ଠାରୁ ଦୁରେଇ ଯିବ । 

Discover the secrets of career success

୬) ନିଜ ଦୁର୍ବଳତାକୁ ଜାଣନ୍ତୁ –

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଅଛି । କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଦୁର୍ବଳତାକୁ ଦେଖେଇନଥାନ୍ତି । କିନ୍ତୁ ସେମାନଙ୍କର ଅନେକ ଦୁର୍ବଳତା ଥାଏ । ଇଣ୍ଟରଭ୍ୟୁ ହେଉ କିମ୍ବା ଜୀବନ ,  ଡରିବା ର କୌଣସି ଆବଶ୍ୟକତା ନାହିଁ । ନିଜ ଦୁର୍ବଳତାକୁ ଜାଣି ତାକୁ ଶକ୍ତି ସାମର୍ଥ୍ୟରେ ପରିବର୍ତ୍ତନ କରିବାରେ ଚେଷ୍ଟା କରନ୍ତୁ । ଅହଂକାର ଛାଡି ଯେତେ ଶୀଘ୍ର ଦୁର୍ବଳତାକୁ ନିଜଠାରୁ ଦୁରେଇବେ , ସେତେ ଶୀଘ୍ର ସଫଳତାର ରାସ୍ତାରେ ଅଗ୍ରସର ହେବେ । ନିଜ ଦୁର୍ବଳତାର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡ଼ିକ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ସ୍ଥିର କରନ୍ତୁ । 

୭) ନିଜେ ନିଜର ଯତ୍ନ ନିୟନ୍ତୁ – 

ନିଜର ଯତ୍ନ ନେବା ନିହାତି ଆବଶ୍ୟକ । ଶରୀର ଏବଂ ମନ ର ଯତ୍ନ ନିୟନ୍ତୁ । ସୁସ୍ଥ ଏବଂ ସୁଷମ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହେ । ଧ୍ୟାନ ବା ମେଡିଟେସନ୍ କଲେ ମନ ସୁସ୍ଥ ରହେ । ମନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ଆଣନ୍ତୁ । ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ ଏବଂ ଶରୀର ସୁସ୍ଥ ରହିଲେ ମନ ମଧ୍ୟ ସୁସ୍ଥ ରହିବ । ତେଣୁ ଉଭୟ ର ଯତ୍ନ ଯଥା ସଂମ୍ଭବ ନିୟନ୍ତୁ । ପ୍ରତିଦିନ ବ୍ୟାୟାମ କରନ୍ତୁ । ଉତ୍ତମ ନିଦ୍ରା ବା ଦିନକୁ ୮ ଘଣ୍ଟା ଶୁଅନ୍ତୁ । ଶରୀର ସୁସ୍ଥ ରହିଲେ ଆପଣ  ପ୍ରଫେସନାଲ୍ ଲାଇଫ୍ ଏବଂ ପର୍ସନାଲ ଲାଇଫ କୁ ଅତିସହଜରେ ବାଲାନ୍ସ ବା ସନ୍ତୁଳନ କରିପାରିବେ । 

୮) ଧର୍ଯ୍ୟ ରଖନ୍ତୁ –

କୌଣସି ପ୍ରକାର ର ସଫଳତା ଗୋଟିଏ ରାତି କିମ୍ୱା ଦିନରେ ପାଇବା ସମ୍ଭବ ନୁହଁ । ସଫଳ ତା ପାଇଁ ସଫଳ ପ୍ରୟାସ ର ଆବଶ୍ୟକତା ରହିଛି । ପ୍ରୟାସ କରିଚାଲନ୍ତୁ ଏବଂ ଧର୍ଯ୍ୟ ରଖନ୍ତୁ । ଯେକୌଣସି କାମ ସଫଳ ହେବା ପାଇଁ ସମୟ ଲାଗେ । କିଛି କାମ ପାଇଁ କମ ସମୟ ଲାଗିଥାଏ । ଆଉ କିଛି କାମ ପାଇଁ ବେଶି ସମୟ ଲାଗିପାରେ । ତେଣୁ ଧର୍ଯ୍ୟ ରଖିବାକୁ ପଡିବ । ଗଛ ବଡ ହେବା ଏବଂ ଫଳ ଫଳିବା ପାଇଁ ସମୟ ଲାଗେ । ସେହିପରି ଆପଣଙ୍କ ଜୀବନରେ ମଧ୍ୟ ସଫଳତା ର ଫଳ ଫଳିବା ଯାଏଁ ଧର୍ଯ୍ୟ ରଖନ୍ତୁ । ଯଦି ଠିକ୍ ଭାବରେ ପ୍ରୟାସ କରିଛନ୍ତି , ତେବେ ଆପଣ ନିଶ୍ଚୟ ସଫଳ ହେବେ । ଗୋଟିଏ କାର୍ଯ୍ୟର ଫଳ ଆସିବା ପାଇଁ ଆବଶ୍ୟକତା ଅନୁସାରେ ସମୟ ଲାଗିବ । ଯେପରି ପରୀକ୍ଷାର ଫଳ ଆସିବା ପାଇଁ ସମୟ ଲାଗେ । ଆଜି ପରୀକ୍ଷା ଦେଲେ ପରୀକ୍ଷା ଫଳ କାଲି ଆପଣଙ୍କ ହାତରେ ନଥିବ । ସେଥିପାଇଁ ସମୟ ଲାଗିବ । 

Are you repeatedly failing in your career and life? Know the secret of success!

ଅନ୍ୟକୁ ଦୋଷ ଦେବା ଛାଡି ନିଜ ର ଭୁଲ କୁ ସ୍ୱୀକାର କରନ୍ତୁ । ନିଜ ଦୁର୍ବଳତା କୁ ଛାଡି ସାମର୍ଥ୍ୟ ବା ଷ୍ଟ୍ରେନ୍ଥ ଉପରେ ଲକ୍ଷ୍ୟ ଦିଅନ୍ତୁ । ଅସଫଳତା ହିଁ ସଫଳତା ପାଖକୁ ପହଞ୍ଚିବା ର ମାର୍ଗ । ସଫଳତା ପାଇବା କୁ ହେଲେ ଅନେକ ଅସଫଳତା ର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଧର୍ଯ୍ୟ ନ ହରାଇ ପ୍ରୟାସ ଜାରି ରଖିବା ଦରକାର । ଦିନେ ନା ଦିନେ ସଫଳ ବ୍ୟକ୍ତିର ପରିଚୟ ପାଇବେ । ଆଉ ତାପରେ ଆପଣବି କହିବେ ” ଅସଫଳତା ହିଁ ସଫଳତାର ଚାବିକାଠି “ । 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )