Friday 22nd November 2024
ସିକ୍ୟୁରିଟି ସର୍ଭିସ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ରେ ବାହାରିଛି ବିଜ୍ଞପ୍ତି ! ଭୂବନେଶ୍ୱର ରେ ହେବ ପୋଷ୍ଟିଂ !

ସିକ୍ୟୁରିଟି ସର୍ଭିସ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ରେ ବାହାରିଛି ବିଜ୍ଞପ୍ତି ! ଭୂବନେଶ୍ୱର ରେ ହେବ ପୋଷ୍ଟିଂ !

ବର୍ତ୍ତମାନ ସମୟରେ ଭାରତରେ ଜନସଂଖ୍ୟା ର ବିଷ୍ପୋରଣ ପରେ ଚାକିରୀର ଘୋର ଅଭାବ ଦେଖା ଦେଇଛି । ରାଜ୍ୟ ଏବଂ ଦେଶରେ ଚାକିରୀର ବହୁତ ଅଭାବ ଦେଖା ଦେଇଛି । ତେଣୁ ଅନେକ ଯୁବକ ଯୁବତୀ ମାନଙ୍କର ଭଲ କ୍ୟାରିୟର ସହ ଭଲ ଫିଟନେସ ଥାଇ ମଧ୍ୟ ଭଲ ଚାକିରୀ ପାଉନାହାନ୍ତି । ସରକାରୀ ହେଉ କିମ୍ବା ବେସରକାରୀ ଚାକିରୀ ପାଇବା ଭାରିକଷ୍ଟ ମନେ ହୁଏ ।  ଓଡିଶାରେ ଭଲ କମ୍ପାନୀରେ ଚାକିରୀ ପାଇବା କାଠିକର ପାଠ । ଅନେକ ଲୋକ ସିକ୍ୟୁରିଟି ସର୍ଭିସ ରେ ମଧ୍ୟ ଚାକିରୀ ପାଉନାହାନ୍ତି । ଭଲ ଫିଟନେସ୍ ଥିଲେ ମଧ୍ୟ  ଭଲ କମ୍ପାନୀ ରେ ସିକ୍ୟୁରିଟି ସର୍ଭିସ ଚାକିରୀ ମିଳୁନି । ତେବେ ଅନେକ ଲୋକଙ୍କ ଇଚ୍ଛା ଥାଏ ସିକ୍ୟୁରିଟି ସର୍ଭିସ ରେ ଚାକିରୀ କରିବା ପାଇଁ । ଏୟାରଲାଇନ୍ସ ରେ ସିକ୍ୟୁରିଟି ସର୍ଭିସ ବିଭାଗରେ ଚାକିରୀ କରିବାପାଇଁ ଅନେକଲୋକ ସ୍ୱପ୍ନ ମଧ୍ୟ ଦେଖନ୍ତି । ତେବେ ଚାକିରୀ ଆଶାୟୀ ମାନଙ୍କ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ଆସିଛି ନିଯୁକ୍ତି ର ନୁଆ ସୁଯୋଗ । ଭୂବନେଶ୍ୱର ବିମାନ ବନ୍ଦର ପାଇଁ ସିକ୍ୟୁରିଟି ସର୍ଭିସ ବିଭାଗରେ ଇଣ୍ଡିଗୋ ଏୟାରଲାଇନ୍ସ ବାହାର କରିଛି ବିଜ୍ଞପ୍ତି ।

 

ଇଣ୍ଡିଗୋ ଏୟାରଲାଇନ୍ସ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.goindigo.in/about-us.html

IndiGo Security Officer

ପଦବୀ – ସିକ୍ୟୁରିଟି ସର୍ଭିସ ଅଫିସର 

 

ଶିକ୍ଷାଗତ ଯୋଗ୍ୟତା –

୧)   ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା University as determined by IndiGo   ରୁ ଗ୍ରାଜୁଏସନ୍ ବା ସ୍ନାତକ କରିଥିବା ଦରକାର । 

୨)  ପାଠ ପଢିବା ସମୟରେ ଜାତୀୟ କ୍ୟାଡେଟ୍ କର୍ପସ୍ (ଏନସିସି) ରେ ଥିଲେ ଆପଣଙ୍କୁ ପ୍ରାଥମିକତା ଦିଆଯିବ ।

୩)  ସ୍ନାତକ ବା ଗ୍ରାଜୁଏସନ୍ ର ପରୀକ୍ଷା ଫଳ ବାହାରିନଥିଲେ ଆବେଦନ କରିପାରିବେ         ନାହିଁ ।

୪)  ଆବେଦନ କରିବା ପାଇଁ ଆପଣ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର ଏବଂ ଆପଣଙ୍କ ପାଖରେ ଏହାର ସାର୍ଟିଫିକେଟ୍ ଥିବା ଆବଶ୍ୟକ । 

 

ବୟସ ସୀମା – ୧୮ ରୁ ୨୭ ବର୍ଷ 

 

ଚାକିରୀ କରିବାର ସ୍ଥାନ –  ଭୂବନେଶ୍ୱର

ଅଭିଜ୍ଞତା – ୦ ରୁ  ୭ ବର୍ଷ ପର୍ଯ୍ୟନ୍ତ

 

ଆବଶ୍ୟକ ଥିବା ଦକ୍ଷତା – 

୧)   ବିଭିନ୍ନ ପାଣିପାଗରେ ଯେମିତିକି ଖରା , ବର୍ଷା ଏବଂ ଶୀତରେ କାମ କରିପାରୁଥିବା ଦରକାର । 

୨)  ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଥିବା ଆବଶ୍ୟକ । ଶାରୀରିକ ସ୍ତରରେ ଶକ୍ତିଶାଳୀ ହେବା ଆବଶ୍ୟକ । ଯାହାକି ସିକ୍ୟୁରିଟି ଅଫିସର ପଦବୀ ପାଇଁ ଅତ୍ୟନ୍ତ ଆବଶ୍ୟକ । 

୩) ବିମାନବନ୍ଦର ର ଟର୍ମିନାଲ୍ କିମ୍ବା ଆପ୍ରନ୍ ରେ କାମ କରିପାରିବା ପରି ଶାରୀରିକ କ୍ଷମତା ଆବଶ୍ୟକ । 

୪) କାମର ଚାପରେ ଠିକ୍ ଢଙ୍ଗରେ ନିର୍ଣ୍ଣୟ ନେଇପାରୁଥିବା ଦରକାର ।

୫) ବିମାନ ବନ୍ଦରରେ ଦୀର୍ଘସମୟ ପର୍ଯ୍ୟନ୍ତ ଠିଆ ହେଇପାରୁଥିବା ଦରକାର ।

 ୬) ଜରୁରୀକାଳୀନ ପରିସ୍ଥିତି ରେ ଠିକ୍ ଭାବରେ କାମ କରିପାରୁଥିବା ଦରକାର ଏବଂ ଜରୁରୀକାଳୀନ ପରିସ୍ଥିତି ର ମୁକାବିଲା କରିବା ପାଇଁ ମନବୃତ୍ତି ଥିବା ଦରକାର ।

 

କଣ ହେଲେ ଆବେଦନ କରିପାରିବେ ନାହିଁ ?

ଶରୀରରେ କୌଣସି ପ୍ରକାର ର ଟାଟୁ ବା ବଡି ଆର୍ଟ ଥିଲେ ଆପଣ ଆବେଦନ କରିପାରିବେ ନାହିଁ ।

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧାସଳଖ ଆବେଦନ କରିପାରିବେ –

https://goindigo.app.param.ai/jobs/candidate/signup 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )