ମହିଳା ମାନଙ୍କ ପାଇଁ ଫାଇଭ୍ ଷ୍ଟାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ରେ ଚାକିରୀ କରିବାର ସୁଯୋଗ ! ହୋଷ୍ଟେସ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !
ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ର ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍ ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ଭୁବନେଶ୍ୱର ର ରେଲଓ୍ୱେ ଷ୍ଟେସନ ଏବଂ ବିମାନବନ୍ଦର ନିକଟରେ ଅବସ୍ଥିତ ଅଛି ସ୍ୱସ୍ତି ଗ୍ରୁପ୍ ର ଦୁଇଟି ବଡ ହୋଟେଲ୍ । ସେହି ହୋଟେଲ ଗୁଡିକ ହେଲା ସ୍ୱସ୍ତି ପ୍ରିମିୟମ ଏବଂ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍ । ସ୍ୱସ୍ତି ପ୍ରିମିୟମ୍ ଭୁବନେଶ୍ୱର ର ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ହୋଟେଲ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ପ୍ରିମିୟମ୍ ବା ସ୍ୱସ୍ତି ପ୍ରିମିୟମ ଗ୍ରୁପରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ –
ହୋଷ୍ଟେସ୍ ( ମହିଳା )
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ
ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ –
ଅଭିଜ୍ଞତା –
୧) ଯେକୌଣସି ହୋଟେଲ୍ ରେ ୨ ରୁ ୫ ବର୍ଷ ଅଭିଜ୍ଞତା ର ଆବଶ୍ୟକତା ରହିଛି ।
୨) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିଲେ ଅଗ୍ରାଧିକାର ପାଇବେ ।
ଶିକ୍ଷାଗତ ଯୋଗ୍ୟତା –
ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଆବେଦନ କରିପାରିବେ ।
ଏହି ଚାକିରୀ କରିବା ପାଇଁ କଣ କରିବାକୁ ପଡିବ ?
୧) ଅତିଥିମାନଙ୍କୁ ଅଭିବାଦନ ଏବଂ ଅଭିନନ୍ଦନ କରିବାକୁ ପଡିବ ।
୨) ସଠିକ୍ ଅପେକ୍ଷା ସମୟ ବା ଓ୍ୱେଟିଂ ଟାଇମ୍ ପ୍ରଦାନ କରିବାକୁ ପଡିବ ।
୩) ଗ୍ରାହକଙ୍କୁ ଡାଇନିଂ ଏବଂ ବାର୍ ଏରିଆକୁ ପଠାଇବାକୁ ପଡିବ ।
୪) ଭଲ ଭାବରେ ସଂରକ୍ଷଣ ପରିଚାଳନା ବା ରିଜରଭେସନ୍ ମ୍ୟାନେଜ କରିବାକୁ ପଡିବ ।
୫) ମେନୁଗୁଡିକ ପ୍ରଦାନ କରିବାକୁ ପଡିବ ଏବଂ ୱେଟର୍ କିମ୍ବା ୱେଟ୍ରେସ୍ ମାନଙ୍କ ନାମ ଘୋଷଣା କରିବାକୁ ପଡିବ ।
୬) ଗ୍ରାହକମାନେ ଯିବା ସମୟରେ ସମ୍ମାନ ର ସହ ନମସ୍କାର କରିବାକୁ ପଡିବ ।
୭) ଏକ ସ୍ୱଚ୍ଛ ରିସେପସନ୍ ଏରିଆ ମ୍ୟାଣ୍ଟେନ୍ କରିବାକୁ ପଡିବ ।
୮) ଅତିଥିମାନଙ୍କ ଛୋଟ ଛୁଆ ପ୍ରତି ଅତିରିକ୍ତ ଧ୍ୟାନ ଦେବା ଆବଶ୍ୟକ ।
୯) ଆସୁଥିବା ଫୋନ୍ କଲ୍ ର ଉତ୍ତର ଦେବାକୁ ପଡିବ ଏବଂ ଗ୍ରାହକଙ୍କ ପ୍ରଶ୍ନକୁ ଆଡ୍ରେସ କରିବାକୁ ପଡିବ ।
୧୦) ଆବଶ୍ୟକ ଅନୁଯାୟୀ ଓ୍ୱେଟିଂ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ପଡିବ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.swostihotels.com/careers/careers-form.html
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Yes