
ସାଇବର ସିକ୍ୟୁରିଟି ଆନାଲିଷ୍ଟ୍ ପଦବୀ ପାଇଁ ଓ୍ୱିପ୍ରୋ ଟେକ୍ନୋଲୋଜି ବାହାରକରିଛି ବିଜ୍ଞପ୍ତି ! ଭୂବନେଶ୍ୱରରେ ହେବ ପୋଷ୍ଟିଂ !
ୱିପ୍ରୋ ହେଉଛି ଏକ ଇନଫୋରମେସନ୍ ଟେକ୍ନୋଲୋଜି କମ୍ପାନୀ ବା ଆଇଟି କମ୍ପାନୀ । ୱିପ୍ରୋ ଲିମିଟେଡ୍ ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ନିଗମ ଯାହା ସୂଚନା ପ୍ରଯୁକ୍ତିବିଦ୍ୟା, ପରାମର୍ଶ ଏବଂ ବ୍ୟବସାୟ ପ୍ରକ୍ରିୟା ସେବା ଯୋଗାଇଥାଏ । ବର୍ତ୍ତମାନ ଥେରି ଡେଲାପୋର୍ଟ ଜୁଲାଇ ୨୦୨୦ ଠାରୁ ୱିପ୍ରୋ ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଅନେକ ଙ୍କ ସ୍ୱପ୍ନଥାଏ ଯେ ଭଲ ଆଇଟି କମ୍ପାନୀରେ ଚାକିରୀ କରିବା ପାଇଁ । ୱିପ୍ରୋ ନେଇ ଆସିଛି ସେହି ସୁଯୋଗ । ଓଡିଶାରେ ସାଇବର ସିକ୍ୟୁରିଟି ଆନାଲିଷ୍ଟ୍ ପଦବୀ ପାଇଁ ଓ୍ୱିପ୍ରୋ ବାହାର କରିଛି ବିଜ୍ଞପ୍ତି । ଯାହାର ପୋଷ୍ଟିଂ ଓଡିଶାର ରାଜଧାନୀ ଭୂବନେଶ୍ୱରରେ ହେବ ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ – ସାଇବର ସିକ୍ୟୁରିଟି ଆନାଲିଷ୍ଟ୍
ଏହି ଲିଙ୍କ୍ ରେ କ୍ଲିକ୍ କଲେ ୱିପ୍ରୋ ବିଷୟରେ ଅଧିକ ଜାଣିପାରିବେ –
ଚାକିରୀ କରିବାର ସ୍ଥାନ – ୱିପ୍ରୋ ଟେକ୍ନୋଲୋଜି (ଭୂବନେଶ୍ୱର)
ଆବଶ୍ୟକ ଥିବା ଆଚରଣଗତ ଦକ୍ଷତା –
୧) ପ୍ରଭାବଶାଳୀ ଯୋଗାଯୋଗ ବା ଇଫେକଟିଭ୍ କମ୍ୟୁନିକେସନ୍
୨) ସହଯୋଗୀ କାର୍ଯ୍ୟକାରୀତା ବା କୋଲାବରେଟିଭ୍ ଓ୍ୱାର୍କିଂ
୩) ନିଷ୍ପାଦନ ଉତ୍କର୍ଷତା ବା ଏକ୍ସିକୁସନ୍ ଏକସେଲେନ୍ସ
୪) ସମସ୍ୟା ସମାଧାନ ବା ପ୍ରୋବ୍ଲେମ୍ ସଲଭିଂ
୫) ଆନାଲିଟିକାଲ୍ ସ୍କିଲ୍
ଏହି ଚାକିରୀରେ କଣ ରହିବ ଦାଇତ୍ୱ ?
ଏହି ଭୂମିକାରେ ଚାକିରୀ କରିବାର ଉଦ୍ଦେଶ୍ୟ ହେଉଛି ବିଶ୍ଳେଷଣ ବା ଆନାଲିସିସ୍ , ଚିହ୍ନଟ ବା ଆଇଡେଣ୍ଟିଫାଇ , ସଂଶୋଧନ ବା ରେକ୍ଟିଫାଇ ଏବଂ ନିର୍ଦ୍ଦିଷ୍ଟ ଉନ୍ନତିମୂଳକ ପଦକ୍ଷେପଗୁଡିକ ସୁପାରିଶ କରିବା । ଯାହାଦ୍ୱାରା ସମ୍ବେଦନଶୀଳ ସୂଚନାକୁ ସୁରକ୍ଷା ଦେବା ଏବଂ କମ୍ପାନୀ ର ଗୁରୁତ୍ୱପୂର୍ଣ୍ଣ ସୂଚନା ବା ଇନଫୋରମେସନ୍ କୁ ସୁରକ୍ଷା ସ୍ଥିତିରେ ରଖିବା ।
ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.wipro.com/careers-home/jobs/2968392?lang=en-us&previousLocale=en-US
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।