ଆଇଟିଆଇ ପିଲାଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁବର୍ଣ୍ଣ ସୁଯୋଗ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଡ୍ରାଫଟ୍ସ ମ୍ୟାନ୍ ” ବି ” ପାଇଁ ବାହାରକରିଛି ବିଜ୍ଞପ୍ତି !
ବିଜ୍ଞାନ ପ୍ରତି ଅନେକ ଙ୍କ ରୁଚି ରହିଥାଏ । ମହାକାଶ ଗବେଷଣା କ୍ଷେତ୍ରରେ ଚାକିରୀ କରିବା ପାଇଁ ଅନେକଙ୍କ ସ୍ୱପ୍ନ ମଧ୍ୟ ରହିଥାଏ । ବର୍ତ୍ତମାନ ଆପଣ (ଆଇଟିଆଇ) କରିଥିଲେ ବି ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କରିପାରିବେ ଚାକିରୀ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ସଂସ୍ଥା ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (ନାସା), ଋଷିଆର (ଆରକେଏ) , ଇଉରୋପର (ଇସା), ଚୀନର (ସିନଏସଏ ) ଏବଂ ଜାପାନର (ଜେଏଏକ୍ସଏ) । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା – ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ । ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀରେ ଅନେକ ଲୋକ ଚାକିରୀ କରନ୍ତି । ଅନେକ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ” ଡ୍ରାଫଟ୍ସ ମ୍ୟାନ୍ ବି ” ପାଇଁ ବାହାରିଛି ବିଜ୍ଞପ୍ତି ।
ଆବେଦନ କରିବାର ଶେଷ ତାରିଖ – ୨୪ – ୦୪ – ୨୦୨୩
ପଦବୀ – ଡ୍ରାଫଟ୍ସ ମ୍ୟାନ୍ “ ବି “
ଦରମା – ୨୧,୭୦୦ ଟଙ୍କା ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ରହିବ ।
ଏହି ଲିଙ୍କ୍କୁ ଯାଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ବିଷୟରେ ଅନେକ ତଥ୍ୟ ପାଇପାରିବେ –
https://www.iprc.gov.in/iprc/index.html
ଶିକ୍ଷାଗତ ଯୋଗ୍ୟତା –
୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଦଶମ ପାସ୍ କରିଥିବା ଦରକାର ।
୨) ଆଇଟିଆଇ ( ସିଭିଲ୍ ) ପାସ୍ କରିଥିବା ଦରକାର ।
ବୟସ ସୀମା –
ସର୍ବନିମ୍ନ – ୧୮ ବର୍ଷ
ସର୍ବାଧିକ – ୩୫ ବର୍ଷ
କିପରି ହେବ ସିଲେକସନ୍ –
ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?
୫୦୦ ଟଙ୍କା ଅନଲାଇନ୍ ରେ ଦେବାକୁ ପଡିବ ।
ପୂର୍ବ ବର୍ଷର ପ୍ରଶ୍ନ ପତ୍ର ଡାଉନ୍ ଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.iprc.gov.in/iprc/files/careers/previous_papers/28_Draftsman_B_Civil_21.04.2018.pdf
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.isro.gov.in/media_isro/pdf/recruitmentNotice/2023_March/DetailedNotificationEnglish.pdf
ଏହି ଲିଙ୍କ୍କୁ ଯାଇ ଆବେଦନ କରିପାରିବେ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HUmpBPQODkSJsHI1kC06MO
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Bhagabati Bhatra
Mu karibe