Friday 19th April 2024
ରାୟଗଡା ଜିଲ୍ଲାରେ ନିଯୁକ୍ତି ! ଫାର୍ମାସିଷ୍ଟ ଏବଂ ସିନିୟର ଫାର୍ମାସିଷ୍ଟ ପଦବୀ ପାଇଁ ଆପୋଲୋ ଫାର୍ମାସି ବାହାରକରିଛି ବିଜ୍ଞପ୍ତି !

ରାୟଗଡା ଜିଲ୍ଲାରେ ନିଯୁକ୍ତି ! ଫାର୍ମାସିଷ୍ଟ ଏବଂ ସିନିୟର ଫାର୍ମାସିଷ୍ଟ ପଦବୀ ପାଇଁ ଆପୋଲୋ ଫାର୍ମାସି ବାହାରକରିଛି ବିଜ୍ଞପ୍ତି !

ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ କମ୍ପାନୀ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ହେଉଛି ଚେନ୍ନାଇରେ ଅବସ୍ଥିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ । ଯାହାର ଅନେକ ବ୍ରାଞ୍ଚ ଅଛି । ଆପୋଲୋ ହସ୍ପିଟାଲ୍ ଏକ ଜଣାଶୁଣା ହସ୍ପିଟାଲ୍ ଏବଂ ଯାହାର ଚେନ୍ ସିରିଜ୍ ରେ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଉପଲବ୍ଧ । ଏହା ଏକ ଘରୋଇ ହସ୍ପିଟାଲ୍ । ଯେଉଁଥିରେ ଆପୋଲୋ ଫାର୍ମାସି , ଆପୋଲୋ  ପ୍ରାଥମିକ ଚିକିତ୍ସା ଡାଇଗ୍ନୋଷ୍ଟିକ୍ ସେଣ୍ଟର , ଆପୋଲୋ ଟେଲିହେଲଥ୍ କ୍ଲିନିକ୍ ଏବଂ ଆପୋଲୋ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ରହିଛି । ଆପୋଲ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଏହି ହସ୍ପିଟାଲ୍ ର ଫାର୍ମାସି ଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଛି । ଆପୋଲୋ ଫାର୍ମାସି ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ଆପୋଲୋ ଫାର୍ମାସି ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ସିନିୟର ଫାର୍ମାସିଷ୍ଟ୍ ଏବଂ ଫାର୍ମାସିଷ୍ଟ୍  ପଦବୀ ପାଇଁ ଆପୋଲୋ ଫାର୍ମାସି  ରାୟଗଡା ଜିଲ୍ଲା ରେ  ବିଜ୍ଞପ୍ତି ବାହାରକରିଛି । 

 

ପଦବୀ – ଫାର୍ମାସିଷ୍ଟ  ଏବଂ  ସିନିୟର ଫାର୍ମାସିଷ୍ଟ

 

ଚାକିରୀ କରିବାର ସ୍ଥାନ – ରାୟଗଡା ଜିଲ୍ଲା (ଓଡିଶା)  

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.apollohospitals.com/

Apollo Pharmacy is inviting applications for pharmacist

ଅଭିଜ୍ଞତା –

ଫ୍ରେସର ହେଇଥିଲେ ବି ଆବେଦନ କରିପାରିବେ । 

ସୁପରଭାଇଜର ସ୍ତର ପର୍ଯ୍ୟନ୍ତ ଫାର୍ମାସି ରିଟେଲ୍ ରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

ଶିକ୍ଷାଗତ ଯୋଗ୍ୟତା –

୧) ଡିପ୍ଲୋମା ଇନ୍ ଫାର୍ମାସି କରିଥିବା ଆବଶ୍ୟକ । 

କିମ୍ବା

୨) ବ୍ୟାଚଲର ଇନ୍ ଫାର୍ମାସି କରିଥିବା ଆବଶ୍ୟକ ।

କିମ୍ବା

୩) ମାଷ୍ଟର ଅଫ୍ ଫାର୍ମାସି ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।

ପ୍ରାର୍ଥି ର ଉପରୋକ୍ତ ଫାର୍ମାସି ଡିଗ୍ରୀ ଗୁଡିକ ପିସିଆଇ ବା ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ ରେ ରେଜିଷ୍ଟ୍ରେସନ୍ ହୋଇଥିବା ଦରକାର । 

 

ଆବଶ୍ୟକଥିବା ଦକ୍ଷତା – 

୧) କମର୍ସିଆଲ୍ ଡ୍ରଗ ଉପରେ ଅପଡେଟ୍ ରହିବା ଆବଶ୍ୟକ ।

୨) ପ୍ରେସକ୍ରିପସନ୍ ନିୟନ୍ତ୍ରଣ ବା ହ୍ୟାଣ୍ଡଲିଙ୍ଗ୍ ।

୩) ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ ।

୪ ) ରୋଗୀ / ଗ୍ରାହକଙ୍କୁ ସ୍ୱାସ୍ଥ୍ୟ, ଔଷଧର ପ୍ରତିକ୍ରିୟା ବିଷୟରେ ପରାମର୍ଶ ଦେବା ।

୫ ) ଗ୍ରାହକ / ଡାକ୍ତରଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା । 

୬) ମାଗଣା ହୋମ ଡେଲିଭରି ରେଜିଷ୍ଟର ବଜାୟ ରଖିବା ଏବଂ ଗ୍ରାହକ ମାନଙ୍କ ପାଇଁ ଔଷଧ ବିତରଣକୁ ଠିକ୍ ସମୟରେ ଅନୁସରଣ କରିବା ।

୭) ଡ୍ରଗ୍ ସୂଚନା, ରୋଗୀ ପରାମର୍ଶ / ଶିକ୍ଷା ଏବଂ ମାଗଣା ହୋମ୍ ଡେଲିଭରି ନିର୍ଦ୍ଦେଶ ଉପରେ ଧ୍ୟାନ ଦେଇ ସମସ୍ତ ଇନବାଉଣ୍ଡ କଲ୍ ପରିଚାଳନା କରିବା ।

୮) ଆବଶ୍ୟକ ସମୟରେ ବିଲିଂ କାଉଣ୍ଟରରେ ଟଙ୍କା ନିୟନ୍ତ୍ରଣ କରିବା ।

 

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-description/MjAwNDI%3D/OTIz

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-career/MjAwNDI%3D/OTIz

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HUmpBPQODkSJsHI1kC06MO

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )