
ପୂର୍ବତନ ରାଷ୍ଟ୍ରପତିଙ୍କ ବିଷୟରେ କିଛି ଜଣା ଅଜଣା କଥା
ଆମ ଦେଶ ସ୍ୱାଧିନ ହେବା ପରଠୁ ଦେଶକୁ ସମ୍ଭାଳି ଆସୁଛନ୍ତି ଦେଶର ପ୍ରଥମ ବ୍ୟକ୍ତି କୁହାଯାଉଥିବା ରାଷ୍ଟ୍ରପତି । ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ବିବେଚଚିତ ହୋଇଥିଲେ ଡ.ରାଜେନ୍ଦ୍ରପ୍ରସାଦ । ଯିଏକି ୨୬ ଜାନୁଆରୀ ୧୯୫୦ ରୁ ୧୩ ମେ ୧୯୬୨ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିଥିଲେ । ସେହିଭଳି ଆମ ଦେଶ ସ୍ୱାଧୀନ ହେବା ପରଠୁ ଜଣଙ୍କ ପରେ ଜଣେ ରାଷ୍ଟ୍ରପତି ପଦ ସମ୍ଭାଳି ଆସୁଛନ୍ତି ସେ ମଧ୍ୟ ଜଣେ ହେଲେ ରାମ ନାଥ କୋବିନ୍ଦ । ଆଜି ତାଙ୍କ ଜନ୍ମଦିନ, ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ।() ଭାରତର ୧୪ତମ ରାଷ୍ଟପତି ଭାବେ ୨୫ ଜୁଲାଇ ୨୦୧୭ରେ ଶପଥ ଗ୍ରହଣ କରିଥିଲେ ରାମ ନାଥ କୋବିନ୍ଦ, ଏବଂ ଅବସର ପ୍ରାପ୍ତ କରିଥିଲେ ୨୫ ଜୁଲାଇ ୨୦୨୨ । କିନ୍ତୁ ଦେଶର ପ୍ରଥମ ନାଗରିକ ହେବାର ରାସ୍ତା ତାଙ୍କ ପାଇଁ ଏତେ ସହଜ ମଧ୍ୟ ନଥିଲା । ସେ ୧ ଅକ୍ଟୋବର ୧୯୪୫ ମସିହା ଉତ୍ତରପ୍ରଦେଶର ପୌରଖ ଗାଁରେ ଜନ୍ମ ହୋଇଥିଲେ । ରାମ ନାଥ ଏକ ଦଳୀୟ ଓ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଭାଇ ଅଟନ୍ତି । ଯେତେବେଳ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ତାଙ୍କ ଗାଁରେ ନିଆଁ ଲାଗିବା କାରଣରୁ ତାଙ୍କ ଘର ମଧ୍ୟ ପୋଡ଼ି ଯାଇଥିଲା ଯେଉଁଥିରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା ।
ତାଙ୍କ ପାଠ ପଢ଼ା ସମୟରେ ଦେ ଏଭଳି ପରିସ୍ଥିତି ଦେଇକି ଗତି କରିଛନ୍ତି ଯେ ତାଙ୍କ ସ୍କୁଲ ପାଠ ପଢ଼ା ପାଇଁ ତାଙ୍କ ପାଖରେ ମାତ୍ର ୬ ଅଣା ବି ନଥିଲା । ପରେ ସେ ଡିଏଭି କଲେଜରେ ନାମ ଲେଖାଇ ବିକମ୍ ଓ ଏଲଏଲବି ପାଠ ପଢ଼ିଥିଲେ । ୧୯୭୧ରେ ଦିଲ୍ଳୀର ଏକ ଓକିଲ ହେଲେ ଏବଂ ୧୯୭୪ରେ ସବିତା ନାମରେ ଏକ ଝିଅକୁ ସେ ବିବାହ କଲେ । ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ସେ ସେଣ୍ଟ୍ରାଲ ସରକାରୀ ଓକିଲା ଭାବେ କାର୍ଯ୍ୟ କଲେ ।
ସେହି ମଧ୍ୟରେ ସେ ୧୯୭୭ ରୁ ୧୯୭୮ ପର୍ଯ୍ୟନ୍ତ ଜଣେ ପ୍ରଧାନମନ୍ତ୍ରୀଙ୍କ ପର୍ସନାଲ ଆସିଷ୍ଟାଣ୍ଡ ରହିଲେ । ୧୯୯୧ରେ ବିଜେପି ରେ ଯୋଗ ଦେଲେ ଏବଂ ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚା ଏବଂ ଅଲ ଇଣ୍ଡିଆ କୋଲି ସମାଜର ପ୍ରେସିଡେଣ୍ଟ ରହିଲେ । ପରେ ୮ ଅଗଷ୍ଟ ୨୦୧୫ରେ ସେତେବେଳର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ବିହାରର ରାଜ୍ୟପାଳ ଭାବେ ଘୋଷଣା କଲେ । ପରେ ୨୦୧୭ରେ ସେ ଆମ ଦେଶର ୧୪ତମ ଓ ଦ୍ୱିତୀୟ ଦଳୀତ ରାଷ୍ଟପତି ଭାବେ ୬୫.୬୫% ଭୋଟ ଜିତି ଶପଥ ଗ୍ରହଣ କରିଥିଲେ ।